ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କର୍ଲାପାଟକୁ ସରକାର ୧୯୯୨ ଏପ୍ରିଲ ୨ରେ ଅଭୟାରଣ୍ୟ ଘୋଷାଣ କରିଥିଲେ। କର୍ଲାପାଟ ସାରା ଦେଶରେ ନା କରିଥିବା ବେଳେ କିଏ ବା ବିଶ୍ବାସ କରିବ ଏହି ଅଞ୍ଚଳରେ ଅବସ୍ଥିତ ଗ୍ରାମବାସୀ ଆଜି ବି ବିଚ୍ଛିନ୍ନଞ୍ଚାଳ ଭାବେ ଅଭିଶପ୍ତ ଜୀବନ ବିତାଉଛନ୍ତି। ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ କଥା ତ ଦୂର ଥାଉ ସାମାନ୍ୟ ମୋବାଇଲ ଟାୱାର ମଧ୍ୟ ଏହି ନାହିଁ। ଜିଲାରେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା। କର୍ଲାପାଟ ପଞ୍ଚାୟତରେ ଚଉଦଗୁଡା, ଟିକ୍ରାଗୁଡା, ସାନିମୁଣ୍ଡା, ଜିଲାଗାଁ, ଭେଜିଗୁଡା, ଅମଠାଗୁଡା, ଉପର ପେରମଞ୍ଜି, ତଳ ପେରମଞ୍ଜି, ସୁରମେଲି, କୁକୁରଭୁର୍ସି, ପୁରୁଣାଗୁମା, ସେମେଲପଦର ଏଭଳି ୨୨ଖଣ୍ଡ ଗାଁ ରହିଛି। ମାଓବାଦୀ ଅଧୁଷିତ କର୍ଲାପାଟ ଅଞ୍ଚଳରେ ଥାନା ନ ଥିବାରୁ ପଞ୍ଚାୟତ ଗୃହରେ ଏବେ ଓଡ଼ିଶା ପୋଲିସର ୪ଜଣ ଫୋର୍ସ ରହୁଛନ୍ତି। ୨୦୧୬ରେ ମାଓବାଦୀମାନେ ଏହି ଗାଁର ପୋଲିସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଘରୁ ତାଙ୍କ ଗାଡି ସହିତ ଜରୁରୀ କାଗଜପତ୍ର ପୋଡ଼ିଦେବା ସହ ୪ଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଟେକି ନେଇ ଯାଇଥିଲେ। ସେ ଭିତରୁ ବନମାଳୀ ନାଏକଙ୍କୁ ଗୁଳି କରି ହତ୍ୟା କରଥିଲେ। କିନ୍ତୁ ଗାଁରେ ମୋବାଇଲ ନେଟୱର୍କ ସୁବିଧା ନ ଥିବାରୁ ପୋଲିସକୁ କେହି ଖବର ଦେଇ ପାରି ନ ଥିଲେ। ଫଳରେ ମୃତଦେହ ପ୍ରାୟ ୮ ଘଣ୍ଟା ପଡ଼ି ରହିଥିଲା। ଏହି ଘଟଣା ପରେ ଯୋଗାଯୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ୨୦୧୭ ସେପ୍ଟେମ୍ବରରେ ଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ସେବା ଆରମ୍ଭ କରାଯାଇଥିଲା। ଏହି ପଞ୍ଚାୟତର ମୋଟ ୫୦୫୩ଜଣ ଲୋକ ବିଏସଏନଏଲ ନେଟୱର୍କ ଉପରେ ଭରସା କରିଥିଲେ। କିନ୍ତୁ ଧୀରେ ଧୀରେ ଏହି ସେବାରୁ ମଧ୍ୟ ବଞ୍ଚତ୍ତ ହୋଇ ରହିଗଲେ ଗ୍ରାମବାସୀ। ବର୍ତ୍ତମାନ ଏହି ଟାୱାର ଅଚଳ ଅବସ୍ଥାରେ। ଯଦ୍ଦ୍ବାରା ୨୨ଖଣ୍ଡ ଗ୍ରାମକୁ ଫୋନ ଯୋଗାଯୋଗ ଅସମ୍ଭବ ହୋଇ ପଡ଼ିଛି। ସାମାନ୍ୟ ଫୋନ ବ୍ୟବହାର ନ କରି ପାରିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଅଞ୍ଚଳବାସୀଙ୍କୁ। ଡାକଘର କାମ ମଧ୍ୟ ସବୁ ଅନଲାଇନ ହେଉଥିବା ବେଳେ ପାସବୁକ ଖୋଲିବା ପାଇଁ ମଧ୍ୟ ପାହାଡ଼ ଉପରକୁ ଯିବାପାଇଁ ପଡ଼େ ଗାଁର ଲୋକଙ୍କୁ। ଗୋଟିଏପଟେ ମାଓବାଦୀ ଭୟ ଅନ୍ୟ ପଟେ ଅଭୟାରଣ୍ୟ ହେଇଥିବାରୁ ଜଙ୍ଗଲୀ ଜନ୍ତୁଙ୍କ ଭୟ ରହିଛି। ବାରମ୍ବାର ଗାଁକୁ ହାତୀ ପଶି ଆସି ଅନେକ ଫସଲ ତଥା ଧନଜୀବନ ନଷ୍ଟ କରୁଥିବା ଦେଖିବାକୁ ମିଳେ। ରାତି ଅଧରେ ଗାଁରେ କାହାର ଦେହ ଖରାପ ହେଲେ ଲୋକଙ୍କୁ ବାଧ୍ୟ ହୋଇ ୩ କି.ମି. ପାହାଡ଼ ଉପରକୁ ଚଢିଲେ କିମ୍ବା ଲମ୍ବ ଗଛ ଉପରକୁ ଚଢି ନେଟୱର୍କ ଖୋଜି ଆମ୍ବୁଲାନ୍ସକୁ ଡାକିବାକୁ ପଡେ। ବନ୍ୟଜନ୍ତୁ ଭୟରେ ଲୋକେ ନେଟୱର୍କ ଜାଗାକୁ ଯିବା ପାଇଁ ମଧ୍ୟ ଡରନ୍ତି। ଏପରି ଭାବେ ଅଭିଶପ୍ତ ଜୀବନ ବିତାଉଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀଙ୍କ ନଜର ଏହି ଅଞ୍ଚଳବାସୀଙ୍କ ଉପରେ ପଡ଼ୁନାହିଁ। କର୍ଲାପାଟ ଅଭୟାରଣ୍ୟରେ ଅନେକ ଦର୍ଶନୀୟ ସ୍ଥାନ ରହିଛି, ଯେଉଁଠିକି ଯିବା ପାଇଁ ପର୍ଯ୍ୟଟକ ଧାଡି ଲମ୍ବେ। ଶୀତ ଋତୁ ଆସିଲେ ଫୁରଲୀଝରନଠୁ ନେଇକି ଖଣ୍ଡୁଆଲ ମାଲି ପର୍ଯ୍ୟନ୍ତ ସବୁଠି ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ପର୍ଯ୍ୟଟକଙ୍କୁ ମଧ୍ୟ ମୋବାଇଲ ସେବା ନ ମିଳିବାରୁ ବହୁ ପର୍ଯ୍ୟଟକ ନିରାଶ ହୋଇ ଫେରି ଯାଇଥାନ୍ତି ଓ ଅସନ୍ତୋଷ ପ୍ରକାଶ କରିଥାନ୍ତି। ସରକାର ୫ ଜି ଭଳି ଅତ୍ୟାଧୁନିକ ମୋବାଇଲ ସେବା ଆରମ୍ଭ କରି ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଆଜିବି ମୋବାଇଲ ଚଳାଇବା ପାଇଁ ଲୋକଙ୍କୁ ଟାୱାର ମିଳିପାରିନାହିଁ। ତୁରନ୍ତ ଏହି ଅଞ୍ଚଳରେ ମୋବାଇଲ ସେବା ଯୋଗାଇ ଦେବା ଜରୁରୀ ହୋଇ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri