କରୋନା କଟକଣା: ଗଞ୍ଜାମରେ ନିରାଡ଼ମ୍ବର ହେବ ଦୋଳଯାତ୍ରା

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମର ଐତିହାସିକ ଦୋଳଯାତ୍ରା ଏଥର ନିରାଡ଼ମ୍ବରରେ ପାଳନ ହେବ। କରୋନା କଟକଣା ପାଇଁ ଚଳିତ ବର୍ଷ ବାଜା ରୋଷଣୀ ନାଚଗୀତ ବିନା କେବଳ ରୀତିନୀତିରେ ଦୋଳଯାତ୍ରା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗଞ୍ଜାମ ସହରରେ ପ୍ରଶାସନ ପକ୍ଷରୁ ଏ ନେଇ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତିି ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ୨୦୦ ଲୋକଙ୍କୁ ନେଇ ଏହି ଯାତ୍ରା ହେବ।