ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର ଥିଲା ଶ୍ରେଷ୍ଠ ସାମାଜିକ ବ୍ୟବସ୍ଥା, ଯାହା ୩ ଦଶନ୍ଧି ଯାଏ ଚାଲିଲା । କିନ୍ତୁ ଏବେ ଆମେ ଚରମ ବୀପରିତ ସ୍ଥିତି ଦେଖିବାକୁ ପାଉଛୁ। ଧାରଣାଆସିଛି ଯେ, ଉଦାରବାଦୀ- ଗଣତାନ୍ତ୍ରିକ ପୁଞ୍ଜିବାଦୀ ବିଶ୍ୱ ବ୍ୟବସ୍ଥାରେ ମୌଳିକ ମାନବ ଅଧିକାର (ବାକ୍‌ ସ୍ବାଧୀନତା, ବୈଶ୍ୱିକ ସ୍ବାସ୍ଥ୍ୟସେବା, ସାର୍ବଜନୀନ ଶିକ୍ଷା ଆଦି) ନିଶ୍ଚିତ କରୁଥିବା ନିୟମଗୁଡ଼ିକର ଅଧୋଗତି ଘଟିଛି। ଏହାର ସ୍ଥାନ ନେଇଛି ନୂଆ ବିଶ୍ୱ, ଯେଉଁଠ ଶକ୍ତିଶାଳୀମାନେ ଦୁର୍ବଳ ଉପରେ ଆକ୍ରମଣ କରୁଛନ୍ତି। ଏହା ସହ ନୂଆ ବୈଶ୍ୱିକ ବିଚାରଧାରାକୁ ଗମ୍ଭୀର ଭାବେ ନେଉନାହାନ୍ତି, କାରଣ ସମସ୍ୟା ହେଉଛି ଏବକାର ଯନ୍ତ୍ରଣାଦାୟକ ଅର୍ଥନୀତି, ମିଲିଟାରି ଓ ରାଜନୈତିକ କ୍ଷମତା। ଏଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭେନେଜୁଆଲାରେ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ କୌଣସି ପଦକ୍ଷେପ ନ ନେଇ ମାଗଣାରେ ସେହି ଦେଶର ତେଲ ଓ ଗଚ୍ଛିତ ଖଣିଜ ସମ୍ପଦକୁ ହାସଲ କରିବା ପାଇଁ ହସ୍ତକ୍ଷେପ କଲେ। ସେହିଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍‌ ନୂଆ ରୂପରେ, ବୋଲ୍‌ସେଭିକ ବିଦ୍ରୋହ ପୂର୍ବରୁ ଥିବା ବୃହତ୍‌ ରୁଷିଆର ପୁନର୍ଗଠନ ସକାଶେ ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଆକ୍ରମଣ କଲେ।
ପ୍ରଭାବୀ ବୈଶ୍ୱିକ ଦୃଷ୍ଟିକୋଣ ବାସ୍ତବରେ ତ୍ରୁଟିପୂର୍ଣ୍ଣ ଓ ସବୁ ଆଦର୍ଶରୁ ମୁକ୍ତ। ଯଦି ତୁମେ ଏକ ଛୋଟ ଦେଶ, ତେବେ ତୁମକୁ ଭୟରେ ରହିବାକୁ ପଡ଼ିବ। ସାବଧାନ ରୁହ, ନୀତିନିୟମର କୌଣସି ମୂଲ୍ୟ ନାହିଁ। ସିଦ୍ଧାନ୍ତବାଦର ପରବର୍ତ୍ତୀ ନୂଆ ବିଶ୍ୱରେ କୁହାଯାଉଛି ଯେ, ମାନବ ଅଧିକାରର ସୁରକ୍ଷା, ଅନ୍ୟ ଦେଶର ସାର୍ବଭୌମତ୍ୱ ପ୍ରତି ସମ୍ମାନ ସହ ଆଉ ସବୁକିଛିର ନିମ୍ନ ଗତି ହୋଇଛି। କିନ୍ତୁ ଏଥିରେ କିଛି ବି ସତ ନାହିଁ। ଆମର ଉଦାରବାଦ ପରବର୍ତ୍ତୀ ବିଶ୍ୱକୁ ଉଦାରବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥାର ବିଚାରଧାରା ଦ୍ୱାରା ହଟାଇ ଦିଆଗଲା। ଟ୍ରମ୍ପ୍‌ଙ୍କ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ (ଏମ୍‌ଏଜିଏ) ଦୃଷ୍ଟିକୋଣ ପ୍ରତିଦିନ ନିଜ କାର୍ଯ୍ୟ ଦ୍ୱାରା ବିରୋଧର ସମ୍ମୁଖୀନ ହେଉଛି। ଟ୍ରମ୍ପ୍‌ଙ୍କ ଜାତୀୟତାବାଦ ଦକ୍ଷିଣପନ୍ଥୀ ରାଜନୈତିକ ଅଭିଯାନର ଜଣେ ପ୍ରମୁଖ ବିଚାରକ ଷ୍ଟିଭ୍‌ ବାନ୍ନୋନ ବ୍ୟବସ୍ଥାକୁ ନଷ୍ଟ କରିଦେବା ପାଇଁ କାମ କରୁଛନ୍ତି। କିନ୍ତୁ ଟ୍ରମ୍ପ୍‌ଙ୍କ ଶାସନରେ ଆମେରିକାର ବ୍ୟବସ୍ଥାଗତ ପ୍ରକ୍ରିୟା ପୂର୍ବାପେକ୍ଷା ଏକଚ୍ଛତ୍ରବାଦ ହୋଇଛି। ନିୟମିତ ଭାବେ ଏବକାର ଆଇନଗୁଡ଼ିକର ଉଲ୍ଲଂଘନ ହେଉଛି ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଓ ମାର୍କେଟ୍‌ଗୁଡ଼ିକରେ ହସ୍ତକ୍ଷେପ କରାଯାଉଛି। ଏମ୍‌ଏଜିଏ କ୍ଷେତ୍ରରେ ଦୁର୍ବଳ (ଅପ୍ରବାସୀ, ଅଣ-ଶ୍ୱେତାଙ୍ଗ ଏବଂ ସମଲିଙ୍ଗୀ)ଙ୍କୁ ଅପମାନ କରିବାରେ ଶକ୍ତିଶାଳୀ ଲୋକଙ୍କ ପାଇଁ ‘ବାକ୍‌ ସ୍ବାଧୀନତା’ ଏକ ବିଶେଷ ଅଧିକାର ପାଲଟିଯାଇଛି। ବାକ୍‌ ସ୍ବାଧୀନତା ଶୋଷିତ ଓ ଅବଦମିତ ବ୍ୟକ୍ତିଙ୍କ ଶକ୍ତି ହୋଇ ଆଉ ରହିନାହିଁ କିମ୍ବା ସେମାନଙ୍କ ସ୍ବରକୁ ଶୁଣାଯାଉନାହିଁ। ଏଭଳି ସ୍ଥିତି ମଧ୍ୟ ଇସ୍ରାଏଲ ଓ ରୁଷିଆରେ ସୃଷ୍ଟି ହୋଇଛି। ଇସ୍ରାଏଲରେ ଇହୁଦୀ ମୌଳବାଦର ପ୍ରଭାବ ବଢ଼ିଛି, ଯାହା ଗାଜା ଓ ଓ୍ବେଷ୍ଟବ୍ୟାଙ୍କକୁ ହିଂସାତ୍ମକ ଭାବେ ନିୟନ୍ତ୍ରଣ କରିବାକୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ହିବ୍ରୁ ବାଇବେଲର ସିଦ୍ଧାନ୍ତକୁ ପ୍ରୟୋଗ କରୁଛି। ସମାନ ଭାବେ ପୁଟିନ୍‌ ରୁଷିଆର ରାଜନୈତିକ ତଥା ଦାର୍ଶନିକ ସିଦ୍ଧାନ୍ତକୁ ଦର୍ଶାଇ ତାଙ୍କ କ୍ଷମତାକୁ ବୈଧ ବୋଲି ସୂଚିତ କରୁଛନ୍ତି, ଯାହା ପାଶ୍ଚାତ୍ୟ ବ୍ୟକ୍ତିବାଦୀ ଉଦାରବାଦକୁ ବିରୋଧ କରୁଥିବା ଜଣାପଡ଼ୁଛି। ପୁଟିନ୍‌ଙ୍କ ମତରେ, ଜନ ସମୁଦାୟକୁ ପ୍ରାଥମିକତା ଦେଇ ବ୍ୟକ୍ତିମାନେ ଦେଶ ପାଇଁ ତ୍ୟାଗ କରିବାକୁ ପ୍ରସ୍ତୁତ ହେବା ଉଚିତ। ଏହି ଧାରାରେ ପୁଟିନ ସିଦ୍ଧାନ୍ତବାଦର ବଡ଼ ସମର୍ଥକ ଆଲେକ୍‌ଜାଣ୍ଡର ଖାରିଚେଭ ସୋଭିଏଟ୍‌ ପରବର୍ତ୍ତୀ ରୁଷିଆରେ ପୁଟିନବାଦକୁ ଦର୍ଶାଇଛନ୍ତି। ଏହାସହ ଆତ୍ମତ୍ୟାଗ ବିଷୟକୁ ପ୍ରତିପାଦିତ କରିଛନ୍ତି। ସେ କହିଛନ୍ତି, ଜଣେ ପାଶ୍ଚାତ୍ୟବାସୀଙ୍କ ପାଇଁ ଜୀବନର ମାନେ ଯାହା ତାହା ଆମ ପାଇଁ ବହୁତ କମ୍‌ ବୋଲି ମନେହେଉଛି। ଆମର ବିଶ୍ୱାସ, କୌଣସି ଧର୍ମରେ ମୂଳତତ୍ତ୍ୱ ଅସ୍ତିତ୍ୱଠାରୁ ଆହୁରି ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି।
ଏବେ ବିଶ୍ୱରେ ପ୍ରକାଶ ପାଇଥିବା ଉତ୍ତେଜନା ଗୋଟିଏ ପ୍ରମୁଖ ବିଷୟକୁ ପ୍ରକାଶ କରିଛି। ଅଧିକରୁ ଅଧିକ ଦେଶ ସେମାନଙ୍କ କ୍ଷମତା ଧରି ରଖିବା ପାଇଁ ଆପରାଧିକ ସଶସ୍ତ୍ର ଗୋଷ୍ଠୀ ଉପରେ ନିର୍ଭର କରୁଛନ୍ତି। ହାଇତି ତାହାର ୨୦୦ ବର୍ଷରୁ ଅଧିକ ସମୟର କ୍ରୀତଦାସ ପ୍ରେରିତ ବିଦ୍ରୋହ ପାଇଁ ଦଣ୍ଡିତ ହୋଇଛି। ଅର୍ଥାତ୍‌ ସଶସ୍ତ୍ର ଗୋଷ୍ଠୀ ଅଞ୍ଚଳର ୮୦% ନିୟନ୍ତ୍ରଣରେ ରଖି ମଧ୍ୟ ଏକ ତଥାକଥିତ ବିଫଳ ଦେଶର ବଡ଼ ଦୃଷ୍ଟାନ୍ତ ପାଲଟିଛି। ଏବେ ସମାନ ପ୍ରକାର ଘଟଣା ଇକ୍ୱେଡରରେ ଘଟୁଛି, ଯେଉଁଠି ଗୋଷ୍ଠୀଗୁଡ଼ିକ ସହରଗୁଡ଼ିକର ଅନେକ ଭାଗ ଦଖଲ କରିଛନ୍ତି ଏବଂ ମେକ୍ସିକୋର ସେହିସବୁ ଭାଗ ଏବେ ସମ୍ପୂର୍ଣ୍ଣ ଡ୍ରଗ୍‌ ମାଫିଆଙ୍କ ନିୟନ୍ତ୍ରଣରେ ରହିଛି। ଏହି ପରିପ୍ରେକ୍ଷୀରେ ଇସ୍‌ଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କ୍ରପ୍ସ ଏବଂ ଇରାନର ନୈତିକ ନୀତି ସମ୍ପର୍କରେ ଦର୍ଶାଇବା ଉଚିତ। ସେମାନେ ଏକ ନିର୍ଦ୍ଦିଷ୍ଟ ବିଚାରଧାରାର ପୋଲିସ ଫୋର୍ସ ଭାବେ କାମ କରି ବହୁ ସମୟରେ ଚରମ ପଦକ୍ଷେପ ନେଇ ସରକାରକୁ ଅପମାନିତ କରୁଥିବା ଦେଖାଯାଏ। ସ୍ମରଣଯୋଗ୍ୟ, ମାଶା ଅମିନ ଠିକ୍‌ ଭାବେ ବୁର୍ଖା ପିନ୍ଧି ନ ଥିବାରୁ ସେହି ଅଭିଯୋଗରେ ତାଙ୍କୁ ଗିରଫ କରାଯିବା ପରେ ହତ୍ୟା କରାଯାଇଥିଲା। ରୁଷିଆ ସରକାରଙ୍କର ଏକ ଓ୍ବାଗନର ଗ୍ରୁପ ଅଛି, ଯାହାକୁ ବିଦେଶରେ ସେନା ଅଭିଯାନ ପାଇଁ ବିକଳ୍ପ ଭାବେ ବ୍ୟବହାର କରାଯାଇଥିଲା; କିନ୍ତୁ ଶେଷରେ ଏହା ପୁଟିନ୍‌ଙ୍କ ଶାସନର ବିରୋଧୀ ପାଲଟିଗଲା।
ଏବେ ଟ୍ରମ୍ପ୍‌ଙ୍କ କଥା ଦେଖାଯାଉ। ପୂର୍ବରୁ ସେ ଆମେରିକାରେ ସାମ୍ବିଧାନିକ କ୍ଷମତା ପଦବୀ ବିରୋଧରେ ବିଦ୍ରୋହକୁ ଉସୁକାଇଥିଲେ। ଏବେ ନିଜସ୍ବ ଉପନିବେଶୀକରଣକୁ ନୂଆ ରୂପ ଦେଉଛନ୍ତି। ଇମିଗ୍ରେସନ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ) ଏଜେଣ୍ଟସ୍‌କୁ ବ୍ୟବହାର କରି ଗଣତାନ୍ତ୍ରିକ ଧାରାରେ ଚାଲିଥିବା ସହରଗୁଡ଼ିକର ବାସିନ୍ଦାଙ୍କୁ ଭୟଭୀତ କରୁଛନ୍ତି। ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌କୁ ଫେରିବା ପରେ ଆଇସିଇ ଏହାର ଏଜେଣ୍ଟ ସଂଖ୍ୟା ୧୨୦% ବୃଦ୍ଧି କରିଛି। ଏହା ଜାତୀୟତାବାଦୀ ଗୋରା ଆମେରିକୀୟଙ୍କୁ ନିଯୁକ୍ତ କରିବାକୁ ଏକ ଅଭିଯାନ ଚଳାଇ ୧୨,୦୦୦ ନୂଆ ଏଜେଣ୍ଟ ଓ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି ଏବଂ ୪୭ ଦିନ ପ୍ରଶିକ୍ଷଣ ପରେ ସେମାନଙ୍କ ହାତରେ ବନ୍ଧୁକ ଧରାଇ ଦିଆଯାଇଛି। ସେମାନେ ମୁହଁରେ ମାସ୍କ ଲଗାଇ ବିନା କୋର୍ଟ ଓ୍ବାରେଣ୍ଟରେ ଲୋକଙ୍କ ଘରେ ବଳପୂର୍ବକ ପଶୁଛନ୍ତି। ତଥାପି ଏକ ବଡ଼ ପ୍ରଭେଦ ରହିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କିମ୍ବା ପୁଟିନ୍‌ଙ୍କ ଭଳି ଟ୍ରମ୍ପ୍‌ ତାଙ୍କ ଆପରାଧିକ ଗୋଷ୍ଠୀଠାରୁ ଦୂରତା ଅବଲମ୍ବନ କରୁନାହାନ୍ତି। ସେ ସେମାନଙ୍କର ପ୍ରତ୍ୟକ୍ଷ କମାଣ୍ଡର ଭାବେ କାମ କରୁଛନ୍ତି ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଇଚ୍ଛାକୁ ଅଣଦେଖା କରିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଏହିପରି ଟ୍ରମ୍ପ୍‌ ଏକସାଙ୍ଗରେ ଆମେରିକାର ଆଇନର ଶୀର୍ଷ ପ୍ରବର୍ତ୍ତକ ଏବଂ ଶୀର୍ଷ ଗ୍ୟାଙ୍ଗ ଲିଡର ସାଜିଛନ୍ତି। ଖ୍ରୀଷ୍ଟଧର୍ମ କେବଳ ବିଶ୍ୱାସ କରିଛି ଯେ, ଜଣେ ପୂର୍ଣ୍ଣାଙ୍ଗ ଈଶ୍ୱର ହେବାକୁ ହେଲେ ଜଣେ ବିଦ୍ରୋହୀ ଓ ରାଜା ହେବା ଆବଶ୍ୟକ। ଲକ୍ଷ୍ୟ କଲେ ଜାଣିପାରିବା ଯେ, ଟ୍ରମ୍ପ୍‌ ବାସ୍ତବରେ ଜଣେ ଖ୍ରୀଷ୍ଟିଆନ୍‌ ଈଶ୍ୱର ଭାବେ କାମ କରୁଛନ୍ତି। ସେ ଆଇନଗତ ଭାବେ ଆମେରିକାର ଜଣେ ରାଜା ଭାବେ ତାଙ୍କ ଦେଶକୁ ସରକାରୀ ଆଦେଶ ଜାରି କରିବା ସହ ବ୍ୟବସ୍ଥା ବିରୋଧରେ ବିଦ୍ରୋହ କରି ତାଙ୍କ ଦେଶକୁ ଚଳାଉଛନ୍ତି।
ଟ୍ରମ୍ପ୍‌ଙ୍କ ଏବକାର ଆଚରଣ ଏହି ଅବଧାରଣାକୁ ଅଧିକ ସ୍ପଷ୍ଟ କରିଛି। ସେ ନିକଟରେ ଇଣ୍ଟରନାଲ ରେଭିନ୍ୟୁ ସର୍ଭିସ ବିରୋଧରେ ଏକ ପିଟିଶନ ଦାଏର କରି ନିଜେ ବୁଝିଥିବା ଆମେରିକାର ଏକ ସରକାରୀ ସଂସ୍ଥାଠାରୁ ୧୦ ବିଲିୟନ ଡଲାର କ୍ଷତିପୂରଣ ଦାବି କରିଛନ୍ତି। ବୁଝାପଡ଼ୁଛି ଯେ, ସେ ଏହାର ସମାଧାନଠାରୁ ଦୂରେଇଯିବେ ନା କ୍ଷତିପୂରଣ ଦାବି ଉପରେ ଶେଷ ନିଷ୍ପତ୍ତି ନେବେ। ଏପରିକି ଟ୍ରମ୍ପ୍‌ ଉଭୟ ବାଦୀ ଓ ପ୍ରତିବାଦୀ ହେବାକୁ ରିପବ୍ଲିକାନ ପାର୍ଟିର କେତେକ ନିର୍ବାଚିତ ପ୍ରତିନିଧି ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି। ଏମିତିକି ସେ ତାଙ୍କ ଅଦ୍ଭୁତ ସ୍ଥିତି ସମ୍ପର୍କରେ ବି ସ୍ବୀକାର କରିଛନ୍ତି, ଯେଉଁଠି ତାଙ୍କ ନିଜ ସହ ବୁଝାମଣା କରିବାକୁ ପଡ଼ିବ। ଡେମୋକ୍ରାଟିକ୍‌ ସିନେଟର ଆଡାମ ସ୍କିଫ୍‌ କହିଛନ୍ତି, ଏହି ଦୁର୍ନୀତି ସମ୍ପର୍କରେ ସେ ଯେଉଁ ଦୁଃସାହସ ଦେଖାଇଛନ୍ତି, ସେଥିପାଇଁ ତୁମକୁ ତାଙ୍କୁ ଶ୍ରେୟ ଦେବାକୁ ପଡ଼ିବ। ଆମେ ଏଭଳି ବିଷୟ ପୂର୍ବରୁ ଉଡୀ ଆଲେନ୍‌ଙ୍କ ବାନାନାଜ (୧୯୭୧) ସିନେମାରେ ଦେଖିଛେ, କିକ୍ତୁ ବାସ୍ତବ କ୍ଷେତ୍ରରେ ନୁହେଁ। ଏହି ସିନେମାରେ ନାୟକ ନିଜର ଓକିଲ ଭାବେ ଠିଆ ହୋଇ ନିଜକୁ ପଚରାଉଚୁରା କରିଛି ଏବଂ ବିନା ସାକ୍ଷୀରେ ଚିଲାଇଛନ୍ତି। ପରେ ଶୀଘ୍ର ନିଜ ସିଟ୍‌କୁ ଆସି ଅସ୍ପଷ୍ଟ ଉତ୍ତର ଦେଇଛନ୍ତି। ଏହି ସିନେମାର ଅର୍ଦ୍ଧଶତାବ୍ଦୀ ପରେ ବାସ୍ତବତା ସାମ୍ନାକୁ ଆସିଛି।

ସ୍ଲାଭୋଜ୍‌ ଜିଜେକ୍‌
– ପ୍ରଫେସର (ଫିଲୋଶଫି), ୟୁରୋପିଆନ୍‌ ଗ୍ରାଜୁଏଟ୍‌ ସ୍କୁଲ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri