Posted inଖେଳ

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। କୋଭିଡ୍‌ ଯୋଗୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଆବେଦନ କରିବା ଲାଗି କୁହାଯାଇଛି। ଆବେଦନର ଶେଷ ଦିବସ ଜୁନ୍‌ ୨୧ ରଖାଯାଇଛି। ମହାମାରୀ ଯୋଗୁ ଗତ ବର୍ଷ ଭଳି ଏଥର ବ୍ୟକ୍ତିଗତ ଭାବେ ପୁରସ୍କାର ପାଇଁ ଆବେଦନ କରିହେବ। ୨୦୧୯ ପର୍ଯ୍ୟନ୍ତ ଆବେଦନକାରୀଙ୍କ ଲାଗି ସୁପାରିସର ଆବଶ୍ୟକତା ଥିଲା। କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ ନିୟମରେ କୋହଳତା ଅବଲମ୍ବନ କରାଯାଇଥିଲା। ଜାତୀୟ ପୁରସ୍କାର ପାଇଁ ଗତବର୍ଷ ୭୪ଟି ଆବେଦନପତ୍ର ମିଳିଥିଲା। ପୁରସ୍କାର ରାଶି ମଧ୍ୟ ବୃଦ୍ଧି କରାଯାଇଥିଲା। ଖେଳରତ୍ନ ପୁରସ୍କାର ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା, ଅର୍ଜୁନ ବିଜେତାଙ୍କୁ ୧୫ ଲକ୍ଷ, ଦ୍ରୋଣାଚାର୍ଯ୍ୟ (ଲାଇଫ୍‌ଟାଇମ୍‌) ବିଜେତାଙ୍କୁ ୧୫ ଲକ୍ଷ ଏବଂ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଗତବର୍ଷ ଏକ ଅଭୂତପୂର୍ବ କଥା ଦେଖିବାକୁ ମିଳିଥିଲା। କ୍ରିକେଟର ରୋହିତ ଶର୍ମା, ମହିଳା ହକି ଟିମ୍‌ ଅଧିନାୟିକା ରାଣୀ ରାମ୍‌ପାଲ, ରେସ୍‌ଲର ଭିନେଶ ଫୋଗତ୍‌, ପାରାଅଲିମ୍ପିଆନ ମାରିୟାପାନ ଥଙ୍ଗାଭେଲୁ ଓ ଟିଟି ଖେଳାଳି ମନିକା ବାତ୍ରାଙ୍କୁ ମିଳିତ ଭାବେ ଖେଳରନତ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri