ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ ପରିଚାଳନା ଆବର୍ଜନା କୁଣ୍ଡ। ଏହି ପ୍ରକଳ୍ପ ନିର୍ମାଣ କରି ଠିକାଦାର ଓ ବିଭାଗୀୟ ଅଧିକାରୀ କେବଳ ଉପକୃତ ହେଉଥିବା ଅଭିଯୋଗ ହେଉଛି। ଲୋଇସିଂହା ବ୍ଲକର ବୁର୍ଡା, ଯୋଗୀସର୍ଡା, ବାଦିବାହାଲ ଆଦି ଗ୍ରାମରେ ନିର୍ମାଣ ହୋଇଥିବା ଉକ୍ତ ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ। କାମ କରି ଠିକାଦାର ଓ ବିଭାଗୀୟ ଅଧିକାରୀ କେବଳ ଉପକୃତ ହୋଇଥିବା ଅଭିଯୋଗ ହେଉଛି। ପ୍ରତ୍ୟେକ ପଞ୍ଚାୟତ ମୁଖ୍ୟାଳୟ ଓ ପଞ୍ଚାୟତ ଅଧୀନ ଗ୍ରାମରେ ଗୋଟିଏ ଗୋଟିଏ ଆବର୍ଜନା କୁଣ୍ଡ ନିର୍ମାଣ ହୋଇଛି। ପଞ୍ଚାୟତ ମୁଖ୍ୟାଳୟରେ ପ୍ରାୟ ୩ ଲକ୍ଷ ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି। ଦୂରଦୃଷ୍ଟି ଅଭାବରୁ ଏହି ପ୍ରକଳ୍ପଗୁଡିକ ଗାଁ ଠାରୁ ୨-୩ କିମି ଦୂରରେ ନିର୍ମାଣ ହୋଇଛି। ଗ୍ରାମର ପ୍ରତ୍ୟେକଙ୍କ ଘରୁ ବାହାରୁ ଥିବା ବର୍ଜବସ୍ତୁଗୁଡିକ ସେହି ଆବର୍ଜନା କୁଣ୍ଡକୁ ନେବାକୁ ଗ୍ରାମବାସୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅଧିକାଂଶ ସମୟରେ ମହିଳାମାନେ ପୋଖରୀକୁ ଗାଧୋଇବା ପାଇଁ ଆସିବା ବେଳେ ସେହି ଆବର୍ଜାନକୁ ଆଣି ବାଟଘାଟରେ କିମ୍ବା ପୋଖରୀ ହୁଡାରେ ପିଙ୍ଗି ଦେଉଛନ୍ତି। ଏହାଦ୍ୱାରା ଗ୍ରାମ୍ୟ ପରିବେଶ ପ୍ରଦୂଷିତ ହେବା ସହ ସଂକ୍ରମଣ ଦେଖାଦେଉଛି। ଯୋଗୀସର୍ଡା ଗ୍ରାମର ଆବର୍ଜନା କୁଣ୍ଡ ବାଦିବାହାଲ ରାସ୍ତାର ଶ୍ମଶାନ ଘାଟ ନିକଟରେ ନିର୍ମାଣ ହୋଇଛି ା ଗାଁ ଠାରୁ ପ୍ରାୟ ୨ କିମ ହେବ ା ପ୍ରାୟ ୨ ବର୍ଷ ହେବ ଉକ୍ତ ପ୍ରକଳ୍ପ ନିର୍ମାଣ ହୋଇଥିଲେ ସୁଦ୍ଧା ଲୋକଙ୍କ କାମରେ ଆସୁନାହିଁ ା ଗାଁର ଲୋକେ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ଉପରେ ଘରୁ ବାହାରୁଥିବା ଆବର୍ଜନାକୁ ଫୋପାଡି ଦେଉଛନ୍ତି ା ନିକଟରେ ପ୍ରାଥମିକ ବିଦ୍ୟାଳୟ ଥିବାରୁ ଛାତ୍ରୀଛାତ୍ରଙ୍କୁ ସଂକ୍ରମଣ ଭୟ ଘାରିଛି। ସେହିପରି ବାଞ୍ଜିପାଲି ରାସ୍ତାରେ ବୁର୍ଡା ଗ୍ରାମର ଉକ୍ତ କୁଣ୍ଡ ନିର୍ମାଣ ହୋଇଛି। ଏଠାରେ ମଧ୍ୟ ପ୍ରକଳ୍ପ ନିର୍ମାଣ ହୋଇଛି, ଲୋକେ ବ୍ୟବହାର କରୁନାହାନ୍ତି। ଉକ୍ତ ଆବଜର୍ନା କୁଣ୍ଡ ନିକଟରେ ଉପ ସ୍ବାସ୍ଥ୍ୟକେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ ହୋଇଛି। ଆବର୍ଜନା କୁଣ୍ଡ ନିକଟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ ପାଇଁ କିଭଳି ମଞ୍ଜୁରୀ ମିଳିଲା ତାହା ସବୁଠୁ ବଡ ପ୍ରଶ୍ନ। ଆଗକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ହେଲେ ଆବର୍ଜନା କୁଣ୍ଡ ଅକାମି ହେବ ନଚେତ୍‌ ଭାଙ୍ଗିବାକୁ ପ୍ରଶାସନ ବାଧ୍ୟ ହେବ। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ସରକାରୀ ଅନୁଦାନ ପାଣିରେ ପଡିବ। ବୁର୍ଡାରେ ସ୍ବଚ୍ଛସାଥୀ ନିୟୋଜିତ ହୋଇଥିଲେ ସୁଦ୍ଧା କାମ କରୁନଥିବା ଅଭିଯୋଗ ହେଉଛି। ସେହିପରି ବାଦିବାହାଲ ଗ୍ରାମର ଆବର୍ଜନା କୁଣ୍ଡ ଗ୍ରାମର ହାଇସ୍କୁଲ ପଡିଆ ରେ ନିର୍ମାଣ ହୋଇଛି। ଏଠାରେ ମଧ୍ୟ ଉକ୍ତ ପ୍ରକଳ୍ପ କାମରେ ଆସୁନାହିଁ ା ପ୍ରକଳ୍ପଗୁଡିକ କେବଳ ଠିକା ସର୍ବସ୍ବ ପାଲଟି ଥିବା ସାଧାରଣରେ ଆଲୋଚନା ହେଉଛି। ଏ ଦିଗରେ ବିହିତ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଫସିଗଲା ଆମେରିକା: ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଲା ସଂଘର୍ଷ

ଓ୍ବାଶିଂଟନ୍‌,୨୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ୨୦ ଦିନ ଧରି ଚାଲିଥିବା…

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri