Categories: ଫୁରସତ

ଖେଳିବାକୁ ଯାଇଥିଲେ ହେଲେ ଏମିତି ଅବସ୍ଥା କରିଦେଲେ କୁକୁର ଛୁଆ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛୋଟ ପିଲାଟି ବଗିଚାରେ କୁକୁର ଛୁଆଙ୍କ ସହ ଖେଳୁଥିବା ଦେଖିବାକୁ ମିଳୁଛି। ସେହ ସ୍ଥାନରେ ବଡ଼ କୁକୁଙ୍କୁ ତାର ଜାଲିରେ ରଖା ଯାଇଛି। ପିଲାଟି ବଗିଚାରେ ଦୌଡ଼ୁଥିବା ବେଳ କୁକୁର ଛୁଆଗୁଡିକ ତାହା ପଛରେ ଦୌଡୁଛନ୍ତି। ପିଲାଟି ତଳେ ପଡ଼ିଗଲେ ଛୁଆଗୁଡିକ ତାକୁ ଘେରି ଯାଉଛନ୍ତି। ଭିଡିଓକୁ ବୁଇଟେନ୍‌ ଗେବିଡେନ୍‌ ନାମକ ଟୁଇଟର ହ୍ୟାଣ୍ଡେଲରେ ଶେୟାର ହୋଇଛିି। କ୍ୟାପଶନ୍‌ରେ ଲେଖିଛନ୍ତି, ‘ଏହି ସ୍ବର୍ଗ’ । ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share