ବଳାତ୍କାରୀଙ୍କୁ କୋର୍ଟ ଚାଲାଣବେଳେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କାଳିଆପାଣି,୯ା୮(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ଗାଁରେ ୫ ତାରିଖ ଦିନ ଜନୈକା ସ୍ବାମୀ ପରିତ୍ୟକ୍ତାଙ୍କୁ ୩ ନାବାଳକ ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ରବିବାର ପୋଲିସ ୩ ଜଣକୁ ଗିରଫ କରିଥିବା ବେଳେ ସୋମବାର ଜୁଭେଲାଇନ କୋର୍ଟକୁ ଚାଲାଣ କରୁଥିଲା। ତେବେ ଗରାମିଆଁ ଗାଁର ଶତାଧିକ ମହିଳା ପୁରୁଷ ପୋଲିସ ଗାଡ଼ିକୁ ଅଟକ ରଖିବା ସହ ଦୋଷ କରି ନ ଥିବା ନାବାଳକମାନଙ୍କ ଉପରେ ପୋଲିସ ଦୋଷ ଲଦୁଥିବା ଅଭିଯୋଗ କରିଥିଲେ। ବହୁ ସମୟ ସେଠାରେ ଉତ୍ତେଜନା ଲାଗି ରହିଥିବାବେଳେ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ଉଠାଇବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ।