ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ

ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା ପାର ହେଉଥିବା ବେଳେ ତାଳଚେର ଆଡୁ ଆସୁଥିବା ଏକ ମାଲଗାଡି ଟ୍ରେନ୍‌ ଧକ୍କାରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ସେହି ସମୟରେ ଉପସ୍ଥିତ ଥିବା ବନବିଭାଗ କର୍ମଚାରୀ, ହାତୀ ସ୍କ୍ବାଡ୍‌ ସଦସ୍ୟମାନଙ୍କ ସୂଚନା ମୁତାବକ କସନ ଅର୍ଡରର ନିର୍ଦ୍ଧାରିତ ବେଗଠାରୁ ମାଲଗାଡି ଟ୍ରେନ୍‌ର ବେଗ ଅଧିକ ଥିଲା ବୋଲି ବନବିଭାଗ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ସୋମବାର ଖୋର୍ଦ୍ଧା ରୋଡସ୍ଥିତ ଡିଭିଜନାଲ ରେଲଓ୍ବେ ମ୍ୟାନେଜରଙ୍କ କାର୍ଯ୍ୟାଳୟରୁ ସିନିୟର ଡିଭିଜନାଲ କମର୍ସିଆଲ ମ୍ୟାନେଜର ଅନିଲ କୁମାର ଏସ୍‌ଙ୍କ ଦସ୍ତଖତ ଥାଇ ରେଳବାଇ ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ରେଳବାଇ ବିଭାଗ ପକ୍ଷରୁ ଜାରି ହୋଇଥିବା ପତ୍ରରେ ଦର୍ଶାଯାଇଛି ଯେ, ମେରାମଣ୍ଡଳୀ ରେଳ ଷ୍ଟେଶନଠାରୁ ହିନ୍ଦୋଳ ରୋଡ ରେଳ ଷ୍ଟେଶନ ମଧ୍ୟରେ ହାତୀ କରିଡରରେ ଏକ ସାଧାରଣ ଭାବେ ଘଣ୍ଟା ପିଛା ୪୦ କିଲୋମିଟର ବେଗ ନିର୍ଦ୍ଧାରିତ କରାଯାଇ କସନ ଅର୍ଡର ଜାରି କରାଯାଇଛି, ଯାହାକି ଅପରାହ୍ନ ୫ଟା ଠାରୁ ପରଦିନ ସକାଳ ସାଢେ ୭ଟା ପର୍ଯ୍ୟନ୍ତ ସମୟ ଅବଧି ରହିଛି। ତଦନୁଯାୟୀ ଟ୍ରେନଗୁଡିକ ଉକ୍ତ ଅଞ୍ଚଳ ଦେଇ ନିର୍ଦ୍ଧାରିତ ବେଗରେ ଯାତାୟାତ କରିଥାନ୍ତି। ଦୁର୍ଘଟଣା ରାତିରେ ମାଲଗାଡିଟି ଘଣ୍ଟାକୁ ୩୨ କିଲୋମିଟର ବେଗରେ ଆସୁଥିଲା। କିନ୍ତୁ ହାତୀ କରିଡରରେ ହାତୀପଲ ରହିଥିବା ବେଳେ ଏ ସମ୍ପର୍କରେ ଉକ୍ତ ସମୟରେ ଖୋର୍ଦ୍ଧା ରୋଡ ଡିଭିଜନ ରେଲୱେ ପ୍ରଶାସନକୁ ବନବିଭାଗ ପକ୍ଷରୁ କୌଣସି ସୂଚନା ହାତୀ ଥିବା ସମୟରେ ପ୍ରଦାନ କରାଯାଏ ନାହିଁ ବୋଲି ରେଳ ବିଭାଗ ଦର୍ଶାଇଛି। ତେଣୁ ଏହି ଦୁର୍ଘଟଣାକୁ ରେଳବାଇକୁ ଦୋଷାରୋପ କରିବା ଦ୍ୱାରା ରେଳବାଇ ବିଭାଗର ଭାବମୂର୍ତ୍ତି ଖରାପ ହୋଇଥିବା ଖୋର୍ଦ୍ଧାରୋଡ ଜିଭିଜନାଲ ରେଲୱେ କାର୍ଯ୍ୟାଳୟ ପକ୍ଷରୁ ପତ୍ର ମାଧ୍ୟମରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri