ପୁଣି ଗିରଫ ହେଲେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ

ଭବାନୀପାଟଣା,୨୩।୭(ଡି.ଏନ୍‌.ଏ.): ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଗୋଟିଏ ମାମଲାରେ ଜେଲରୁ ମୁକୁଳୁ ମୁକୁଳୁ ପୁଣି ଏକ ଅନ୍ୟ ମାମଲାରେ ଗିରଫ କରିଛି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଟିମ । ଗତ ୩ ତାରିଖରେ ଏକ ମାମଲା ରଫା ଦଫା କରିବାପାଇଁ ପୂର୍ବତନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଫାଣ୍ଡି ଏଏସ୍‌ଆଇ ମଳୟ ରଣାଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ କଟକ ଭିଜିଲାନ୍ସ ଡାଇରେକ୍ଟର ନିର୍ଦ୍ଦେଶରେ ଏକ ଟିମ ତାଙ୍କୁ ଗିରଫ କରିଥିଲା। ସେ ଭବାନୀପାଟଣା ଜିଲା କାରାଗାରରେ ଥିଲେ । ତେବେ ଗତକାଲି ତାଙ୍କ ବେଲ ମଞ୍ଜୁର ହେଲା ପରେ ସେ ଭାବନୀପାଟଣା ଜିଲା କାରାଗାରରୁ ବାହାରିବାବେଳେ ପୁଣି ଥରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକର ଏକ ଭିଜିଲାନ୍ସ ଟିମ ଗିରଫ କରିଛନ୍ତି। ଆଜି ତାଙ୍କ ମେଡିକାଲ ଯାଞ୍ଚ ପରେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ କଟକରୁ ଆସିଥିବା ଭିଜିଲାନ୍ସ ଟିମ ପଚରା ଉଚରା କରୁଛି ।