ଦାଦନ ଖଟିବାକୁ ଗଲେ ନଗଡ଼ାବାସୀ

ଯାଜପୁର ଅଫିସ/କାଳିଆପାଣି, ୨୩ା୧୨(ଡି.ଏନ.ଏ.):ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ଶିଶୁ ମୃତ୍ୟୁ ଘଟଣା କାହାକୁ ଅଛପା ନାହିଁ। ୨୦୧୬ ଜୁଲାଇରେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଯୋଜନା ନଗଡ଼ାରେ ଅଜାଡି ଦିଆଯାଇଥିଲା। ନଗଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଶିଶୁ ମୃତ୍ୟୁ ଘଟଣାର ୨ ବର୍ଷରେ ପ୍ରାୟ ୨୩ କୋଟି ଟଙ୍କା ରାସ୍ତା, ପାଣି, ବିଦ୍ୟୁତ୍‌ ଆଦି କ୍ଷେତ୍ରରେ ବିନିଯୋଗ ହୋଇଥିଲା। ତେବେ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଆମତ୍ସାତ୍‌ ହୋଇଥିବା ନେଇ ରାଜ୍ୟ ସୂଚନା ଅଧିକାର ଆଇନ (ଆର୍‌ଟିଆଇ)ର ଆବାହକ ପ୍ରଦୀପ ପ୍ରଧାନ ଲୋକୟୁକ୍ତଙ୍କ ପାଖରେ ୧୪ା୧୦ା୨୦୧୯ରେ ଅଭିଯୋଗ କରିଥିଲେ। ଏହାପରେ ଓଡ଼ିଶା ଲୋକାୟୁକ୍ତ(ଏଲୱାଇ)-୪୫୫/୨୦୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ତଦନ୍ତକୁ କଳେବଳେ କୌଶଳେ ରଫାଦଫା କରାଯାଇଥିବା ବେଳେ ଏବେ କାମ ଅନ୍ବେଷଣରେ ନଗଡ଼ାବାସୀ ଦାଦନ ଖଟି ଯାଉଥିବା ଏକ ସମ୍ବେଦନଶୀଳ ଖବର ହସ୍ତଗତ ହୋଇଛି।
ପ୍ରଶାସନିକ ଅବହେଳା କାରଣରୁ ବିଜୁ ପକ୍କାଘର, ଜବ୍‌କାର୍ଡ, ଲେବର କାର୍ଡ, କାଳିଆ, କୃଷି ଯୋଜନା, ବିଧବା ଭତ୍ତା ଇତ୍ୟାଦି ଯୋଜନାରୁ ସଫଳତା ପାଇବାରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ବଞ୍ଚିତ ହୋଇଛନ୍ତି। ଏହାସହ ଉନ୍ନୟନ କାର୍ଯ୍ୟ ନାମରେ ଠିକାଦାର ରାଜନୀତି ବିକାଶକୁ ବହୁ ପଛକୁ ଠେଲି ଦେଇଛି। ଲୋକଙ୍କ ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ହୋଇ ପାରୁନାହିଁ। ଖଣିରେ ଯାନ୍ତ୍ରିକ ବ୍ୟବହାରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିବାରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ସେଠାରେ କାମ ପାଉ ନାହାନ୍ତି ା ଏଥିଯୋଗୁ ପରିବାରର ମୁରବିମାନେ ରାଜ୍ୟ ବାହାରକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଗୁରୁବାର ଏହିଭଳି ଏକ ଦୁଃଖଦ ଦୃଶ୍ୟ କାଳିଆପାଣି ଖଣି ଅଞ୍ଚଳର ବସ୍‌ଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା। ବହୁ ଚର୍ଚ୍ଚିତ ନଗଡ଼ା ଗ୍ରାମର ସୁରିଆ ପଧାନ, ନନ୍ଦ ପଧାନ, ଅର୍ଜୁନ ପଧାନ, କୁଞ୍ଜ ପଧାନ, କୈଳାସ ପଧାନ, ଦୁଃଶାସନ ମହାଖୁଡ଼, ପଞ୍ଚୁ ମହାଖୁଡ଼ ପ୍ରମୁଖ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ନଗଡ଼ା ଛାଡି ବସ ଯୋଗେ କାମ ଅନ୍ବେଷଣରେ ବାହାରକୁ ଚାଲିଯାଇଛନ୍ତି। ମୂଲ୍ୟବାନ ଭୂ-ସମ୍ପଦ, ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାରେ ଏଭଳି ସ୍ଥିତି ଦେଖଣାହାରିଙ୍କୁ ବିଚଳିତ କରିଛି। ଏଠାରେ ବି ଚାଲିଛି ମଣିଷ ବେପାର ବୋଲି ଚର୍ଚ୍ଚାର ବିଷୟ ହୋଇଛି ା ନଗଡ଼ାବାସୀ କାମ ନ ପାଇ ଦଲାଲ ହାତରେ ନିଜ ମୁଣ୍ଡକୁ ବିକ୍ରିକରି ପଡୋଶୀ ରାଜ୍ୟକୁ ଦାଦନ ଖଟିଯିବା ଘଟଣା ଉପରୋକ୍ତ କଥାକୁ ପ୍ରମାଣିତ କରୁଛି ା
ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଓ କଳାହାଣ୍ଡି ଜିଲାରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଖଟିଯିବା ସାଧାରଣ କଥା ହୋଇଛି ା ହେଲେ ଯାଜପୁର ଭଳି ଖଣି ଏବଂ ଶିଳ୍ପବହୁଳ ଜିଲାରୁ ଲୋକେ ଦାଦନ ଖଟି ଯିବା କଥା ଉଠିବା ବୁଦ୍ଧିଜୀବୀ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଛି ା ଖଣି ଓ ଶିଳ୍ପ ସମୃଦ୍ଧ ଏହି ଜିଲାରେ ବାହାର ଅଞ୍ଚଳର ଶ୍ରମିକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ସ୍ଥାନୀୟ ଲୋକେ କାମଧନ୍ଦା ପାଉ ନାହାନ୍ତି ା ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମଧ୍ୟ ଠିକ ଭାବେ କାମ ମିଳୁନାହିଁ। ସୁକିନ୍ଦା ଅଞ୍ଚଳରେ ୧୭୩ ନିୟୁତ ଟନ୍‌ କ୍ରୋମାଇଟ ଗଚ୍ଛିତ ଅଛି ବୋଲି ସରକାରୀ ଭାବେ ଆକଳନ କରାଯାଇଛି ା ଭାରତ ସ୍ବାଧୀନତା ପୂର୍ବରୁ ଏଠାରୁ କ୍ରୋମାଇଟ୍‌ ଖନନ ଆରମ୍ଭ ହୋଇ ସାରିଛି। ଏଠାକାର ମୂଲ୍ୟବାନ ପ୍ରାକୃତିକ ସମ୍ପଦରେ ଅନେକ କମ୍ପାନୀ ସେମାନଙ୍କ ମୂଳଦୁଆ ପକାଇଛନ୍ତି ା ତେବେ ୨୦୧୦ ପରଠାରୁ ଜିଲାର ଖଣି, ଶିଳ୍ପ ଓ ରେଲୱେ ସାଇଡିଂରେ ଅଧିକାଂଶ ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଲୋକେ ବୃତ୍ତି ହରାଇ କ୍ଷୁଧାର ଶିକାର ହେଉଛନ୍ତି ା ଏହି ପରିପ୍ରେକ୍ଷୀରେ କ୍ଷୁଧାମୁକ୍ତିର ଆଶୁ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ୨୦୧୫ରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କିଛି ସୁଫଳ ମିଳୁନାହିଁ ା ଖଣି ପ୍ରଭାବିତ ଲୋକଙ୍କୁ କାମ ଯୋଗାଇ ଦେବା ବଦଳରେ କେତେଜଣ ମୁଷ୍ଟିମେୟ ରାଜନେତାଙ୍କୁ ହାତ କରି ଖଣି କମ୍ପାନୀ କର୍ତ୍ତୃପକ୍ଷ ବାହାର ଲୋକଙ୍କୁ ଆଣି କାମରେ ଲଗାଉଛନ୍ତି। ଫଳରେ ଏଠାକାର ଲୋକେ ବାହାରକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri