ପ୍ରସ୍ତାବରେ ଅଟକିଛି ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ

ଛତ୍ରପୁର,୧୯।୪(ଡି.ଏନ.ଏ) ଗଞ୍ଜାମ ଜିଲାର ଭାତ ହାଣ୍ଡି ରୂପେ ଋଷିକୁଲ୍ୟା ନଦୀ ପରିଚିତ। ଏଣୁ ଋଷିକୁଲ୍ୟା ବଞ୍ଚତ୍ଲେ ହିଁ ଜିଲାର ସମସ୍ତ କେନାଲ ଓ ନାଳ ବଞ୍ଚତ୍ପାରିବ। ଋଷିକୁଲ୍ୟା ଚିରସ୍ରୋତା ହେଲେ ଗଞ୍ଜାମରେ ଚାଷ ବଞ୍ଚତ୍ବ। ଭଲ ଚାଷ ହୋଇ ଅମଳ ହେଲେ ଚାଷୀ ବଞ୍ଚତ୍ପାରିବ। ତେଣୁ ଋଷିକୂଲ୍ୟାକୁ ଛାଡି ଗଞ୍ଜାମ ଜିଲାର ବିକାଶ ଅସମ୍ଭବ। ଏଥିଲାଗି ଋଷିକୁଲ୍ୟା ପାଣିର ସୁପରିଚାଳନା ଆବଶ୍ୟକ। ଏଣୁ ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ଜରୁରୀ ହୋଇପଡିଛି। ଏନେଇ ମଙ୍ଗଳବାର ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଏକ ଖବରଦାତା ସମ୍ମିଳନୀରେ ଦାବି କରିଛନ୍ତି। ଜିଲାପ୍ରଶାସନ ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦେଉ ଏବଂ ସରକାର ଋଷିକୁଲ୍ୟାକୁ ବଞ୍ଚାଇବା ପାଇଁ ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ତୁରନ୍ତ କରିବାକୁ ସେ ଦାବି କରିଥିଲେ।
ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବାକୁ ଜିଲାପରିଷଦ ବୈଠକରେ ସମସ୍ତ ବିଧାୟକ, ଏମପି, ଜିଲାପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଆଲୋଚନା ହୋଇ ଏକ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କୁ ବହୁ ପୂର୍ବରୁ ଗଞ୍ଜାମ ଜିଲାପ୍ରଶାସନ ପକ୍ଷରୁ ପଠାଯାଇଥିଲା। ତେବେ ଏହି ପ୍ରସ୍ତାବ ଏବେ ଅଟକି ରହିଛି। ଆହୁରି ଜଣାଯାଇଛି ଯେ ‘ହୁଡୁହୁଡୁ’ ବାତ୍ୟାରେ ହଜାର ହଜାର ଏକର ଜମିରେ ବାଲି ମାଡିଯାଇଥିଲା। ତାପରେ ଜଳସମ୍ପଦ ମନ୍ତ୍ରୀ ଜିଲା ଗସ୍ତରେ ଆସିଥିବା ବେଳେ ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ ପାଇଁ ତକତ୍ାଳୀନ ଜିଲାପାଳ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏହାଉପରେ ଦୀର୍ଘ ବର୍ଷ ପରେ ବି କୌଣସି ପଦକ୍ଷେପ ନିଆଯାଇନି। ଏହି ପୂଣ୍ୟତୋୟା ନଦୀ ଋଷିଶୃଙ୍ଗ ପର୍ବତରୁ ବାହାରି ଗଞ୍ଜାମ ସହର ନିକଟସ୍ଥ ବଙ୍ଗୋପସାଗରରେ ମିଶିଛି। ମାତ୍ର ବର୍ଷାଦିନେ ୮୦ ଭାଗ ନଦୀର ପାଣି ସମୁଦ୍ରରେ ମିଶିଥାଏ। ସମୁଦ୍ରକୁ ବହିଯାଉଥିବା ପାଣିକୁ ଅଟକାଇ ରଖିଲେ ଭୂତଳ ଜଳସ୍ତର ବଢିବା ସଙ୍ଗେ ସଙ୍ଗେ ଜିଲାରେ ଦୁଇ ଥର ଫସଲ ଅମଳ ହୋଇପାରିବ। ଏଥିସହ ସମସ୍ତ ଚାଷ ଜମିକୁ ଜଳସେଚନର ସୁବିଧା ମଳିପାରିବ। ପାନୀୟ ଜଳର ସୁବିଧା ମଧ୍ୟ ହୋଇପାରିବ। ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଜିଲାର କେବଳ ୪୦ ଭାଗ ଜମିକୁ ଜଳସେଚନର ସୁବିଧା ଅଛି। ରବି ଫସଲ ବେଳେ ୫ ଭାଗ ଜମିକୁ ଜଳସେଚନର ସୁବିଧା ଉଠା ଜଳସେଚନର ପ୍ରକଳ୍ପ ଦ୍ୱାରା ହୋଇଥାଏ। ଫଳରେ ଅଧିକାଂଶ ଜମି ବର୍ଷା ଉପରେ ନିର୍ଭର କରିଥାଏ। ଗଞ୍ଜାମ ଜିଲାରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଥିବାବେଳେ ସେଥିରୁ ଅନେକ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। କେତେକ ତା’ ଉପରେ ମାଡିବସି ଜମି କରିଦେଲେଣି। ଏହି ପ୍ରକଳ୍ପ ଗୁଡିକରେ ଋଷିକୁଲ୍ୟା ନଦୀ ବିଭିନ୍ନ ସ୍ଥାନରେ ଆନ୍ନିକଟ, ଚେକଡ୍ୟାମ ନିର୍ମାଣ କରି ପ୍ରକଳ୍ପ ଗୁଡିକରେ ପାଣି ଭର୍ତ୍ତି କରିବା ଆବଶ୍ୟକତା ରହିଛି। ଏହାଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ସହ ରବିଋତୁରେ ଅର୍ଥକାରୀ ଫସଲ, ପନିପରିବା ଆଦି ଚାଷ ହୋଇପାରିବ ବୋଲି କୁହାଯାଇଛି। ଏଥିଲାଗି ଚାଷୀଙ୍କ ଆର୍ଥିକ ତଥା ସାମାଜିକ ବିକାଶ ହେବ ବୋଲି ପ୍ରସ୍ତାବ ଦିଆଯାଇଛି। ଗଞ୍ଜାମ ଜିଲାରେ କେବଳ ଖରିଫ ଋ଼ତୁରେ ଧାନ ଚାଷ ହୋଇଥାଏ। ରବି ଋତୁରେ ଖରା ଓ ପାଣି ଅଭାବ ଥିବାରୁ ଧାନ ଚାଷ ତ ହୁଏନି। ଏପରିକି ରବି ଫସଲ ମାତ୍ର ୫ ଭାଗ ଜମିରେ ହୋଇଥାଏ। ଏହି କାରଣ ଯୋଗୁଁ ଜିଲାର ପ୍ରାୟ ୫ ଲକ୍ଷ ଚାଷୀ, ଭାଗଚାଷୀ, କୃଷି ଶ୍ରମିକମାନଙ୍କ ସମସ୍ୟା ବଢିବାରେ ଲାଗିଛି। ଅନେକ ପରିବାର ପ୍ରତିପୋଷଣ ପାଇଁ ଚାଷବାସ କାର୍ଯ୍ୟ ଛାଡି ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି। ଏଣୁ ଋଷିକୁଲ୍ୟାକୁ ଚିରସ୍ରୋତା କରିବା ଲାଗି ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri