ଜଣେ କର୍ମଚାରୀରେ ଚାଲୁଛି ଆର୍‌ଆଇ ଅଫିସ

ଅମରପାଲି,୨୬।୪ (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଧୀନରେ ଥିବା ସୁବଳୟା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ(ଆରଆଇ ଅଫିସ)ରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ କାମରେ ସମସ୍ୟା ହେଉଛି। ଫଳରେ ବିଭିନ୍ନ କାମରେ ଏହି କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ଉପଯୁକ୍ତ ସେବା ପାଇ ପାରୁ ନ ଥିବା ଅଭିଯୋଗ ହେଉଛି। ଜିଲାର ବୀରମହାରାଜପୁର ତହସିଲ ଅଧୀନରେ ରହିଛି ଉଫୁଲା, ମୁର୍ଷୁଣ୍ଢି, ସୁବଳୟା, ଖଣ୍ଡହତା ଓ କେନଝିରିଆପାଲି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ତନ୍ମଧ୍ୟରୁ ସୁବଳୟା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ରହିଛି ପ୍ରାୟ ୨୯ ଖଣ୍ଡ ରାଜସ୍ବ ଗ୍ରାମ। ପିତାମହୁଲ ଓ ସୁବଳୟା ପଞ୍ଚାୟତର ସମସ୍ତ ଗ୍ରାମ, ଜଟେସିଙ୍ଘା ପଞ୍ଚାୟତର କେବଳ ଗୋଟିଏ ରାଜସ୍ବ ଗ୍ରାମକୁ ଛାଡି ବାକି ସମସ୍ତ ଗ୍ରାମ ଓ କମିର ଗ୍ରାମର ଅଧାରୁ ଅଧିକ ଗ୍ରାମର ଲୋକେ ଓ ଛାତ୍ରୀଛାତ୍ରମାନେ ସୁବଳୟା ଆରଆଇ ଅଫିସ ଉପରେ ନିର୍ଭର କରନ୍ତି। ଉକ୍ତ ଅଞ୍ଚଳର ଲୋକେ ଜମିବାଡି କାମ ସହିତ, ଆୟ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାଳୟ ଉପରେ ନିର୍ଭର କରନ୍ତି। ଏହାସହିତ ଏବେ ଜମି ହାଇଟେକ କାମ ପାଇଁ ମଧ୍ୟ ଏହି କାର୍ଯ୍ୟାଳୟରେ ନିର୍ଭର କରନ୍ତି।
ସୁବଳୟା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ(ଆରଆଇ ଅଫିସ)ରେ ଜଣେ ଲେଖାଏ ଆର ଆଇ, ସହକାରୀ ରାଜସ୍ବ ନିରୀକ୍ଷକ(ଏ ଆର ଆଇ), ଅମିନ, ପିଅନ ଓ ଚେନମ୍ୟାନ ରହିବା କଥା। ଏହାସହିତ ଏବେ ହାଇଟେକ କାମ ପାଇଁ ଏକ ସ୍ବତନ୍ତ ଦଳ ରହିବା ଆବଶ୍ୟକ। ମାତ୍ର ଉକ୍ତ ଅଫିସରେ କେବଳ ଜଣେ ରାଜସ୍ବ ନିରୀକ୍ଷକ ଅଛନ୍ତି। ବାକି ସମସ୍ତ ପଦବୀ ଦୀର୍ଘଦିନ ହେଲା ଖାଲି ପଡିଥିଲେ ମଧ୍ୟ ଉକ୍ତ ପଦବୀ ପୂରଣ କରାଯାଉ ନାହିଁ। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଆବଶ୍ୟକଠାରୁ କମ୍‌ କର୍ମଚାରୀ ଥିବାରୁ ସବୁ କାମ ଠିକ୍‌ ସମୟରେ ହୋଇପାରୁ ନାହିଁ। ରାଜସ୍ବ ନିରୀକ୍ଷକ ଜଣକ ଏହି ସମସ୍ତ ରାଜସ୍ବ କାମ ସହିତ ଧାନଚାଷ ଓ କପାଚାଷ ହୋଇଥିବା ଜମି ଚିହ୍ନଟ, ମରୁଡି, ବନ୍ୟା, ବାତ୍ୟା ସମୟରେ କ୍ଷେତ୍ର ପରିଦର୍ଶନ କାମ ଯୋଗୁ ସବୁବେଳେ ଅଫିସରେ ରହିବା ସମ୍ଭବ ହୋଇପାରୁ ନାହିଁ। ତେଣୁ ଅନେକ ସମୟରେ ସାଧାରଣ ଲୋକେ କାର୍ଯ୍ୟାଳୟକୁ ଆସି ସେବା ପାଉ ନ ଥିବା ଅଭିଯୋଗ ହୋଇଛି। ଯଥାଶୀଘ୍ର ଉକ୍ତ କାର୍ଯ୍ୟାଳୟରେ ଖାଲି ଥିବା ପଦବୀ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ସୁବଳୟା ରାଜସ୍ବ ନିରୀକ୍ଷକ ଜୟଶ୍ରୀ ମେଣ୍ଡିଲି କହିଛନ୍ତି, ସୁବଳୟା ଆରଆଇ ଅଫିସରେ କର୍ମଚାରୀ ସମସ୍ୟା ତ ରହିଛି। ତେବେ କ୍ଷେତ୍ର ପରିଭ୍ରମଣ ବେଳେ କାର୍ଯ୍ୟାଳୟରେ ରହିବାସମ୍ଭବ ହେଉନାହିଁ। ତଥାପି ଲୋକଙ୍କ କାମ ଠିକ୍‌ ସମୟରେ କରିବାକୁ ଚେଷ୍ଟା କରାଯାଉଛି।
ରିପୋର୍ଟ: ପୀତାମ୍ବର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri