ଗ୍ରୀଷ୍ମ ଆରମ୍ଭରୁ ପାନୀୟଜଳ ସମସ୍ୟା ଉତ୍କଟ

ନୟାଗଡ଼ ଅଫିସ,୧୬।୨: ମହାନଦୀରୁ ପାଣି ଆସୁଥିଲେ ମଧ୍ୟ ନୟାଗଡ଼ ସହରବାସୀଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ବରଂ ଗ୍ରୀଷ୍ମ ଋତୁର ଆରମ୍ଭରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଗ୍ରୀଷ୍ମ ଋତୁ ଆରମ୍ଭରୁ ସହରବାସୀ ଠିକ୍‌ରେ ପାଣି ପାଉ ନ ଥିବା ଅଭିଯୋଗ ହେଉଛି। ଆଗକୁ ଅବସ୍ଥା ଭୟଙ୍କର ହେବ ବୋଲି ସହରବସୀ ଆଶଙ୍କା ପ୍ରକାଶ କରୁଛନ୍ତି। ନୟାଗଡ଼ ଏନ୍‌ଏସି ପଦୋନ୍ନତି ପାଇ ମ୍ୟୁନସିପାଲିଟି ହେଲା। ହେଲେ ନୟାଗଡ଼ ସହରରୁ ପାନୀୟଜଳ ସମସ୍ୟା ଦୂର ହୋଇପାରିଲାନାହିଁ। ସହରର ସବୁ ୱାର୍ଡରେ ପାଇପଲାଇନ୍‌ ନାହିଁ। ପୁରୁଣା ଏନ୍‌ଏସି ଅଞ୍ଚଳରେ ଥିବା ପାଇପଲାଇନ୍‌ରେ ଦିନକୁ ଥରେ ପୁଣି ପୂର୍ବାହ୍ନରେ ପାଣି ଆସିଥାଏ। ଏହି ପାଣି କେତେବେଳେ ଆସେ ଲୋକମାନେ ସାଧାରଣତଃ ଜାଣି ପାରି ନ ଥାନ୍ତି। ପାଣି ଯୋଗାଣର ସମୟ ନିଘର୍ର୍ଣ୍ଟ କରାଯାଉନାହିଁ। ଫଳରେ ସହରବାସୀ ପାଣି ରଖିବା, ସକାଳର ନିତ୍ୟକର୍ମ ପାଇଁ ପାଣି ନ ପାଇ ହଟହଟା ହୋଇ ଆସୁଛନ୍ତି। ଏପରି କି ଦିନେ ଦିନେ ପାଣି ଆଦୌ ଆସୁନାହିଁ।

ବାରମ୍ବାର ପାଣି ମୋଟର ଅଚଳ
କଣ୍ଟିଲୋ ମହାନଦୀଠାରେ ନୟାଗଡ଼ ସହରକୁ ଯୋଗାଣ ହେଉଥିବା ପାନୀୟଜଳ ପାଇଁ ୩ଟି ପାଣି ମୋଟର ଲାଗିଛି। ଏଥିରୁ ୨ଟି ସଚଳ ଥିଲେ ପାଣି ଯୋଗାଣରେ ଅସୁବିଧା ହୁଅନ୍ତା ନାହିଁ। ତେବେ ମୋଟରଗୁଡିକ ପୁରୁଣା ହୋଇଯିବାରୁ ଅଧିକାଂଶ ସମୟ ଅଚଳ ହୋଇଯାଉଛି। ପୁଣି ଏହାର କାରିଗର କୋଲକତାରୁ ଆସିବାକୁ ପଡୁଛି। ନୂଆ ପାଣି ମୋଟର ଲଗାଇଲେ ସମସ୍ୟା ସୁଧୁରି ଯାଅନ୍ତା ବୋଲି କୁହାଯାଉଛି। ହେଲେ ନୂଆ ମୋଟର ମଧ୍ୟ ଠିକ୍‌ରେ ମିଳୁନି। ଏବେ ୩ଟି ମୋଟରରୁ ୨ଟି ଅଚଳ ହୋଇଯିବାରୁ ପୁଣି ପାଣି ସମସ୍ୟା ଉତ୍କଟ ହୋଇଛି ।

ମୋଟର ଶୋଷୁଛି ପାଣି
ନୟାଗଡ଼ ସହର ପାଇଁ ୪୫ ଲକ୍ଷ ଲିଟର ପାଣି ଆବଶ୍ୟକ। ହେଲେ ୩୦ ଲକ୍ଷ ଲିଟର ପାନୀୟଜଳ ପାଇପ ଯୋଗେ ଆସୁଛି। ଦିନକୁ ଥରେ ଯୋଗାଣ ହେଉଥିବା ପାଣି ସମସ୍ତଙ୍କ ଘରେ ପହଞ୍ଚୁନି। ଉପର ମୁଣ୍ଡରେ ଥିବା ପରିବାର ମୋଟର ଲଗାଇ ପାଣିକୁ ଶୋଷି ନେଉଛନ୍ତି। ବୁଝିବାରେ ଜଣାପଡିଛି, ପ୍ରାୟ ୮୭ ପ୍ରତିଶତ ଲୋକଙ୍କ ଘରେ ପାଣି ମୋଟର ଲାଗିଛି। ଆବଶ୍ୟକତାଠାରୁ ଅଧିକ ପାଣି ସ୍ବଳ୍ପ ସମୟ ମଧ୍ୟରେ ସଂଗ୍ରହ କରାଯାଇ ଷ୍ଟକ କରି ଲୋକେ ରଖୁଛନ୍ତି। ପୁଣି ପାଣିକୁ ବିଭିନ୍ନ ସମୟରେ ଅପଚୟ କରୁଥିବା ଦେଖାଯାଉଛି। ଏଣୁ ମୋଟର ନ ଥିବା ଗ୍ରାହକମାନେ ପାଣି ନ ପାଇ ହଟହଟା ହେଉଛନ୍ତି। ବେଆଇନ ପାଣି ମୋଟର ବ୍ୟବହାର ନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କି ଚଢ଼ାଉ ନାହିଁ। ଏଣୁ ସହରରେ କୁତ୍ରିମ ପାନୀୟ ଜଳ ସଙ୍କଟ ଦେଖାଦେଇଛି।

ମେଗା ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ ହେଉନି
ପାନୀୟଜଳ ସ୍ଥିତିରେ ସୁଧାର ଆଣିବାକୁ ୫୨ କୋଟି ଟଙ୍କାର ମେଗା ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି। ଏଯାବତ ନୟାଗଡ଼ ସହର ଭିତରେ ପାଇପ ପକା ଶେଷ ହୋଇନାହିଁ। କାର୍ଯ୍ୟ ଧୀମେଇ ଚାଲିଥିବାରୁ ୨୦୨୩ ଶେଷ ସୁଦ୍ଧା ପାନୀୟ ଜଳ ଘରେ ଘରେ ପହଞ୍ଚତ୍ବାର ଆଶା ଦେଖାଯାଉନି। ୨୦୨୪ରେ ମେଗା ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ଘରକୁ ଘର ହୋଇପାରେ। ଅନ୍ୟପକ୍ଷେ ପାନୀୟ ଜଳ ପାଇଁ ବିଦ୍ୟୁତ୍‌ ବାଧକ ସାଜୁଛି। ଲୋଡ଼ ଅଧିକ, ବର୍ଷା ପବନ ହେଲେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଉଛି। ମେଗା ପ୍ରକଳ୍ପରେ ମଧ୍ୟ ସେଇ ଏକା ଅବସ୍ଥା ରହିବ ବୋଲି କୁହାଯାଉଛି।

ଜନସ୍ବାସ୍ଥ୍ୟ ଡିଭିଜନ କାର୍ଯ୍ୟାଳୟ ଦାବି
ପୁରୀ ଜିଲାରୁ ଅଲଗା ହେବା ପରେ ନୟାଗଡ଼ ଜିଲାରେ ବିଭିନ୍ନ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଖୋଲି ସାରିଲାଣି। ତେବେ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ନୟାଗଡ଼ ଅବହେଳିତ ଓ ଉପେକ୍ଷିତ ହୋଇଛି। ପୁରୀ ଜିଲାରୁ ପୃଥକ୍‌ ହେବା ପରେ ନୟାଗଡ଼, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଓଡ଼ଗଁା ସହର ଭୁବନେଶ୍ୱର ଜନସ୍ବାସ୍ଥ୍ୟ ଡିଭିଜନକୁ ଚାଲି ଯାଇଛି। ନୟାଗଡ଼ରେ ଜନସ୍ବାସ୍ଥ୍ୟ ଡିଭିଜନ ଖୋଲିଲେ ପାଣି ସମସ୍ୟାରେ ଅସୁବିଧା ହେବନି ବୋଲି କୁହାଯାଉଛି। ଏଣୁ ଜିଲାବାସୀଙ୍କ ପକ୍ଷରୁ ନୟାଗଡ଼ରେ ଜନସ୍ବାସ୍ଥ୍ୟ ଡିଭିଜନ କାର୍ଯ୍ୟାଳୟ ପାଇଁ ଦାବି ଉଠିଛି। ନୟାଗଡ଼ ଜନସ୍ବାସ୍ଥ୍ୟ ସବ୍‌ଡିଭଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ସାହୁଙ୍କୁ ପଚାରିବାରେ ବାରମ୍ବାର ବିଦ୍ୟୁତ୍‌ ସମସ୍ୟା ଦେଖାଦେଉଛି। ଅନ୍ୟପକ୍ଷେ ପାଣି ମୋଟରଗୁଡିକ ପୁରୁଣା ଯୋଗୁ ବାରମ୍ବାର ଅଚଳ ହୋଇ କାମ ମାଗୁଛି। ନୂଆ ମୋଟର ମିଳୁ ନ ଥିବାବେଳେ ପୁରୁଣାକୁ ସଜାଡି କାମ ଚଳାଉଛି। ମେକାନିକ ମିଳୁ ନ ଥିବାରୁ ପାଣି ସମସ୍ୟା ଉତ୍କଟ ହେଉଛି। ନୂଆ ମେଗା ପ୍ରକଳ୍ପର କାର୍ଯ୍ୟ ୬୦ ପ୍ରତିଶତ ଶେଷ ହୋଇଗଲାଣି। ଡିସେମ୍ବର ସୁଦ୍ଧା ଅବଶିଷ୍ଟ କାର୍ଯ୍ୟ ଶେଷ ହେବ। ଏଣୁ ନୟାଗଡ଼ ସହରରେ ଡିସେମ୍ବର ସୁଦ୍ଧା ନୂଆ ପ୍ରକଳ୍ପରୁ ପାଣି ଯୋଗାଣ ହେବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri