ମରାମତି ଅବଧି ସରିନି, କ୍ଷୟକ୍ଷତି ଦର୍ଶାଇଲା ବିଭାଗ

ଚଣ୍ଡିଖୋଲ,୮।୧୦(ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଚଣ୍ଡିଖୋଲ ଉପଖଣ୍ଡର ବାଲିଚନ୍ଦ୍ରପୁର-ଦେକୁରି ରାସ୍ତାକୁ ନେଇ ବିବାଦ ଥମୁନି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜାନରେ କରାଯାଇଥିବା ଏହି ରାସ୍ତାର ନିର୍ମାଣ ସମୟରେ ୩୦୦ ମିଟର ଗାଡ୍‌ୱାଲ ଭୁଶୁଡ଼ି ପଡ଼ିଥିଲା। ନିର୍ମାଣ ଶେଷ ହେବାର ୩ ମାସ ପରେ ରାସ୍ତା ଶୋଚନୀୟ ହୋଇପଡ଼ିଥିଲା। ସ୍ଥାନୀୟ ଲୋକେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ କରିଥିଲେ। ବହୁବାର ତଦନ୍ତ ପରେ ମଧ୍ୟ ରାସ୍ତା ଅବସ୍ଥା ସୁଧାରିବାକୁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା ବରଂ ବିଭିନ୍ନ ବାହାନାରେ ବିଭାଗ ପକ୍ଷରୁ ଠିକା ସଂସ୍ଥାକୁ ସୁରକ୍ଷା ଦିଆଯାଇଥିଲା। ତେବେ ଏହି ରାସ୍ତାର ବାର୍ଷିକ ମରାମତି ଅବଧି ସରି ନ ଥିବାବେଳେ ଏବେ ବିଭାଗ ପକ୍ଷରୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ଲଗାଣ ବର୍ଷାରେ ରାସ୍ତା ଧୋଇଯାଇ କ୍ଷତି ହୋଇଥିବା ଦର୍ଶାଯାଇଛି। ତେଣୁ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଗତ ମାସ ୨୪ ତାରିଖରେ ୫୦ ଲକ୍ଷ ଟଙ୍କା ମଞ୍ଜୁର ପାଇଁ ବିଭାଗ ମୁଖ୍ୟଯନ୍ତ୍ରୀ(ନିର୍ମାଣ)ଙ୍କୁ ପତ୍ର ଲେଖିଛନ୍ତି। ତୁରନ୍ତ ୨୦ ଲକ୍ଷ ଟଙ୍କା ରାସ୍ତା ମରାମତି ନିମନ୍ତେ ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷେ ରାସ୍ତା ବର୍ଷାର ବହୁ ପୂର୍ବରୁ ଶୋଚନୀୟ ହୋଇପଡ଼ିଛି ବୋଲି ଅଭିଯୋଗ ହୋଇଛି। ତେବେ ଠିକା ସଂସ୍ଥାର ମରାମତି ଅବଧି ସରି ନ ଥିବାବେଳେ ପୁଣି ବିଭାଗ ପକ୍ଷରୁ ମରାମତି ପାଇଁ ଆବେଦନ କରିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ବାଲିଚନ୍ଦ୍ରପୁରଠାରୁ ଦେକୁରି ୧୧ କି.ମି. ଏହି ରାସ୍ତା କାମ ୨୦୧୮ ଏପ୍ରିଲରେ ୪ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା। ଏକ ବର୍ଷ ମଧ୍ୟରେ ନିର୍ମାଣ ଶେଷ ପାଇଁ ଠିକା ସଂସ୍ଥା ଚୁକ୍ତି କରିଥିଲେ ମଧ୍ୟ ମାର୍ଚ୍ଚ ୨୦୨୦ରେ କାର୍ଯ୍ୟ ଶେଷ କରାଯାଇଥିଲା। ଏହାପରେ ରାସ୍ତା ଶୋଚନୀୟ ହୋଇପଡ଼ିଥିଲା। ୧୬/୧୧/୨୦ରେ ମୁଖ୍ୟଯନ୍ତ୍ରୀ ରାସ୍ତା ପରିଦର୍ଶନରେ ଆସି ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶର ୫ ମାସ ପରେ ଠିକା ସଂସ୍ଥା ପକ୍ଷରୁ କେତେକ ସ୍ଥାନରେ ତାଳି ପକାଯାଇଥିଲା। ଏହାପରେ ୨୬/୭/୨୧ରେ ରାଜ୍ୟ ଗୁଣବତ୍ତା ନିରୀକ୍ଷକ ବିଭାଗର ଦୁଇ ଜଣିଆ ଟିମ୍‌ ଆସି ରାସ୍ତା ଉଭୟ ପାର୍ଶ୍ୱ କେନାଲ ଯୋଗୁ କେତେକ ସ୍ଥାନରେ ଖାଲ ସୃଷ୍ଟି ହୋଇଥିବା ଦର୍ଶାଇବା ସହ ରାସ୍ତା ମଧ୍ୟରେ ଥିବା ଦୁଇ ବିଦ୍ୟୁତ୍‌ ଖୁଣ୍ଟ ହଟାଇବାକୁ ପରାମର୍ଶ ଦେଇଥିଲେ। ମାତ୍ର ଆଜି ଯାଏ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଇ ନାହିଁ କିମ୍ବା ଖାଲଖମା ମରାମତି କରାଗଲା ନାହିଁ। କିନ୍ତୁ ବର୍ଷାରେ ରାସ୍ତା ନଷ୍ଟ ହୋଇଯାଇଥିବା ଦର୍ଶାଯାଇ ଅର୍ଥ ଦାବି କରାଗଲା। ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଶେଷ ହେବାର ୫ ବର୍ଷ ଯାଏ ସମ୍ପୃକ୍ତ ଠିକା ସଂସ୍ଥା ମରାମତି ଦାୟିତ୍ୱ ନେବା କଥା। ମାତ୍ର ଏଠାରେ ବ୍ୟତିକ୍ରମ ଦେଖାଯାଇଛି। ମରାମତି ପାଇଁ ଅର୍ଥ ମହଜୁଦ ଥିଲେ ମଧ୍ୟ ବିଭାଗ ପକ୍ଷରୁ ଅର୍ଥ ଦାବିକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ଚଣ୍ଡିଖୋଲ ଉପଖଣ୍ଡ ସହକାରୀ ଯନ୍ତ୍ରୀ କେ.ତୁଳସୀ ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ରାସ୍ତା ଖରାପ ହୋଇଥିବାରୁ ଆମେ ମରାମତି ପାଇଁ ଅର୍ଥ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri