ଶିବଗଙ୍ଗା ପୋଖରୀର ସୁରକ୍ଷା ପାଚେରି ଧସିଲା

ଚାନ୍ଦବାଲି,୭।୨(କିଷାନ ପାତ୍ର): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠରେ ଥିବା ଶିବଗଙ୍ଗା ପୋଖରୀ ପାଚେରି ସୋମବାର ବିଳମ୍ବିତ ରାତିରେ ଧସିଛି। ଏହି ପୋଖରୀକୁ ଲାଗିଥିବା ୪୦ ଫୁଟ୍‌ ଲମ୍ବର ଡ୍ରେନ୍‌ ଓ ସୁରକ୍ଷା ପାଚେରି ୨୦ ଫୁଟ୍‌ ତଳକୁ ଧସିଯାଇଛି। ଫଳରେ ପୋଖରୀ ପାଖ ରାସ୍ତା ସାରା ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ମାସେରୁ ଊର୍ଦ୍ଧ୍ୱ ହେଲା ପୁଷ୍କରିଣୀକୁ ଶୁଖାଯାଇ କାମ ଜାରି ରହିଛି। ଏହି କାମ ସମୟରେ ଉକ୍ତ ଡ୍ରେନ୍‌ ଓ ପାଚେରି ପାର୍ଶ୍ୱରୁ ମାଟି ଖୋଳି ନେବାରୁ ଧସିଥିବା କୁହାଯାଉଛି। ତେବେ ଏହି ଘଟଣା ରାତିରେ ଘଟିଥିବାରୁ ଏକ ବଡ଼ ଧରଣର ବିପଦ ଟଳିଯାଇଛି।
ଗୋଟିଏ ପଟେ ବିକାଶମୂଳକ କାର୍ଯ୍ୟ ଚାଲିଥିବା ବେଳେ ଏହି ଘଟଣାକୁ ନେଇ ସେବାୟତଙ୍କ ସହ ବିରୋଧୀ ରାଜନୈତିକ ଦଳ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସେବାୟତ ଲଲାଟ କିଶୋର ପାଢ଼ୀ କହିଛନ୍ତି, ଆରଡ଼ି ପୀଠକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଏତେ ନିମ୍ନମାନର କାମ ଦିନେ ବିପଦରେ ପକାଇବ। କାର୍ଯ୍ୟ ସ୍ଥଳକୁ ବିଭାଗୀୟ ଯନ୍ତ୍ରୀ କେବେ ବି ଆସୁ ନ ଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଭାଜପା ନେତା ଉପେନ୍ଦ୍ର ରାଉଳ ଏହି ଘଟଣାକୁ ନିନ୍ଦା କରିବା ସହ ଉଭୟ ଠିକାଦାର ଓ ଶାସକ ଦଳର ନେତାଙ୍କ ମଧୁଚନ୍ଦ୍ରିକା ପାଇଁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି। କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ କହିଛନ୍ତି, ଆଗରୁ ମଧ୍ୟ ପୋଖରୀ ପାଖରେ ଥିବା ନାଲ୍‌କୋ ବିଲ୍ଡିଂର ୨୨ ବଖରା ଉଦ୍‌ଘାଟନ ପୂର୍ବରୁ ଧସିଯାଇଥିଲା। ଏ ଘଟଣା କିଛି ନୂଆ ନୁହେଁ, ଏହାର ତଦନ୍ତ କରାଯାଇ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଳିତ ଲୁଟ୍‌କୁ ବନ୍ଦ କରାଯାଉ। ପୂର୍ତ୍ତ ବିଭାଗ ଅଧିକାରୀ ଅମ୍ବିକା ସ୍ବାଇଁ ମଙ୍ଗଳବାର ସକାଳେ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

 ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri