Categories: ଫୁରସତ

ଏହି ରେଷ୍ଟୁରାଣ୍ଟରେ ଆଇପ୍ୟାଡ୍‌ ଉପରେ ପରଷା ଯାଏ ଖାଦ୍ୟ

ସାଧାରଣତଃ ଖାଦ୍ୟ ପ୍ଲେଟ୍‌ କିମ୍ବା ଥାଳି ଉପରେ ପରଷାଯାଇ ଖିଆଯାଏ। କିଛି ଲୋକ ପତ୍ର କିମ୍ବା କାଗଜ ତିଆରି ପାତ୍ରରେ ବି ଖାଦ୍ୟ ଖାଆନ୍ତି। ହେଲେ କେହି କେବେ କ’ଣ ମୋବାଇଲ ଓ ଆଇପ୍ୟାଡ ଉପରେ ଖାଦ୍ୟ ଖାଆନ୍ତି? ଭାବୁଥିବେ ଏହା ଆଦୌ ସମ୍ଭବ ନୁହେଁ। କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ଖାଦ୍ୟ ଦାମୀ ଆଇପ୍ୟାଡ ଉପରେ ପରଷା ଯାଏ। ଫ୍ରାନ୍ସିସ୍କୋରେ ଅଛି ଏହି ଅଜବ ରେଷ୍ଟୁରାଣ୍ଟ, ଯେଉଁଠି ଖାଦ୍ୟ ପରଷିବା ପାଇଁ ଆଇପ୍ୟାଡକୁ ପ୍ଲେଟ୍‌ଭାବେ ବ୍ୟବହାର କରାଯାଏ। ରେଷ୍ଟୁରାଣ୍ଟର ନାମ ହେଉଛି କ୍ୱିନ୍ସ। ଆଉ ଆଇପ୍ୟାଡ ଉପରେ ପରଷା ଯାଉଥିବା ଖାଦ୍ୟର ନାମ ହେଉଛି ‘ଏ ଡଗ୍‌ ଇନ୍‌ ସର୍ଚ୍ଚ ଅଫ୍‌ ଗୋଲ୍ଡ’। ଉକ୍ତ ଖାଦ୍ୟର ମୂଲ୍ୟ ହେଉଛି ପ୍ରାୟ ୨୦୦ ଡଲାର। ଆଇପ୍ୟାଡରେ ଭିଡିଓ ଅନ୍‌ କରି ତା’ଉପରେ ଏହି ଖାଦ୍ୟକୁ ପରଷା ଯାଇଥାଏ। ଖାଦ୍ୟ ପରଷିବା ପାଇଁ ଏହି ରେଷ୍ଟୁରାଣ୍ଟରେ ୨୦ଟି ଆଇପ୍ୟାଡ ଅଛି। କେବଳ ଏଇ ରେଷ୍ଟୁରାଣ୍ଟ ନୁହେଁ ୟୁକେରେ ବି ଏକ ରେଷ୍ଟୁରାଣ୍ଟ ଆଇପ୍ୟାଡ ଉପରେ ଖାଦ୍ୟ ପରଷିଥାଏ। ଏଠାରେ ଖାଦ୍ୟ ଓ ଆଇପ୍ୟାଡ ମଝିରେ କୌଣସି ଲେୟର୍‌ ବି ନ ଥାଏ।

Share