ଗ୍ରୀଷ୍ମ ଆରମ୍ଭରୁ ପାନୀୟଜଳ ସମସ୍ୟା ଉତ୍କଟ

ନୟାଗଡ଼ ଅଫିସ,୧୬।୨: ମହାନଦୀରୁ ପାଣି ଆସୁଥିଲେ ମଧ୍ୟ ନୟାଗଡ଼ ସହରବାସୀଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ବରଂ ଗ୍ରୀଷ୍ମ ଋତୁର ଆରମ୍ଭରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଗ୍ରୀଷ୍ମ ଋତୁ ଆରମ୍ଭରୁ ସହରବାସୀ ଠିକ୍‌ରେ ପାଣି ପାଉ ନ ଥିବା ଅଭିଯୋଗ ହେଉଛି। ଆଗକୁ ଅବସ୍ଥା ଭୟଙ୍କର ହେବ ବୋଲି ସହରବସୀ ଆଶଙ୍କା ପ୍ରକାଶ କରୁଛନ୍ତି। ନୟାଗଡ଼ ଏନ୍‌ଏସି ପଦୋନ୍ନତି ପାଇ ମ୍ୟୁନସିପାଲିଟି ହେଲା। ହେଲେ ନୟାଗଡ଼ ସହରରୁ ପାନୀୟଜଳ ସମସ୍ୟା ଦୂର ହୋଇପାରିଲାନାହିଁ। ସହରର ସବୁ ୱାର୍ଡରେ ପାଇପଲାଇନ୍‌ ନାହିଁ। ପୁରୁଣା ଏନ୍‌ଏସି ଅଞ୍ଚଳରେ ଥିବା ପାଇପଲାଇନ୍‌ରେ ଦିନକୁ ଥରେ ପୁଣି ପୂର୍ବାହ୍ନରେ ପାଣି ଆସିଥାଏ। ଏହି ପାଣି କେତେବେଳେ ଆସେ ଲୋକମାନେ ସାଧାରଣତଃ ଜାଣି ପାରି ନ ଥାନ୍ତି। ପାଣି ଯୋଗାଣର ସମୟ ନିଘର୍ର୍ଣ୍ଟ କରାଯାଉନାହିଁ। ଫଳରେ ସହରବାସୀ ପାଣି ରଖିବା, ସକାଳର ନିତ୍ୟକର୍ମ ପାଇଁ ପାଣି ନ ପାଇ ହଟହଟା ହୋଇ ଆସୁଛନ୍ତି। ଏପରି କି ଦିନେ ଦିନେ ପାଣି ଆଦୌ ଆସୁନାହିଁ।

ବାରମ୍ବାର ପାଣି ମୋଟର ଅଚଳ
କଣ୍ଟିଲୋ ମହାନଦୀଠାରେ ନୟାଗଡ଼ ସହରକୁ ଯୋଗାଣ ହେଉଥିବା ପାନୀୟଜଳ ପାଇଁ ୩ଟି ପାଣି ମୋଟର ଲାଗିଛି। ଏଥିରୁ ୨ଟି ସଚଳ ଥିଲେ ପାଣି ଯୋଗାଣରେ ଅସୁବିଧା ହୁଅନ୍ତା ନାହିଁ। ତେବେ ମୋଟରଗୁଡିକ ପୁରୁଣା ହୋଇଯିବାରୁ ଅଧିକାଂଶ ସମୟ ଅଚଳ ହୋଇଯାଉଛି। ପୁଣି ଏହାର କାରିଗର କୋଲକତାରୁ ଆସିବାକୁ ପଡୁଛି। ନୂଆ ପାଣି ମୋଟର ଲଗାଇଲେ ସମସ୍ୟା ସୁଧୁରି ଯାଅନ୍ତା ବୋଲି କୁହାଯାଉଛି। ହେଲେ ନୂଆ ମୋଟର ମଧ୍ୟ ଠିକ୍‌ରେ ମିଳୁନି। ଏବେ ୩ଟି ମୋଟରରୁ ୨ଟି ଅଚଳ ହୋଇଯିବାରୁ ପୁଣି ପାଣି ସମସ୍ୟା ଉତ୍କଟ ହୋଇଛି ।

ମୋଟର ଶୋଷୁଛି ପାଣି
ନୟାଗଡ଼ ସହର ପାଇଁ ୪୫ ଲକ୍ଷ ଲିଟର ପାଣି ଆବଶ୍ୟକ। ହେଲେ ୩୦ ଲକ୍ଷ ଲିଟର ପାନୀୟଜଳ ପାଇପ ଯୋଗେ ଆସୁଛି। ଦିନକୁ ଥରେ ଯୋଗାଣ ହେଉଥିବା ପାଣି ସମସ୍ତଙ୍କ ଘରେ ପହଞ୍ଚୁନି। ଉପର ମୁଣ୍ଡରେ ଥିବା ପରିବାର ମୋଟର ଲଗାଇ ପାଣିକୁ ଶୋଷି ନେଉଛନ୍ତି। ବୁଝିବାରେ ଜଣାପଡିଛି, ପ୍ରାୟ ୮୭ ପ୍ରତିଶତ ଲୋକଙ୍କ ଘରେ ପାଣି ମୋଟର ଲାଗିଛି। ଆବଶ୍ୟକତାଠାରୁ ଅଧିକ ପାଣି ସ୍ବଳ୍ପ ସମୟ ମଧ୍ୟରେ ସଂଗ୍ରହ କରାଯାଇ ଷ୍ଟକ କରି ଲୋକେ ରଖୁଛନ୍ତି। ପୁଣି ପାଣିକୁ ବିଭିନ୍ନ ସମୟରେ ଅପଚୟ କରୁଥିବା ଦେଖାଯାଉଛି। ଏଣୁ ମୋଟର ନ ଥିବା ଗ୍ରାହକମାନେ ପାଣି ନ ପାଇ ହଟହଟା ହେଉଛନ୍ତି। ବେଆଇନ ପାଣି ମୋଟର ବ୍ୟବହାର ନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କି ଚଢ଼ାଉ ନାହିଁ। ଏଣୁ ସହରରେ କୁତ୍ରିମ ପାନୀୟ ଜଳ ସଙ୍କଟ ଦେଖାଦେଇଛି।

ମେଗା ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ ହେଉନି
ପାନୀୟଜଳ ସ୍ଥିତିରେ ସୁଧାର ଆଣିବାକୁ ୫୨ କୋଟି ଟଙ୍କାର ମେଗା ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି। ଏଯାବତ ନୟାଗଡ଼ ସହର ଭିତରେ ପାଇପ ପକା ଶେଷ ହୋଇନାହିଁ। କାର୍ଯ୍ୟ ଧୀମେଇ ଚାଲିଥିବାରୁ ୨୦୨୩ ଶେଷ ସୁଦ୍ଧା ପାନୀୟ ଜଳ ଘରେ ଘରେ ପହଞ୍ଚତ୍ବାର ଆଶା ଦେଖାଯାଉନି। ୨୦୨୪ରେ ମେଗା ପ୍ରକଳ୍ପରୁ ପାନୀୟ ଜଳ ଯୋଗାଣ ଘରକୁ ଘର ହୋଇପାରେ। ଅନ୍ୟପକ୍ଷେ ପାନୀୟ ଜଳ ପାଇଁ ବିଦ୍ୟୁତ୍‌ ବାଧକ ସାଜୁଛି। ଲୋଡ଼ ଅଧିକ, ବର୍ଷା ପବନ ହେଲେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଉଛି। ମେଗା ପ୍ରକଳ୍ପରେ ମଧ୍ୟ ସେଇ ଏକା ଅବସ୍ଥା ରହିବ ବୋଲି କୁହାଯାଉଛି।

ଜନସ୍ବାସ୍ଥ୍ୟ ଡିଭିଜନ କାର୍ଯ୍ୟାଳୟ ଦାବି
ପୁରୀ ଜିଲାରୁ ଅଲଗା ହେବା ପରେ ନୟାଗଡ଼ ଜିଲାରେ ବିଭିନ୍ନ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ଖୋଲି ସାରିଲାଣି। ତେବେ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ନୟାଗଡ଼ ଅବହେଳିତ ଓ ଉପେକ୍ଷିତ ହୋଇଛି। ପୁରୀ ଜିଲାରୁ ପୃଥକ୍‌ ହେବା ପରେ ନୟାଗଡ଼, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଓଡ଼ଗଁା ସହର ଭୁବନେଶ୍ୱର ଜନସ୍ବାସ୍ଥ୍ୟ ଡିଭିଜନକୁ ଚାଲି ଯାଇଛି। ନୟାଗଡ଼ରେ ଜନସ୍ବାସ୍ଥ୍ୟ ଡିଭିଜନ ଖୋଲିଲେ ପାଣି ସମସ୍ୟାରେ ଅସୁବିଧା ହେବନି ବୋଲି କୁହାଯାଉଛି। ଏଣୁ ଜିଲାବାସୀଙ୍କ ପକ୍ଷରୁ ନୟାଗଡ଼ରେ ଜନସ୍ବାସ୍ଥ୍ୟ ଡିଭିଜନ କାର୍ଯ୍ୟାଳୟ ପାଇଁ ଦାବି ଉଠିଛି। ନୟାଗଡ଼ ଜନସ୍ବାସ୍ଥ୍ୟ ସବ୍‌ଡିଭଜନ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ସାହୁଙ୍କୁ ପଚାରିବାରେ ବାରମ୍ବାର ବିଦ୍ୟୁତ୍‌ ସମସ୍ୟା ଦେଖାଦେଉଛି। ଅନ୍ୟପକ୍ଷେ ପାଣି ମୋଟରଗୁଡିକ ପୁରୁଣା ଯୋଗୁ ବାରମ୍ବାର ଅଚଳ ହୋଇ କାମ ମାଗୁଛି। ନୂଆ ମୋଟର ମିଳୁ ନ ଥିବାବେଳେ ପୁରୁଣାକୁ ସଜାଡି କାମ ଚଳାଉଛି। ମେକାନିକ ମିଳୁ ନ ଥିବାରୁ ପାଣି ସମସ୍ୟା ଉତ୍କଟ ହେଉଛି। ନୂଆ ମେଗା ପ୍ରକଳ୍ପର କାର୍ଯ୍ୟ ୬୦ ପ୍ରତିଶତ ଶେଷ ହୋଇଗଲାଣି। ଡିସେମ୍ବର ସୁଦ୍ଧା ଅବଶିଷ୍ଟ କାର୍ଯ୍ୟ ଶେଷ ହେବ। ଏଣୁ ନୟାଗଡ଼ ସହରରେ ଡିସେମ୍ବର ସୁଦ୍ଧା ନୂଆ ପ୍ରକଳ୍ପରୁ ପାଣି ଯୋଗାଣ ହେବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri