Categories: ବାଣିଜ୍ୟ

୨ଥର ବଢ଼ିପାରେ ରେପୋ ରେଟ୍‌

ନୂଆଦିଲ୍ଲୀ,୫।୬: ଆସନ୍ତା ସପ୍ତାହରେ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ର ମୁଦ୍ରାନୀତି (ଏମ୍‌ପିସି) ବୈଠକରେ ରେପୋ ରେଟ୍‌ରେ ୦.୪୦% ବୃଦ୍ଧି ଘଟିବା ନେଇ ଏକ ବିଦେଶୀ ବ୍ରୋକ୍‌ରେଜ୍‌ କମ୍ପାନୀ ବୋଫା ସିକ୍ୟୁରିଟିଜ୍‌ ପକ୍ଷରୁ ଶନିବାର ଆକଳନଭିତ୍ତିକ ତଥ୍ୟ ଦିଆଯାଇଛି। ଏହାଛଡ଼ା କେନ୍ଦ୍ରୀୟ ବ୍ୟାଙ୍କ୍‌ର ଦର ନିର୍ଦ୍ଧାରଣ ପ୍ୟାନେଲ ଅଗଷ୍ଟରେ ହେବାକୁ ଥିବା ପରବର୍ତ୍ତୀ ସମୀକ୍ଷା ବୈଠକରେ ରେପୋ ରେଟ୍‌ରେ ୦.୩୫% ବୃଦ୍ଧି ନେଇ ମଧ୍ୟ କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି। ତେବେ ଯଦି ଜୁନ୍‌ ବୈଠକରେ ରେପୋ ଦର ବୃଦ୍ଧି ୦.୫୦% ରହିବ ତା’ହେଲେ ଅଗଷ୍ଟରେ ତାହା ୦.୨୫% ରହିବ ବୋଲି କମ୍ପାନୀ କହିଛି। କମ୍ପାନୀ ସୂଚନା ଅନୁସାରେ ରେପୋ ଦରରେ ମୋଟ୍‌ ୦.୭୫% ବୃଦ୍ଧି ଘଟିବ। ସୂଚନାଯୋଗ୍ୟ, ଗତ ମେ’ ମାସରେ ହୋଇଥିବା ଏମ୍‌ପିସି ସମୀକ୍ଷା ବୈଠକରେ ରେପୋ ଦରରେ ୦.୪୦% ବୃଦ୍ଧି ହୋଇଥିଲା।

Share