ନଭେମ୍ବରରେ ରିଲିଜ ହେବ ଦୃଶ୍ୟମ ୨

ମୁମ୍ବାଇ: ଅଜୟ ଦେବଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଦୃଶ୍ୟମ ୨ ଖୁବଶୀଘ୍ର ସିନେମାହଲରେ ରିଲିଜ୍ ହେବାକୁ ଯାଉଛି । ହାଇଦ୍ରାବାଦରେ ଶୁଟିଂ ଶେଷ ହେବା ପରେ କିଛି ସମୟ ପୂର୍ବରୁ ଫିଲ୍ମର ମେକର୍ସ ପୋଷ୍ଟର ଜାରି କରି ରିଲିଜ୍ ଡେଟ ସମ୍ପର୍କରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ୧୮ ନଭେମ୍ବରକୁ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ଦୃଶ୍ୟମ ୨ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅଜୟ ଦେବଗନ, ତବ୍ୱୁ, ଶ୍ରେୟା ଶରଣ ଓ ଇଶିତା ଦତ୍ତାଙ୍କ ବ୍ୟତୀତ ଏଥର ମୁଭିରେ ଅକ୍ଷୟ ଖାନ୍ନା ଓ ରଜତ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଦୃଶ୍ୟମ ୨ ଭାୟାକମ ୧୮, ଗୁଲସନ କୁମାର, ଟି ସିରିଜ ଓ ପାନୋରମା ଷ୍ଟୁଡିଓ ପ୍ରେଜେଣ୍ଟ କରିବାକୁ ଯାଉଛନ୍ତି । ମୁଭିର ପ୍ରଡ୍ୟୁସର ଭୁଷଣ କୁମାର, କୁମାର ମଙ୍ଗତ ପାଠକ, ଅଭିଷେକ ପାଠକ, କୃଷ୍ଣା କୁମାର ରହିଛନ୍ତି । ସଞ୍ଜିବ ଯୋଶୀ, ଆଦିତ୍ୟ ଚୌକସି ଓ ଶିବ ଚନାନା ଏହାର କୋ ପ୍ରଡ୍ୟୁସର ରହିଛନ୍ତି ।
ଦୃଶ୍ୟମ ୨ରେ ମାଲୟାଲମ ସୁପଷ୍ଟାର ମୋହନଲାଲଙ୍କୁ ଦେଖିବାକୁ ମିଳିବ । ମିଡିଆ ରିପୋର୍ଟର ସୂଚନା ଅନୁଯାୟୀ, ଅଜୟ ଦେବଗନ ଓ ତବ୍ୱୁ ନିଜ ଚରିତ୍ରକୁ ନୂଆ ଅନ୍ଦାଜରେ ଫ୍ୟାନ୍ସଙ୍କ ସାମ୍ନାରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହି ମୁଭିର ପ୍ରଥମ ଭାଗ ୨୦୧୫ରେ ଆସିଥିବା ବେଳେ ଏହାର ନିର୍ମାତା ଥିଲେ ନିର୍ଦ୍ଦେଶକ ସ୍ୱର୍ଗତ ନିଶିକାନ୍ତ କାମତ । ସେତେବେଳେ ମୁଭିକୁ ଭାୟକମ ୧୮ ପାନୋରମା ଷ୍ଟୁଡିଓଜ ଓ କୁମାର ମଙ୍ଗତଙ୍କ ସହ ମିଶି ପ୍ରଡ୍ୟୁସ କରିଥିଲେ ।

Share