ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୪।୧(ବ୍ୟୁରୋ):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣାକୁ ଆଉ କିଛିଦିନ ବାକି ରହିଥିବା ବେଳେ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିର୍ବାଚନ ହେବାକୁ ଯାଉଥିବା ୧୦୭ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ମ୍ୟୁନିସିପାଲିଟି ଏବଂ ମହାନଗର ନିଗମରେ ଓ୍ବାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ସମସ୍ତ ଜିଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି। ଜାନୁୟାରୀ ୩ରେ ଓ୍ବାର୍ଡ ପୁନର୍ଗଠନ ଏବଂ ସ୍ଥାନ ସଂରକ୍ଷଣ ନେଇ ମତାମତ ଲୋଡ଼ାଯାଇଛି। ଏ ନେଇ ଜିଲାପାଳମାନେ ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜାନୁୟାରୀ ୧୨ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ୧୩ ତାରିଖ ସୁଦ୍ଧା ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ କାର୍ଯ୍ୟ ଶେଷ କରି ଜିଲାସ୍ତରରେ ବିିଜ୍ଞପ୍ତି ପ୍ରକାଶ କରିବାକୁ କୁହାଯାଇଛି। ଏହା ବିରୋଧରେ ଆବେଦନ କରିବାକୁ ଜାନୁୟାରୀ ୧୩ରୁ ୨୭ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୮ ତାରିଖରେ ଆବେଦନଗୁଡିକର ଶୁଣାଣି କରାଯିବ। କେବେ ସୁଦ୍ଧା ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ତାହା ପରବର୍ତ୍ତୀ ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣାଇ ଦିଆଯିବ। ଏ ଦିଗରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ସହ ବିଭାଗକୁ ନିୟମିତ ଜଣାଇବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟ ୨୦୨୧ ଡିସେମ୍ବର ୬ ଏବଂ ୨୧ରେ ଦେଇଥିବା ରାୟ ଅନୁସାରେ ପଛୁଆବର୍ଗମାନଙ୍କର ସ୍ଥାନ ସଂରକ୍ଷଣ ହେବ। ଅନୁସୂଚିତ ଅଞ୍ଚଳକୁ ଛାଡ଼ି ଅନ୍ୟାନ୍ୟ ସ୍ଥାନରେ ମ୍ୟୁନିସିପାଲିଟି ଏବଂ ଏନ୍‌ଏସି ଅଞ୍ଚଳକୁ ବିଭକ୍ତ କରି ଓ୍ବାର୍ଡ ପୁନର୍ଗଠନ କରିବା ସହ ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯିବ। ସେହିପରି ୨୦୧୧ ଜନଗଣନା ଅନୁଯାୟୀ ମହାନଗର ନିଗମ ଅଞ୍ଚଳରେ ଓ୍ବାର୍ଡ ପୁନର୍ଗଠନ ଏବଂ ଓଡ଼ିଶା ମ୍ୟୁନିସିପାଲ ଆଇନ-୧୯୫୦ର ଧାରା ୧୨(୩)(ବି)(୧) ଓ (୨) ଅନୁସାରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣକୁ ନେଇ ଥିବା ଆପତ୍ତି ଅଭିଯୋଗ ନିର୍ଦ୍ଧାରିତ ସମୟରେ କେବଳ ଜିଲାପାଳଙ୍କ କାର୍ଯ୍ୟାଳୟର ଅଭିଯୋଗ ବାକ୍ସରେ ଦାଖଲ କରିବାକୁ କୁହାଯାଇଛି। ସେହିପରି ଅନୁଗୋଳ ଜିଲାର ୩, ବଲାଙ୍ଗୀରର ୫, ବାଲେଶ୍ୱରର ୫, ବରଗଡ଼ର ୪, ଭଦ୍ରକର ୪, ବୌଦ୍ଧର ୧, କଟକର ୩, ଦେବଗଡ଼ର ୧, ଢେଙ୍କାନାଳର ୩, ଗଜପତିର ୨, ଗଞ୍ଜାମର ୧୬, ଜଗତ୍‌ସିଂହପୁରର ୨, ଯାଜପୁରର ୨, ଝାରସୁଗୁଡ଼ାର ୩, କଳାହାଣ୍ଡିର ୪, କେନ୍ଦ୍ରାପଡ଼ାର ୨, କେନ୍ଦୁଝରର ୧, ଖୋର୍ଦ୍ଧାର ୪, ନୟାଗଡ଼ର ୪, ନୂଆପଡ଼ାର ୩, ପୁରୀର ୪, ସମ୍ବଲପୁରର ୧, ସୁବର୍ଣ୍ଣପୁରର ୩ଟି ମ୍ୟୁନିସିପାଲିଟି ଓ ଏନ୍‌ଏସିରେ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ଏଥିସହିତ ୫ ମହାନଗର ନିଗମର ମଧ୍ୟ ସୀମା ପୁନଃ ର୍ନିଦ୍ଧାରଣ ହେବ। ଜାନୁୟାରୀ ୫ ସୁଦ୍ଧା ମହାନଗର ନିଗମ ସୀମା ପୁନଃ ନିର୍ଦ୍ଧାରଣ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁଆରୀ ୭ ସୁଦ୍ଧା ଚିଠା ତାଲିକା ପ୍ରକାଶ କରାଯିବ। ଅଣ ଅନୁସୂଚୀତ ଅଞ୍ଚଳରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସ୍ଥାନ ସଂରକ୍ଷଣ ରହିବ ନାହିଁ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୧୯ରେ ପୌର ନିର୍ବାଚନ କରିବା ସକାଶେ ଓ୍ବାର୍ଡ ପୁନର୍ଗଠନ ଓ ସଂରକ୍ଷଣ କାର୍ଯ୍ୟ ଶେଷ କରିଥିଲେ। ତେବେ ସ୍ଥାନ ସଂରକ୍ଷଣକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବାରୁ ପୌର ନିର୍ବାଚନକୁ ଝଟକା ଲାଗିଥିଲା। ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରି ନ ଥିଲା। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସରକାରଙ୍କ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିବା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଫଳରେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସିପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ରେ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ। କ୍ୟାବିନେଟ ଅନୁମୋଦନ ପରେ ପୌର ବିଧି(ସଂଶୋଧନ)ବିଲ୍‌ -୨୦୨୧କୁ ବିଧାନସଭାରେ ଅନୁମୋଦନ କରାଇଥିଲେ। ଆଇନ ସଂଶୋଧନ ପ୍ରକ୍ରିିୟା ଶେଷ ହୋଇଥିବାରୁ ପୌର ନିର୍ବାଚନ କରିବା ସକାଶେ ସରକାର ଅଣ୍ଟା ଭିଡ଼ିଛନ୍ତି। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇସାରିଛି। ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଆଇନ ଜାଲରେ ଛନ୍ଦି ହୋଇପଡିଥିବାରୁ ଗତ ୩ ବର୍ଷ ଧରି ରାଜ୍ୟ ସରକାର ପୌର ନିର୍ବାଚନ କରିବାରେ ସକ୍ଷମ ହୋଇ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri