ଅଭିଯୋଗ ସତ୍ତ୍ୱେ ଦୂର ହେଉନି ସମସ୍ୟା

ମାଲକାନଗିରି,୧୨ା୬(ଡି.ଏନ୍‌.ଏ.):  ଓଡ଼ିଶା ସୀମାନ୍ତବର୍ତ୍ତୀ ଅନେକ ଗ୍ରାମର ପାରିପାର୍ଶ୍ୱିକ ବିକାଶ ହେଉ ନ ଥିବାରୁ ଏଠାରେ ବସବାସ କରୁଥିବା ଲୋକେ ପଡୋଶୀ ରାଜ୍ୟରେ ମିଶିବା ପାଇଁ ଇଚ୍ଛା କରୁଛନ୍ତି। ଯେପରି କୋରାପୁଟ ଜିଲା କୋଟିଆ ଅଞ୍ଚଳ। ଏହାର ସୁଯୋଗ ନେଇ ପଡୋଶୀ ରାଜ୍ୟଗୁଡିକ ସୀମାନ୍ତ ଓଡ଼ିଶା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସୀମାନ୍ତ ରାଜ୍ୟ ଓଡ଼ିଶା ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ସପକ୍ଷରେ ମତ ରଖିବା ପାଇଁ ପରୋକ୍ଷରେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି।
ଏପରି ଏକ ଘଟଣା ମାଲକାନଗିରି ଜିଲା ସଦର ବ୍ଲକ ଉଡୁପା ପଞ୍ଚାୟତ ଛତିଶଗଡ ସୀମାନ୍ତକୁ ଲାଗିଥିବା ତଙ୍ଗପାଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମ ଉଡୁପା ପଞ୍ଚାୟତ ସଦର ମହକୁମାଠାରୁ ମାତ୍ର ସାଢ଼େ ୩ କି.ମି. ଛତିଶଗଡ ସୀମାନ୍ତକୁ ଲାଗି ରହିଛି। ଜିଲା ପ୍ରଶାସନ ଆଦିବାସୀମାନଙ୍କ ବିକାଶ ଏବଂ ଛତିଶଗଡକୁ ସଂଯୋଗ ପାଇଁ ମୋଟୁରୁ ତଙ୍ଗପାଲ୍ଲୀ ଗ୍ରାମକୁ ଏକ ବସ୍‌ ସେବା ଯୋଗାଇ ଦେଇଥିଲେ। କିନ୍ତୁ ବସ୍‌ଟି କିଛିଦିନ ଚାଲିଲା ପରେ ରାସ୍ତା ଖରାପ ଯୋଗୁ ବନ୍ଦ ହୋଇଗଲା। ଏହି ରାସ୍ତାରେ ପଡିଥିବା ଗୋଡିଗୁଡିକ ଉଠି ବିଭିନ୍ନ ସ୍ଥାନରେ ଖାଲଖମା ହୋଇଯିବାରୁ ଗ୍ରାମବାସୀ ରୋଗୀଙ୍କୁ ଡାକ୍ତରଖାନା ନେବା, ପଦ୍ମଗିରି ଓ ମାଲକାନଗିରି ସଦର ମହକୁମା ଆସିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଗ୍ରାମରେ କୌଣସି ମୋବାଇଲ ଟାଓ୍ବାର ନ ଥିବା ବେଳେ ସମସ୍ୟା ଜଣାଇବା, ବିଦ୍ୟାଳୟରେ ୧୧୦ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କ ଅନ୍‌ଲାଇନ୍‌ ପାଠପଢାରେ ବ୍ୟାଘାତ ଘଟିଛି। ଗ୍ରାମରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଏଠାରେ କେବଳ ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ଜଣେ ଶିକ୍ଷୟିତ୍ରୀ ସରକାରୀ କାର୍ଯ୍ୟରେ ବାହାରକୁ ଯିବା ସମୟରେ ପାଠପଢାରେ ବ୍ୟାଘାତ ହେଉଛି।
ଏଥି ସହ ବିଦ୍ୟାଳୟରେ ପାନୀୟ ଜଳର କୌଣସି ସୁବିଧା ନ ଥିବାରୁ ମଧ୍ୟାହ୍ନଭୋଜନ ଠିକ୍‌ ସମୟରେ ଯୋଗାଇ ଦିଆଯାଇ ପାରୁନାହିଁ। ଗ୍ରାମରେ ୨୫୦ ପରିବାର ଥିବା ବେଳେ ଏଠାରେ ଜନସଂଖ୍ୟା ୧୧୫୦। ଗ୍ରାମରେ ୫ ନଳକୂପ ଥିବା ବେଳେ ସେଥିରୁ ୪ଟି ଅଚଳ। ଗୋଟିଏ ନଳକୂପ ଉପରେ ସମସ୍ତ ଗ୍ରାମବାସୀ ନିର୍ଭର କରୁଥିବାରୁ ଜଳ ନ ପାଇ ଗ୍ରାମଠାରୁ ଅଧା କି.ମି.ଦୂର ଏକ ଅପରିଷ୍କାର କୁଣ୍ଡରୁ ପାଣି ଆଣୁଥିବା ମହିଳାମାନେ କହିଛନ୍ତି। ସେହି ପାଣିରେ ରନ୍ଧା, ଲୁଗା ସଫା, ପିଲାମାନଙ୍କୁ ଗାଧୋଇବା, ପିଇବା ପାଇଁ ବ୍ୟବହାର କରିବା ସହ କୁଣ୍ଡରୁ ମଧ୍ୟ ଗୋରୁମାନେ ପାଣି ପିଉଛନ୍ତି। ସେହି ପାଣି ବ୍ୟବହାର ଦ୍ୱାରା ଗ୍ରାମରେ ଅନେକ ଚର୍ମରୋଗ, ପେଟରୋଗ ହେଉଥିବା ଗ୍ରାମ ମୁଖିଆ ଭଗବାନ ପଡିଆମି କହିଛନ୍ତି। ସେହିପରି ଦୀର୍ଘ ୧୦ ବର୍ଷ ପୂର୍ବରୁ ଉଠା ପାନୀୟଜଳ ବ୍ୟବସ୍ଥା ପାଇଁ ମୋଟର ଏବଂ ଟାଙ୍କି ଲଗା ଯାଇଥିଲେ ମଧ୍ୟ ଏକ ସପ୍ତାହ ପରେ ତାହା ଅଚଳ ହୋଇ ପଡିଥିବାରୁ ଗ୍ରାମବାସୀଙ୍କ ସମସ୍ୟା ଦୂର ହୋଇ ପାରୁନାହିଁ। ପାଞ୍ଚ ବର୍ଷ ପୂର୍ବରୁ ପଞ୍ଚାୟତ ସଦର ମହକୁମାରୁ ସାଢେ ୩ କି.ମି.ରାସ୍ତା ତଙ୍ଗପାଲ୍ଲୀ ଗ୍ରାମକୁ ପାଣି ଯୋଗାଇବା ପାଇଁ ପାଇପ୍‌ ବିଛା ଯାଇଥିଲା। ଉକ୍ତ ପାଇପ୍‌ଗୁଡିକ ଏକମାସ ମଧ୍ୟରେ ନଷ୍ଟ ହୋଇଯିବାରୁ ଗ୍ରାମକୁ ପାଣି ଆସିପାରିନାହିଁ। ୨୫୦ ପରିବାର ମଧ୍ୟରୁ ମାତ୍ର ୨ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି। ୨୦ ବର୍ଷ ମଧ୍ୟରେ ମାତ୍ର ୨୦ ଜଣ ବିଜୁ ପକ୍କା ଘର ପାଇଛନ୍ତି।
ଗ୍ରାମର ମୁଖିଆ ଭଗବାନ ପଡିଆମି, ନରସିଂହ ମାଡକାମି, ସରପଞ୍ଚ ଗଙ୍ଗା ମାଡକାମି, ଜୟ ମାଡକାମି, ରାମଧର ପଡିଆମି, ରାମଚନ୍ଦ୍ର କୁରାମି, ଏବଂ ସାମାଜିକକର୍ମୀ ଫନିଭୂଷଣ ରାୟ କହିଛନ୍ତି, ଗ୍ରାମ ସୀମାନ୍ତକୁ ଲାଗି ଛତିଶଗଡର ଚିତାପାଲ୍ଲୀ ରହିଛି। ସେହିଗ୍ରାମକୁ ଛତିଶଗଡ ସରକାର ଘରେ ଘରେ ପାନୀୟ ଜଳ, ରାସ୍ତାଘାଟ ବିଜୁଳି, ଖାଦ୍ୟ ସାମଗ୍ରୀ, ପ୍ରାଥମିକ ବିଦ୍ୟାଳୟରେ ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଇତ୍ୟାଦିର ସୁବିଧା କରିଥିଲେ। ଆମେ ଏ ସମ୍ପର୍କରେ ଜିଲା ଓ ବ୍ଲକ ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। କେବଳ ନିର୍ବାଚନ ସମୟରେ ନେତାମାନେ ଗ୍ରାମକୁ ଆସି ଏହି ସମସ୍ୟା ଶୀଘ୍ର ଦୂର କରିବୁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ନିର୍ବାଚନ ଶେଷ ହେବା ପରେ ଆଉ ଗ୍ରାମକୁ କେହି ଆସିନାହାନ୍ତି। ଉଡୁପା ପଞ୍ଚାୟତବାସୀଙ୍କ ସହ ତଙ୍ଗପାଲ୍ଲୀ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି, ତୁରନ୍ତ ଆମ ପଞ୍ଚାୟତ ଏବଂ ଗ୍ରାମର ଥିବା ବିଭିନ୍ନ ସମସ୍ୟା ଦୂର କରନ୍ତୁ। ଏ ସମ୍ବନ୍ଧରେ ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri