ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କର୍ଲାପାଟକୁ ସରକାର ୧୯୯୨ ଏପ୍ରିଲ ୨ରେ ଅଭୟାରଣ୍ୟ ଘୋଷାଣ କରିଥିଲେ। କର୍ଲାପାଟ ସାରା ଦେଶରେ ନା କରିଥିବା ବେଳେ କିଏ ବା ବିଶ୍ବାସ କରିବ ଏହି ଅଞ୍ଚଳରେ ଅବସ୍ଥିତ ଗ୍ରାମବାସୀ ଆଜି ବି ବିଚ୍ଛିନ୍ନଞ୍ଚାଳ ଭାବେ ଅଭିଶପ୍ତ ଜୀବନ ବିତାଉଛନ୍ତି। ଅଞ୍ଚଳରେ ସରକାରୀ ସୁବିଧା ସୁଯୋଗ କଥା ତ ଦୂର ଥାଉ ସାମାନ୍ୟ ମୋବାଇଲ ଟାୱାର ମଧ୍ୟ ଏହି ନାହିଁ। ଜିଲାରେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା। କର୍ଲାପାଟ ପଞ୍ଚାୟତରେ ଚଉଦଗୁଡା, ଟିକ୍ରାଗୁଡା, ସାନିମୁଣ୍ଡା, ଜିଲାଗାଁ, ଭେଜିଗୁଡା, ଅମଠାଗୁଡା, ଉପର ପେରମଞ୍ଜି, ତଳ ପେରମଞ୍ଜି, ସୁରମେଲି, କୁକୁରଭୁର୍ସି, ପୁରୁଣାଗୁମା, ସେମେଲପଦର ଏଭଳି ୨୨ଖଣ୍ଡ ଗାଁ ରହିଛି। ମାଓବାଦୀ ଅଧୁଷିତ କର୍ଲାପାଟ ଅଞ୍ଚଳରେ ଥାନା ନ ଥିବାରୁ ପଞ୍ଚାୟତ ଗୃହରେ ଏବେ ଓଡ଼ିଶା ପୋଲିସର ୪ଜଣ ଫୋର୍ସ ରହୁଛନ୍ତି। ୨୦୧୬ରେ ମାଓବାଦୀମାନେ ଏହି ଗାଁର ପୋଲିସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଘରୁ ତାଙ୍କ ଗାଡି ସହିତ ଜରୁରୀ କାଗଜପତ୍ର ପୋଡ଼ିଦେବା ସହ ୪ଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଟେକି ନେଇ ଯାଇଥିଲେ। ସେ ଭିତରୁ ବନମାଳୀ ନାଏକଙ୍କୁ ଗୁଳି କରି ହତ୍ୟା କରଥିଲେ। କିନ୍ତୁ ଗାଁରେ ମୋବାଇଲ ନେଟୱର୍କ ସୁବିଧା ନ ଥିବାରୁ ପୋଲିସକୁ କେହି ଖବର ଦେଇ ପାରି ନ ଥିଲେ। ଫଳରେ ମୃତଦେହ ପ୍ରାୟ ୮ ଘଣ୍ଟା ପଡ଼ି ରହିଥିଲା। ଏହି ଘଟଣା ପରେ ଯୋଗାଯୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ୨୦୧୭ ସେପ୍ଟେମ୍ବରରେ ଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ସେବା ଆରମ୍ଭ କରାଯାଇଥିଲା। ଏହି ପଞ୍ଚାୟତର ମୋଟ ୫୦୫୩ଜଣ ଲୋକ ବିଏସଏନଏଲ ନେଟୱର୍କ ଉପରେ ଭରସା କରିଥିଲେ। କିନ୍ତୁ ଧୀରେ ଧୀରେ ଏହି ସେବାରୁ ମଧ୍ୟ ବଞ୍ଚତ୍ତ ହୋଇ ରହିଗଲେ ଗ୍ରାମବାସୀ। ବର୍ତ୍ତମାନ ଏହି ଟାୱାର ଅଚଳ ଅବସ୍ଥାରେ। ଯଦ୍ଦ୍ବାରା ୨୨ଖଣ୍ଡ ଗ୍ରାମକୁ ଫୋନ ଯୋଗାଯୋଗ ଅସମ୍ଭବ ହୋଇ ପଡ଼ିଛି। ସାମାନ୍ୟ ଫୋନ ବ୍ୟବହାର ନ କରି ପାରିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଅଞ୍ଚଳବାସୀଙ୍କୁ। ଡାକଘର କାମ ମଧ୍ୟ ସବୁ ଅନଲାଇନ ହେଉଥିବା ବେଳେ ପାସବୁକ ଖୋଲିବା ପାଇଁ ମଧ୍ୟ ପାହାଡ଼ ଉପରକୁ ଯିବାପାଇଁ ପଡ଼େ ଗାଁର ଲୋକଙ୍କୁ। ଗୋଟିଏପଟେ ମାଓବାଦୀ ଭୟ ଅନ୍ୟ ପଟେ ଅଭୟାରଣ୍ୟ ହେଇଥିବାରୁ ଜଙ୍ଗଲୀ ଜନ୍ତୁଙ୍କ ଭୟ ରହିଛି। ବାରମ୍ବାର ଗାଁକୁ ହାତୀ ପଶି ଆସି ଅନେକ ଫସଲ ତଥା ଧନଜୀବନ ନଷ୍ଟ କରୁଥିବା ଦେଖିବାକୁ ମିଳେ। ରାତି ଅଧରେ ଗାଁରେ କାହାର ଦେହ ଖରାପ ହେଲେ ଲୋକଙ୍କୁ ବାଧ୍ୟ ହୋଇ ୩ କି.ମି. ପାହାଡ଼ ଉପରକୁ ଚଢିଲେ କିମ୍ବା ଲମ୍ବ ଗଛ ଉପରକୁ ଚଢି ନେଟୱର୍କ ଖୋଜି ଆମ୍ବୁଲାନ୍ସକୁ ଡାକିବାକୁ ପଡେ। ବନ୍ୟଜନ୍ତୁ ଭୟରେ ଲୋକେ ନେଟୱର୍କ ଜାଗାକୁ ଯିବା ପାଇଁ ମଧ୍ୟ ଡରନ୍ତି। ଏପରି ଭାବେ ଅଭିଶପ୍ତ ଜୀବନ ବିତାଉଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀଙ୍କ ନଜର ଏହି ଅଞ୍ଚଳବାସୀଙ୍କ ଉପରେ ପଡ଼ୁନାହିଁ। କର୍ଲାପାଟ ଅଭୟାରଣ୍ୟରେ ଅନେକ ଦର୍ଶନୀୟ ସ୍ଥାନ ରହିଛି, ଯେଉଁଠିକି ଯିବା ପାଇଁ ପର୍ଯ୍ୟଟକ ଧାଡି ଲମ୍ବେ। ଶୀତ ଋତୁ ଆସିଲେ ଫୁରଲୀଝରନଠୁ ନେଇକି ଖଣ୍ଡୁଆଲ ମାଲି ପର୍ଯ୍ୟନ୍ତ ସବୁଠି ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ପର୍ଯ୍ୟଟକଙ୍କୁ ମଧ୍ୟ ମୋବାଇଲ ସେବା ନ ମିଳିବାରୁ ବହୁ ପର୍ଯ୍ୟଟକ ନିରାଶ ହୋଇ ଫେରି ଯାଇଥାନ୍ତି ଓ ଅସନ୍ତୋଷ ପ୍ରକାଶ କରିଥାନ୍ତି। ସରକାର ୫ ଜି ଭଳି ଅତ୍ୟାଧୁନିକ ମୋବାଇଲ ସେବା ଆରମ୍ଭ କରି ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଆଜିବି ମୋବାଇଲ ଚଳାଇବା ପାଇଁ ଲୋକଙ୍କୁ ଟାୱାର ମିଳିପାରିନାହିଁ। ତୁରନ୍ତ ଏହି ଅଞ୍ଚଳରେ ମୋବାଇଲ ସେବା ଯୋଗାଇ ଦେବା ଜରୁରୀ ହୋଇ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

ହର୍ମୁଜକୁ ନେଇ ଇରାନ ସହ ପାକିସ୍ତାନ କଲା ବଡ଼ ଡିଲ୍‌, ତାଟକା ହେଲା ସାରା ବିଶ୍ୱ!

ଇସଲାମାବାଦ,୨୯।୩: ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନର ସଂଘର୍ଷ ବନ୍ଦ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ, ପାକିସ୍ତାନ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି।…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri