ଏହି ୪ କାରଣରୁ ଭାଙ୍ଗିଯାଏ ସମ୍ପର୍କ… ଜାଣନ୍ତୁ…

ସମ୍ପର୍କରେ ବୁଝାମଣାକୁ ଅଧିକ ଗୁରୁତ୍ୱ ଦିଆଯାଏ। ଯଦି ବୁଝାମଣା ଠିକ୍‌ ରହେ ତେବେ ସାଥୀଙ୍କ ମଧ୍ୟରେ ମନମାଳିନ୍ୟ କମ୍‌ ହୁଏ। ବେଳେ ବେଳେ ଛୋଟ ଛୋଟ କଥାକୁ ନେଇ ମନମାଳିନ୍ୟ ସୃଷ୍ଟି ହୋଇଥାଏ। ଯାହା ପରେ ବିରାଟ ରୂପ ନେଇଥାଏ। ତେବେ ଏହି ସବୁ ଛୋଟ କଥାକୁ ଅଣ ଦେଖା କରନ୍ତୁ ନାହିଁ। କାରଣ ସେ ସବୁକୁ ଜାଣି ରଖିଲେ ଜୀବନସାଥୀଙ୍କ ସହ ଖୁସିରେ ଜୀବନ ଅତିବାହିତ କରିପାରିବେ। ଜାଣନ୍ତୁ ସେ ସମ୍ପର୍କରେ…

ପସନ୍ଦ ନା ପସନ୍ଦ ଜାଣନ୍ତୁ:
ପରସ୍ପର ସହିତ ସୁସମ୍ପର୍କ ରଖି ଉଭୟଙ୍କ ପସନ୍ଦ ନା ପସନ୍ଦ ଜାଣନ୍ତୁ। ଏହି ଛୋଟ କଥାରୁ ଅନେକ ସମସ୍ୟ ଦୂର ହୋଇଥାଏ।

ଅନ୍ତରଙ୍ଗ ସମ୍ପର୍କ ଅଭାବ:
ଅନ୍ତରଙ୍ଗ ସମ୍ପର୍କର ଅଭାବ ମଧ୍ୟ ସମ୍ପର୍କ ମଧ୍ୟରେ ମତଭେଦ ସୃଷ୍ଟି କରେ।

ଇଚ୍ଛା, ଅନିଚ୍ଛା:
ପାର୍ଟନର ଉଭୟଙ୍କ ଇଚ୍ଛା, ଅନିଚ୍ଛା ଉପରେ ଗୁରୁତ୍ୱ ଦେବା ଉଚିତ। ବେଳେ ବେଳେ ଏହି କାରଣ ଭାଙ୍ଗି ଦିଏ ସମ୍ପର୍କ।

ବିଶ୍ୱାସ ଏବଂ ସଚ୍ଚୋଟତାର ଅଭାବ:
ବିଶ୍ୱାସ ସମ୍ପର୍କର ମୂଳଦୁଆ ଅଟେ। ଏହା ହିଁ ସମ୍ପର୍କକୁ ଦୃଢ଼ତାର ସହ ବାନ୍ଧି ରଖେ। ଭାବରେ ବାନ୍ଧି ରଖେ। ଏଥିରେ ସନ୍ଦେହ ଆସିଲେ ସମ୍ପର୍କ ଭାଙ୍ଗିଯାଏ।