ପୁଣି ଦାଉ ସାଧିଲା ବର୍ଷା, ଧାନକିଣା ବାଧାପ୍ରାପ୍ତ

ଭବାନୀପାଟଣା,୧୧ା୬ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସକାଳୁ ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଜିଲାରେ ଧାନ କିଣା ପ୍ରଭାବିତ ହୋଇଛି। ଅନେକ ମଣ୍ଡିରେ ଧାନକିଣା ବନ୍ଦ ହୋଇଛି। ମଣ୍ଡି ଆରମ୍ଭରେ ମଧ୍ୟ କିଛି ଦିନ ଧରି ଲଗାଣ ବର୍ଷା ହୋଇଥିଲା। ଏଥିଯୋଗୁ ସପ୍ତାହରୁ ଊଦ୍ଧର୍‌ବ ଦିନ ଧରି ମଣ୍ଡି କାର୍ଯ୍ୟ ମନ୍ଥର ହୋଇଯାଇଥିଲା। ଏବେ ପୁଣି ଥରେ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧିଛି। ଧାନ ବିକ୍ରିହୋଇ ନ ପାରିବା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ରବିବାର ସୁଦ୍ଧା ୨୦,୨୭୩ ଚାଷୀଙ୍କ ୧୪ ଲକ୍ଷ ୩ ହଜାର ୧୨୫ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ସେଥିମଧ୍ୟରୁ ରବିବାର ଗୋଟିଏ ଦିନରେ ୧୨୪୫ ଜଣ ଚାଷୀଙ୍କ ୮୫ ହଜାର ୮୮୬ କୁଇଣ୍ଟାଲ ଧାନ ଉଠାଣ ହୋଇଛି। ଜିଲାରେ ରବି ଧାନ କିଣା ଟାର୍ଗେଟ ବର୍ତ୍ତମାନ ସୁଦ୍ଧା ୨୧ ଲକ୍ଷ ୪୬ ହଜାର ରହିଥିବାବେଳେ ଅବଶିଷ୍ଟ ଧାନ ଏବେ ବି ବିକ୍ରି ନ ହୋଇ ମଣ୍ଡିରେ ପଡିଛି। ଧାନ ବିକ୍ରି ଆଶାରେ ଚାଷୀ ରହିଥିବାବେଳେ ବର୍ଷାଯୋଗୁ ମଣ୍ଡି ଓ ଖଳାରେ ଥିବା ଧାନ ଭିଜିବା ଆଶଙ୍କା ଦେଖାଦେଇଛି। ସେହିପରି ସରକାର ଧାନ କଟ୍‌ନୀ ବନ୍ଦ କରିଥିବାବେଳେ ମଣ୍ଡିରେ କିନ୍ତୁ ଏବେ କୁଇଣ୍ଟାଲ ପିଛା ୫ କେଜି ନ କାଟିଲେ ଧାନ ଉଠୁନାହିଁ। ଚାଷୀ ଅନ୍ୟ କିଛି ଉପାୟ ନ ପାଇ ଧାନ ଶୀଘ୍ର ଉଠୁ ବୋଲି ୫ କେଜି କଟ୍‌ନୀରେ ମିଲରକୁ ଧାନ ଦେଉଛି। ଏବେ ବର୍ଷା ଯୋଗୁ ଏହି କଟ୍‌ନୀ ପରିମାଣ ବଢିବ ବୋଲି ଚାଷୀଙ୍କଠାରୁ ଜଣାପଡିଛି। ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲାରେ ୧୪୫ଟି ଧାନ ମଣ୍ଡି ରହିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୨ଟି ମଣ୍ଡି ଖୋଲିଛି। ଅବଶିଷ୍ଟ ୩ଟି ଖୋଲି ନାହିଁ। ସେହିପରି ଧାନ ଉଠାଣ ପାଇଁ ୭୫ ମିଲରଙ୍କୁ ନିୟୋଜିତ କରାଯାଇଛି। ଚଳିତ ରବିରେ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ୪୮,୮୧୮ ଜଣ ଚାଷୀ ଅନ୍‌ଲାଇନ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିଛନ୍ତି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ବର୍ଷା ଯୋଗୁ କୌଣସି ମଣ୍ଡି ପ୍ରଭାବିତ ହେବା ସୂଚନା ଆସିନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri