କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜସ୍ବ ଅମଲାମାନଙ୍କ ସାମୁହିକ ଛୁଟି ଆଜି ତୃତୀୟ ଦିବସରେ ପହଞ୍ଚିଲା। କେନ୍ଦୁଝରରେ ଏହି ଆନ୍ଦୋଳନ ଯୋଗୁ ବିଭିନ୍ନ ଜିଲାର ସମସ୍ତ ବ୍ଲକ, ତହସିଲ, ICDS, ITDA,RTO ପ୍ରଭୃତି ଗୁଡ଼ିକରେ ସମସ୍ତ ପ୍ରକାର କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି। ଏଥିରେ ସରକାର ଭୟଭୀତ ହୋଇ ଛୁଟିକୁ ବାତିଲ କରିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଥିରେ ରାଜ୍ୟର ୩୦ଟି ଜିଲାର ନେତୃମଣ୍ଡଳୀଙ୍କୁ ନେଇ ଏକ ଆଭାସି ବୈଠକ ହୋଇଥିଲା। ବୈଠକରେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଘର ନିନ୍ଦା କରାଯିବା ସଙ୍ଗେସଙ୍ଗେ ଏହା ଏକ ଦୁର୍ଭାଗ୍ୟଜନକ ଓ ମନ୍ତ୍ରୀଙ୍କର ଉକ୍ତି ସମସ୍ତ ରାଜସ୍ବ ଅମଲାଙ୍କୁ ଏକ କଟାକ୍ଷ ବୋଲି ମତ ପ୍ରକାଶ ପାଇଥିଲା ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ଏହା ପରେ ପରେ ସମସ୍ତ ଜିଲାର ଅମଲାଙ୍କୁ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ମତାମତ ଲୋଡ଼ା ଯାଇଥିଲା। ସମସ୍ତ ଜିଲାର ଅମଲାମାନେ ସରକାର ଯେକୌଣସି ପଦକ୍ଷେପ ନେଲେ ମଧ୍ୟ ଯେ ପର୍ଯ୍ୟନ୍ତ LEVEL-୯ ଓ ପଦବୀ ପୁନର୍ଗଠନ ନହେଇଛି ସେପର୍ଯ୍ୟନ୍ତ କେହି କାର୍ଯ୍ୟରେ ଯୋଗ ନ ଦେବା ପାଇଁ ସହମତି ଦେଇଥିଲେ ବୋଲି କୁହାଯାଇଛି। କେନ୍ଦୁଝର ଜିଲା ମଧ୍ୟ ଏଥିରେ ସହମତି ପ୍ରକାଶ କରି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ପୂର୍ବପରି ଆନ୍ଦୋଳନ ଯେପରି ଚାଲୁ ରହିଥିଲା। ଠିକ୍ ସେମିତି ଆନନ୍ଦପୁର, ଚମ୍ପୁଆ ଓ ଜିଲା ମୁଖ୍ୟାଳୟରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ସଭାପତି ଜିତେନ୍ଦ୍ର ମହାପାତ୍ର, ସମ୍ପାଦକ ପ୍ରଭାତେନ୍ଦୁ ନାୟକ, ମିଡିଆ ସଂଯୋଜକ ପୀତବାସ ମହାନ୍ତ, କାର୍ଯ୍ୟକାରୀ ସଭାପତି ସଚିନ କୁମାର ପଣ୍ଡା, ମିନତୀ ସାହୁ, ଉପଦେଷ୍ଟା ଭୁବନେଶ୍ୱର ମହାପାତ୍ର, କୈଳାସ ଚନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ରଣା, ପ୍ରଭାତୀ ପ୍ରଧାନ, ଗୌରାଙ୍ଗ ଚରଣ ଜେନା ପ୍ରମୁଖ ପ୍ରକାଶ କରିଛନ୍ତି।

