ବ୍ୟାଙ୍କ୍‌ ଉପରେ ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୬ା୩: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପୁଣିଥରେ ବିଭିନ୍ନ ବ୍ୟାଙ୍କ୍‌ ଉପରେ ମୋଟା ଅଙ୍କର ଜରିମାନା ଲଗାଇଛି। ବିଭିନ୍ନ ବ୍ୟାଙ୍କ୍‌ଗୁଡ଼ିକ ସଠିକ୍‌ ଭାବରେ ନିୟମର ଅନୁପାଳନ କରୁନଥିବାରୁ ଆର୍‌ବିଆଇ ସେମାନଙ୍କ ଉପରେ ଜରିମାନା ଲଗାଇଛି। ପୂର୍ବରୁ ଆର୍‌ବିଆଇ ପକ୍ଷରୁ ତିନୋଟି ବ୍ୟାଙ୍କ୍‌କୁ ଆର୍ଥିକ ଦଣ୍ଡ ଦିଆଯାଇଥିବା ବେଳେ ବର୍ତ୍ତମାନ ବିଭିନ୍ନ ରାଜ୍ୟର ୮ଟି କୋ-ଅପ୍‌ରେଟିଭ୍‌ ବ୍ୟାଙ୍କ୍‌ ଉପରେ ଜରିମାନା ଲଗାଯାଇଛି। ପଶ୍ଚିମବଙ୍ଗର ନବାପଲ୍ଲୀ କୋ-ଅପ୍‌ରେଟିଭ୍‌ ବ୍ୟାଙ୍କ୍‌ ଉପରେ ସର୍ବାଧିକ ୪ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିବା ବେଳେ ହିମାଚଳପ୍ରଦେଶର ବଘାଟ ସହରୀ କୋ-ଅପ୍‌ରେଟିଭ୍‌ ବ୍ୟାଙ୍କକୁ ୩ଲକ୍ଷ ଟଙ୍କାର ଆର୍ଥିକ ଦଣ୍ଡ ଦିଆଯାଇଛି। ଏହାଛଡ଼ା ମଣିପୁରର ମହିଳା କୋ-ଅପ୍‌ରେଟିଭ୍‌ ବ୍ୟାଙ୍କ୍‌ ଲିମିଟେଡ୍‌, ଉତ୍ତରପ୍ରଦେଶର ୟୁନାଇଟେଡ୍‌ ଇଣ୍ଡିଆ କୋ-ଅପ୍‌ରେଟିଭ୍‌ ବ୍ୟାଙ୍କ୍‌ ଲିମିଟେଡ୍‌, ନରସିଂହପୁର ଜିଲା କୋ-ଅପ୍‌ରେଟିଭ୍‌ ବ୍ୟାଙ୍କ୍‌ (ମଧ୍ୟପ୍ରଦେଶ), ଅମରାବତୀ ମର୍ଚାଣ୍ଟ କୋ-ଅପ୍‌ରେଟିଭ୍‌ ବ୍ୟାଙ୍କ୍‌ ଲିମିଟେଡ୍‌ ଏବଂ ଅହମ୍ମଦାବାଦର ଫେଜ୍‌ ମର୍କେଣ୍ଟାଇଲ୍‌ କୋ-ଅପ୍‌ରେଟିଭ୍‌ ବ୍ୟାଙ୍କ୍‌ ଲିମିଟେଡ୍‌କୁ ଆର୍‌ବିଆଇ କ୍ଷରୁ ଜରିମାନା ଦଣ୍ଡ ଦିଆଯାଇଛି।

Share