Categories: ବାଣିଜ୍ୟ

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ୩ ଦିନିଆ ମୁଦ୍ରାନୀତି କମିଟି ବୈଠକ (ଏମ୍‌ପିସି) ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ବଜାରରେ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। ଏହାକୁ ବିଚାର କରି କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋକୁ ଚଳିତ ଥର ଅପରିବର୍ତ୍ତିତ ରଖିପାରେ ବୋଲି ବଜାର ବିଶେଷଜ୍ଞମାନେ କହୁଛନ୍ତି। ଡିସେମ୍ବର ୪ରେ ରିଜର୍ଭ ବ୍ୟାଙ୍କ ଏହାର ନିଷ୍ପତ୍ତି ଘୋଷଣା କରିବ। ମୁଦ୍ରାସ୍ଫୀତି ୬% ସ୍ତରକୁ ବଢିଛି। ଅକ୍ଟୋବରରେ ହୋଇଥିବା ଏମ୍‌ପିସି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ ହାରକୁ ମଧ୍ୟ ଅପରିବର୍ତ୍ତିତ ରଖିଥିଲା। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଦେଶର ଜିଡିପି ୯.୫% ଖସିବ ବୋଲି ଏହା ଆକଳନରେ କହିସାରିଛି। କରୋନା ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ଚାପଗ୍ରସ୍ତ ହୋଇଛି। ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପକୁ ବଢାଇବା ଲାଗି ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏବେ ସୁଦ୍ଧା ଆର୍‌ବିଆଇ ୧୧୫ ବେସିସ ପଏଣ୍ଟ ରେପୋ କମାଇଛି।

Share