ଧାନକିଣା ସରିନି, ମଣ୍ଡି ବନ୍ଦ

ବରଗଡ଼ ଅଫିସ୍‌,୪।୧: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ମାସ ବିତିବ। ମାତ୍ର ଟୋକନ ସମସ୍ୟା ସାଙ୍ଗକୁ ମନ୍ଥର ଗତିରେ ଉଠାଣ ପ୍ରକ୍ରିୟା ଚାଲିଥିବା ଯୋଗୁ ଧାନ କିଣାବିକା ଶିଥିଳ ହୋଇପଡ଼ିଛି। ଏବେ ମଧ୍ୟ ଜିଲାର ଚାଷୀଙ୍କ ପାଖରେ ଲକ୍ଷାଧିକ ବସ୍ତା ଧାନ ରହିଛି। ଚାଷୀମାନେ ଶୀତ, କାକର ସହି ଧାନକୁ ଜଗି ରହିଛନ୍ତି। ସେହିପରି ଜିଲାରେ ଧାନକ୍ରୟ ଧାର୍ଯ୍ୟଲକ୍ଷ୍ୟ ମଧ୍ୟ ଛୁଇଁ ପାରି ନ ଥିବାବେଳେ ଧାନସଂଗ୍ରହ ପ୍ରକ୍ରିୟାରେ ପ୍ରଶାସନର କଟକଣା ଆରମ୍ଭ ହୋଇଯାଇଛି। ଅତାବିରା ଆର୍‌ଏମ୍‌ସି ଅଧୀନ ବିଭିନ୍ନ ଧାନକ୍ରୟ କେନ୍ଦ୍ରକୁ ପ୍ରଶାସନ ପକ୍ଷରୁ ଗତ ୧ତାରିଖରୁ ବନ୍ଦ କରି ଦିଆଯାଇଛି। ସମ୍ପୃକ୍ତ ମଣ୍ଡି ଉପରେ ନିର୍ଭରଶୀଳ ଚାଷୀଙ୍କୁ ନିକଟସ୍ଥ ମଣ୍ଡିକୁ ଧାନ ଆଣି ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଜିଲାରେ ଧାନକ୍ରୟ ଲକ୍ଷ୍ୟ ଛୁଇଁ ନ ଥିବାବେଳେ ପ୍ରଶାସନ ପକ୍ଷରୁ ଏଭଳି କଟକଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଅତାବିରା ଆରଏମସି ଅଧୀନ ୧୪ଟି ଧାନକ୍ରୟ କେନ୍ଦ୍ରକୁ ଗତ ୩୧ତାରିଖରୁ ବନ୍ଦ କରି ଦିଆଯାଇଛି। ସମ୍ପୃକ୍ତ ଧାନକ୍ରୟ କେନ୍ଦ୍ରର ଧାନକ୍ରୟ ଲକ୍ଷ୍ୟ ପୂରଣ ହୋଇଯାଇଛି । ତଥାପି କୌଣସି ଚାଷୀ ଧାନ ବିକ୍ରି କରି ପାରି ନ ଥିଲେ ସେମାନଙ୍କୁ ନିକଟସ୍ଥ ଧାନକ୍ରୟ କେନ୍ଦ୍ରରେ ବିକ୍ରିର ସୁଯୋଗ ଦିଆଯିବ ବୋଲି ସେ କହିଥିଲେ।
ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଗତ ଅକ୍ଟୋବର ୨୨ତାରିଖରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିଥିଲା। ବୈଠକର ନିଷ୍ପତ୍ତିକ୍ରମେ ଗତ ନଭେମ୍ବର ୯ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାରେ ୧୮୫ଟି ମଣ୍ଡିରେ ଧାନ କିଣାବିକା ଚାଲିଥିଲା। ସେଥିମଧ୍ୟରୁ ପଦ୍ମପୁର ଆରଏମସି ଅଧୀନରେ ସର୍ବାଧିକ ୭୦, ବରଗଡ଼ ଆର୍‌ଏମ୍‌ସି ୬୪ ଏବଂ ଅତାବିରା ଆର୍‌ଏମ୍‌ସି ଅଧୀନରେ ୫୧ଟି ମଣ୍ଡି ଖୋଲିଥିଲା। ରବିବାର ସୁଦ୍ଧା ଉକ୍ତ ମଣ୍ଡି ଗୁଡ଼ିକରେ ୬୧ଲକ୍ଷ ୪୨ହଜାର ୯କୁଇଣ୍ଟାଲ ଧାନକ୍ରୟ ସରିଥିବା ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଦାଶ କହିଛନ୍ତି। ଜିଲାରେ ଏଥର ୬୭ଲକ୍ଷ ୫୪ହଜାର କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଛନ୍ତି। ଏହି ଲକ୍ଷ୍ୟ ଛୁଇଁବାକୁ ହେଲେ ଆହୁରିି ୬ଲକ୍ଷ ୧୧ହଜାର ୯୯୧ କୁଇଣ୍ଟାଲ ଧାନ କିଣିବାକୁ ପଡ଼ିବ। ତେବେ ଧାନକ୍ରୟ ଲକ୍ଷ୍ୟ ଛୁଇଁ ନ ଥିବାବେଳେ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲା ପ୍ରଶାସନ କଟକଣା ଜାରି କରିଛି। କଟକଣା ଅନୁଯାୟୀ ଦୈନିକ ଧାନ ସଂଗ୍ରହ ବଦଳରେ ପରବର୍ତ୍ତୀ ଆଦେଶ ମୁତାବକ ସପ୍ତାହର ପ୍ରଥମ ତିନିଦିନ ଧାନ ସଂଗ୍ରହ ହେବ। ଚତୁର୍ଥ ଦିବସରେ ତାହା ଯୋଗାଣ ନିରୀକ୍ଷକଙ୍କ ଦ୍ୱାରା ଯାଞ୍ଚ କରାଯିବ ଏବଂ ଯାଞ୍ଚ ପରେ ସେହି ଧାନକୁ ଉଠାଣ
କରାଯିବ ବୋଲି ନିର୍ଦ୍ଦେଶନାମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri