ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

କେନ୍ଦୁଝର,୧୩।୧(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ ତଥା ସ୍ବତନ୍ତ୍ର ଜଜ ଲୋକନାଥ ସାହୁ ଆଜି ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଏହି ଘଟଣାରେ ସେ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ସେମାନେ ହେଲେ ସନ୍ତୋଷ ମୁଣ୍ଡା ଓ ଧନୁ କେରେଇ।
ଫାଇନ ଅନାଦେୟ ଆଉ ଏକ ବର୍ଷ ଜେଲ ଦଣ୍ଡାଦେଶ କରିଥିବା ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି । ସଦର ଥାନା ଅଞ୍ଚଳରେ ୧୮ ମାର୍ଚ୍ଚ ୨୦୧୭ରେ ଏହି ଘଟଣା ଘଟିଥିଲା ବେଳେ ୨୦ ତାରିଖରେ ରିପୋର୍ଟ ହୋଇଥିଲା।