ଧାନକିଣା ସରିନି, ମଣ୍ଡି ବନ୍ଦ

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ବିତିବ। ମାତ୍ର ଟୋକନ ସମସ୍ୟା ସାଙ୍ଗକୁ ମନ୍ଥର ଗତିରେ ଉଠାଣ ପ୍ରକ୍ରିୟା ଚାଲିଥିବା ଯୋଗୁ ଧାନ କିଣାବିକା ଶିଥିଳ ହୋଇପଡ଼ିଛି। ଏବେ ମଧ୍ୟ ଜିଲାର ଚାଷୀଙ୍କ ପାଖରେ ଲକ୍ଷାଧିକ ବସ୍ତା ଧାନ ରହିଛି। ଚାଷୀମାନେ ଶୀତ, କାକର ସହି ଧାନକୁ ଜଗି ରହିଛନ୍ତି। ସେହିପରି ଜିଲାରେ ଧାନକ୍ରୟ ଧାର୍ଯ୍ୟଲକ୍ଷ୍ୟ ମଧ୍ୟ ଛୁଇଁ ପାରି ନ ଥିବାବେଳେ ଧାନସଂଗ୍ରହ ପ୍ରକ୍ରିୟାରେ ପ୍ରଶାସନର କଟକଣା ଆରମ୍ଭ ହୋଇଯାଇଛି। ଅତାବିରା ଆର୍‌ଏମ୍‌ସି ଅଧୀନ ବିଭିନ୍ନ ଧାନକ୍ରୟ କେନ୍ଦ୍ରକୁ ପ୍ରଶାସନ ପକ୍ଷରୁ ଗତ ୧ତାରିଖରୁ ବନ୍ଦ କରି ଦିଆଯାଇଛି। ସମ୍ପୃକ୍ତ ମଣ୍ଡି ଉପରେ ନିର୍ଭରଶୀଳ ଚାଷୀଙ୍କୁ ନିକଟସ୍ଥ ମଣ୍ଡିକୁ ଧାନ ଆଣି ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଜିଲାରେ ଧାନକ୍ରୟ ଲକ୍ଷ୍ୟ ଛୁଇଁ ନ ଥିବାବେଳେ ପ୍ରଶାସନ ପକ୍ଷରୁ ଏଭଳି କଟକଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଅତାବିରା ଆରଏମସି ଅଧୀନ ୧୪ଟି ଧାନକ୍ରୟ କେନ୍ଦ୍ରକୁ ଗତ ୩୧ତାରିଖରୁ ବନ୍ଦ କରି ଦିଆଯାଇଛି। ସମ୍ପୃକ୍ତ ଧାନକ୍ରୟ କେନ୍ଦ୍ରର ଧାନକ୍ରୟ ଲକ୍ଷ୍ୟ ପୂରଣ ହୋଇଯାଇଛି । ତଥାପି କୌଣସି ଚାଷୀ ଧାନ ବିକ୍ରି କରି ପାରି ନ ଥିଲେ ସେମାନଙ୍କୁ ନିକଟସ୍ଥ ଧାନକ୍ରୟ କେନ୍ଦ୍ରରେ ବିକ୍ରିର ସୁଯୋଗ ଦିଆଯିବ ବୋଲି ସେ କହିଥିଲେ।
ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ୨୨ତାରିଖରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିଥିଲା। ବୈଠକର ନିଷ୍ପତ୍ତିକ୍ରମେ ଗତ ନଭେମ୍ବର ୯ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାରେ ୧୮୫ଟି ମଣ୍ଡିରେ ଧାନ କିଣାବିକା ଚାଲିଥିଲା। ସେଥିମଧ୍ୟରୁ ପଦ୍ମପୁର ଆରଏମସି ଅଧୀନରେ ସର୍ବାଧିକ ୭୦, ବରଗଡ଼ ଆର୍‌ଏମ୍‌ସି ୬୪ ଏବଂ ଅତାବିରା ଆର୍‌ଏମ୍‌ସି ଅଧୀନରେ ୫୧ଟି ମଣ୍ଡି ଖୋଲିଥିଲା। ରବିବାର ସୁଦ୍ଧା ଉକ୍ତ ମଣ୍ଡି ଗୁଡ଼ିକରେ ୬୧ଲକ୍ଷ ୪୨ହଜାର ୯କୁଇଣ୍ଟାଲ ଧାନକ୍ରୟ ସରିଥିବା ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶ କହିଛନ୍ତି। ଜିଲାରେ ଏଥର ୬୭ଲକ୍ଷ ୫୪ହଜାର କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଛନ୍ତି। ଏହି ଲକ୍ଷ୍ୟ ଛୁଇଁବାକୁ ହେଲେ ଆହୁରିି ୬ଲକ୍ଷ ୧୧ହଜାର ୯୯୧ କୁଇଣ୍ଟାଲ ଧାନ କିଣିବାକୁ ପଡ଼ିବ। ତେବେ ଧାନକ୍ରୟ ଲକ୍ଷ୍ୟ ଛୁଇଁ ନ ଥିବାବେଳେ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲା ପ୍ରଶାସନ କଟକଣା ଜାରି କରିଛି। କଟକଣା ଅନୁଯାୟୀ ଦୈନିକ ଧାନ ସଂଗ୍ରହ ବଦଳରେ ପରବର୍ତ୍ତୀ ଆଦେଶ ମୁତାବକ ସପ୍ତାହର ପ୍ରଥମ ତିନିଦିନ ଧାନ ସଂଗ୍ରହ ହେବ। ଚତୁର୍ଥ ଦିବସରେ ତାହା ଯୋଗାଣ ନିରୀକ୍ଷକଙ୍କ ଦ୍ୱାରା ଯାଞ୍ଚ କରାଯିବ ଏବଂ ଯାଞ୍ଚ ପରେ ସେହି ଧାନକୁ ଉଠାଣ
କରାଯିବ ବୋଲି ନିର୍ଦ୍ଦେଶନାମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri