ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨%

ଭୁବନେଶ୍ୱର,୧୬।୨(ଅନୁରାଧା ମହାରଣା): ବିଧାନସଭାରେ ୨୦୨୫-୨୬ ବର୍ଷ ନିମନ୍ତେ ସୋମବାର ବଜେଟ ଉପସ୍ଥାପନ କରାଯିବ। ଏହାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଶନିବାର ଓଡ଼ିଶା ଅର୍ଥନୈତିକ ସର୍ଭେ-୨୦୨୪-୨୫ ରିପୋର୍ଟ ପ୍ରକାଶ ପାଇଛି। ୨୦୨୪-୨୫ରେ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ତଥ୍ୟ ଅନୁସାରେ ଓଡ଼ିଶାର ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ୨୦୨୩-୨୪ରେ ୮.୬ ଲକ୍ଷ କୋଟି ଟଙ୍କାରୁ ୧୦% ବୃଦ୍ଧି ପାଇଛି। ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୨୪-୨୫ ଆର୍ଥିକ ବର୍ଷରେ ୭.୨% ରହିବ ବୋଲି ଆକଳନ କରାଯାଇଛି, ଯାହା ସର୍ବଭାରତୀୟ ଅଭିବୃଦ୍ଧି ହାର ୬.୪%ଠାରୁ ଅଧିକ।
୨୦୨୪-୨୫ ଅଗ୍ରିମ ଆକଳନରେ ଓଡ଼ିଶାର ମୁଣ୍ଡପିଛା ଆୟ ୧୦.୬% ବୃଦ୍ଧି ପାଇ ୧,୮୨,୫୪୮ ଟଙ୍କାରେ ପହଞ୍ଚିଥିବା ବେଳେ ସର୍ବଭାରତୀୟସ୍ତରରେ ମୁଣ୍ଡପିଛା ଆୟ ୮.୭% ବୃଦ୍ଧି ପାଇଛି। ୨୦୨୪-୨୫ରେ ଭାରତର ମୁଣ୍ଡପିଛା ଆୟ ୨,୦୦,୧୬୨ ଟଙ୍କା ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ ୮.୮% କମ୍‌ ରହିଛି। ରାଜ୍ୟରେ ଉଭୟ ମହିଳା ଓ ମୋଟ ଶ୍ରମଶକ୍ତି ଅଂଶଗ୍ରହଣ ହାର (ଏଲ୍‌ଏଫ୍‌ପିଆର୍‌) ୨୦୧୮-୧୯ରେ ୫୧.୨% ଥିବାବେଳେ ୨୦୨୩-୨୪ରେ ଏହା ୬୪.୯%କୁ ବୃଦ୍ଧି ପାଇଛି। ରାଜ୍ୟର ଶ୍ରମଶକ୍ତି ଅଂଶଗ୍ରହଣ ହାର ସର୍ବଭାରତୀୟସ୍ତର ୫୮%ଠାରୁ ଅଧିକ। ଓଡ଼ିଶାରେ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର (୧୫ ବର୍ଷରୁ ଅଧିକ) ୨୦୧୮-୧୯ରେ ୨୪.୪% ଥିବାବେଳେ ୨୦୨୩-୨୪ରେ ଏହା ୪୯.୪%କୁ ବୃଦ୍ଧି ପାଇଛି। ଏହା ସର୍ବଭାରତୀୟସ୍ତର ୪୨% ଠାରୁ ଅଧିକ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୩.୩% ଅଭିବୃଦ୍ଧି ରେକର୍ଡ କରାଯାଇଛି, ଯାହାର ରାଜ୍ୟ ମୋଟ ସଂଯୋଗିତ ମୂଲ୍ୟରେ ୧୯% ଯୋଗଦାନ ରହିଛି।
ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନ ୨୦୧୯-୨୦ ବର୍ଷରେ ୧୧୬.୯ ଲକ୍ଷ ମେଟ୍ରିକ ଟନ ଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୧୪୩ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି, ଯାହା ହାରାହାରି ଅଭିବୃଦ୍ଧି ହାର (ସିଏଜିଆର୍‌) ୫.୨%କୁ ଦର୍ଶାଉଛି। ମୋଟ ଧାନ ଉତ୍ପାଦନରେ ଓଡ଼ିଶା ୮% ଅଂଶ ସହ ଦେଶର ପଞ୍ଚମ ବୃହତ୍‌ ଧାନ ଉତ୍ପାଦନକାରୀ ରାଜ୍ୟ। ଧାନ ଉତ୍ପାଦନ ୨୦୧୯-୨୦ରେ ୯୭.୬ ଲକ୍ଷ ମେଟ୍ରିକ ଟନ ଥିବାବେଳେ ୨୦୨୩-୨୪ରେ ଏହା ୧୧୫.୪ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ସେହିପରି ପନିପରିବା ଉତ୍ପାଦନ ୨୦୧୯-୨୦ରେ ୯୭.୩୪ ଲକ୍ଷ ମେଟ୍ରିକ ଟନ ଥିବାବେଳେ ୨୦୨୩-୨୪ରେ ଏହା ୧୦୯.୩ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇ ୩% ଅଭିବୃଦ୍ଧି ହାର (ସିଏଜିଆର୍‌) ହାସଲ କରିଛି। ଓଡ଼ିଶା ଭାରତର ସପ୍ତମ ବୃହତ୍‌ ପନିପରିବା ଉତ୍ପାଦନକାରୀ ରାଜ୍ୟ ହୋଇଥିବାବେଳେ ଜାତୀୟ ଉତ୍ପାଦନରେ ୫.୨% ଯୋଗଦାନ ଦେଇଥାଏ। କୃଷକଙ୍କ ଆୟ ବୃଦ୍ଧି ଏବଂ ଖାଇବା ତେଲର ଚାହିଦା ପୂରଣ ପାଇଁ ରାଜ୍ୟ ସରକାର ଅଏଲ ପାମ୍‌ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ୨୦୧୯-୨୦ରେ ତୈଳ ପାମ କ୍ଷେତ୍ର ୬.୭ ହଜାର ହେକ୍ଟର ଥିବାବେଳେ ୨୦୨୩-୨୪ରେ ଏହା ୮.୮ ହଜାର ହେକ୍ଟରକୁ ବୃଦ୍ଧି ପାଇଛି। ଏହାର ବାର୍ଷିକ ଅଭିବୃଦ୍ଧି ହାର ୭.୧% ଅଟେ। ୨୦୨୪-୨୫ରେ ୬୫୦୦ ହେକ୍ଟର ଓ ୨୦୨୫-୨୬ରେ ୯୦ ହେକ୍ଟର ଜମିରେ ଅଏଲ ପାମ ଚାଷ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।
୨୦୧୯-୨୦ର ଖରିଫ ଋତୁରେ ଜଳସେଚନ କ୍ଷେତ୍ର ୪୩.୧ ଲକ୍ଷ ହେକ୍ଟର ଥିଲା। ୨୦୨୩-୨୪ରେ ଏହା ୩.୮% ବୃଦ୍ଧି ପାଇ ୪୯.୯ ଲକ୍ଷ ହେକ୍ଟରରେ ପହଞ୍ଚତ୍ଛି। ସେହି ସମୟର ରବି ଋତୁର ଜଳସେଚନ କ୍ଷେତ୍ର ପରିମାଣକୁ ଦେଖିଲେ ୧୯.୫ ଲକ୍ଷ ହେକ୍ଟରରୁ ୩.୩% ବୃଦ୍ଧି ପାଇ ୨୨.୨ ଲକ୍ଷ ହେକ୍ଟରରେ ପହଞ୍ଚତ୍ଛି। ଉନ୍ନତ ଜଳସେଚନ ଭିତ୍ତିଭୂମି ଯୋଗୁ ଫସଲର ପରିମାଣ ୨୦୧୯-୨୦ରେ ୧୫୪% ଥିବାବେଳେ ୨୦୨୩-୨୪ରେ ଏହା ୧୬୪%କୁ ବୃଦ୍ଧି ପାଇଛି।
ରାଜ୍ୟରେ ୨୦୨୨-୨୩ ତୁଳନାରେ ୨୦୨୩-୨୪ରେ ଦୁଗ୍ଧ ଉତ୍ପାଦନ ୬.୮% ବୃଦ୍ଧି ପାଇ ୨୬.୪ ଲକ୍ଷ ମେଟ୍ରିକ ଟନରେ ପହଞ୍ଚତ୍ଛି। ଏହି ଅଭିବୃଦ୍ଧି ହାର ଜାତୀୟ ସ୍ତରରେ ୩.୮% ରହିଛି। ଏହି ଅଗ୍ରଗତି ସତ୍ତ୍ବେ ୨୦୨୩-୨୪ରେ ରାଜ୍ୟର ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ଦୈନିକ ୧୫୬ ଗ୍ରାମ ରହିଥିବା ବେଳେ ଭବିଷ୍ୟତରେ ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି I ଦେଶର ୪ର୍ଥ ବୃହତ୍ତମ ମତ୍ସ୍ୟ ଉପତ୍ାଦନକାରୀ ରାଜ୍ୟ ଓଡ଼ିଶାର ଜାତୀୟ ଉପତ୍ାଦନରେ ୬% ଯୋଗଦାନ ରହିଛି। ୨୦୧୯-୨୦ରେ ରାଜ୍ୟରେ ମାଛ ଉତ୍ପାଦନ ୮.୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଥିଲା। ୨୦୨୩-୨୪ରେ ଏହା ୧୧.୨ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ଏ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ୬.୬% ତୁଳନାରେ ୮.୩% ସିଜିଆରରେ ବୃଦ୍ଧି ପାଇଛି।
ରାଜ୍ୟର ଶିଳ୍ପକ୍ଷେତ୍ର ୬.୧% ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଥିବାବେଳେ ‘ରାଜ୍ୟ ମୋଟ ସଂଯୋଗିତ ମୂଲ୍ୟ’ରେ ଏହା ୪୩.୯% ରହିବ ବୋଲି ଆକଳନ କରାଯାଇଛି। ୨୦୨୪ ଜୁନରୁ ୨୦୨୫ ଜାନୁଆରୀ ମଧ୍ୟରେ ରାଜ୍ୟ ସରକାର ୨.୪ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୩୩ଟି ନୂତନ ନିବେଶକୁ ଅନୁମୋଦନ କରିଛନ୍ତି। ଏହା ୧.୮ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
୨୦୨୪-୨୫ରେ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦% ରହିବ ବୋଲି ଆକଳନ କରାଯାଇଛି। ଏହା ରାଜ୍ୟ ଅର୍ଥନୀତିରେ ୩୭.୧% ଯୋଗଦାନ କରିବ। ରାଜ୍ୟରେ ଋଣ ଜମା ଅନୁପାତ ମାର୍ଚ୍ଚ ୨୦୨୦ରେ ୬୦.୪% ଥିଲା। ଏହା ୨୦୨୪ ସେପ୍ଟେମ୍ବରରେ ୭୬.୪%କୁ ବୃଦ୍ଧି ପାଇଛି, ଯାହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ। ୨୦୨୪-୨୫ ବଜେଟ ଆକଳନରେ ରାଜ୍ୟ ପୁଞ୍ଜି ବ୍ୟୟବରାଦ ବାବଦରେ ପ୍ରାୟ ୫୮,୧୯୫ କୋଟି ଟଙ୍କା ଆବଣ୍ଟନ ହୋଇଛି। ଏହା ମୋଟ ରାଜ୍ୟ ଘରୋଇ ଉପତ୍ାଦ(ଜିଏସ୍‌ଡିପି)ର ୬.୧% ଅଟେ। ରେଳ ଭିତ୍ତିଭୂମି ବିକାଶ ପାଇଁ ୨୦୨୪-୨୫ ବର୍ଷରେ ଓଡ଼ିଶାକୁ ୧୦.୬ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଓଡ଼ିଶାରେ ରେଳପଥ ଦୈର୍ଘ୍ୟ ୨୦୧୯-୨୦ରେ ୨୬୫୨ କିଲୋମିଟର ଥିବାବେଳେ ୨୦୨୩-୩୪ରେ ଏହା ୪% ବୃଦ୍ଧି ପାଇ ୩୦୯୩ କିଲୋମିଟରରେ ପହଞ୍ଚତ୍ଛି। ସେହିପରି ୨୦୧୯-୨୦ରେ ରାଜ୍ୟରେ ସଡ଼କ ଓ ସେତୁ ବାବଦରେ ମୋଟ୍‌ ବ୍ୟୟ ୭,୯୯୬ କୋଟି ଟଙ୍କା ଥିବାବେଳେ ୨୦୨୪-୨୫ରେ ଏହା ୧୯,୪୫୬ ଟଙ୍କାକୁ ବୃଦ୍ଧି ପାଇଛି। ସିଧାସଳଖ ବିମାନ ଚଳାଚଳ ମାଧ୍ୟମରେ ଭାରତ ୨୨ଟି ସହର ସହ ଓଡ଼ିଶା ସଂଯୋଗ ହୋଇଛି। ୨୦୨୧-୨୨ ଓଡ଼ିଶାରୁ ବିମାନରେ ଯାତ୍ରା କରୁଥିବା ଯାତ୍ରୀ ସଂଖ୍ୟା ୨୧.୬ ଲକ୍ଷ ଥିବାବେଳେ ୨୦୨୩-୨୪ରେ ଏହା ୪୧.୬ ଲକ୍ଷକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ୨୦୨୪-୨୫ ବର୍ଷ ପାଇଁ ଟ୍ରମା ସେବା ଅଧୀନରେ ୧୫୨୩.୪ ଲକ୍ଷ ଟଙ୍କା ଏବଂ ଆମ୍ବୁଲାନ୍ସ ସେବା ଅଧୀନରେ ୩୫,୦୨୬ ଲକ୍ଷ ଟଙ୍କା ପାଇଁ ପ୍ରସ୍ତାବ ଦିଅଯାଇଛି। ପିଏମ୍‌ ଉଷା ଅଧୀନରେ ୩୮ଟି କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ମୋଟ୍‌ ୬୭୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୨୨.୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ୟୁପିଏସ୍‌ସି: କୃତକାର୍ଯ୍ୟଙ୍କୁ ଦ୍ୱିତୀୟ ପରୀକ୍ଷା ମନା, ଚେହେରା ଚିହ୍ନଟ’ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ଲୋକ ସେବା ଆୟୋଗ (ୟୁପିଏସ୍‌ସି) ପକ୍ଷରୁ ବୁଧବାର ସନ୍ଧ୍ୟାରେ ୨୦୨୬ ବର୍ଷ ପାଇଁ ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମିନେଶନ୍‌ (ସିଏସ୍‌ଇ) ବିଜ୍ଞପ୍ତି ଜାରି କରାଯାଇଛି। ଏବର୍ଷ…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

ଖେମ୍‌ଚନ୍ଦ ସିଂ ମଣିପୁର ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୫।୨: ମଣିପୁରରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ବୁଧବାର ହଟିବା ପରେ ଭାଜପା ନେତୃତ୍ୱାଧୀନ ମେଣ୍ଟ ନେତା ୟୁମନାମ୍‌ ଖେମ୍‌ଚାନ୍ଦ ସିଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri