Categories: ବାଣିଜ୍ୟ

ଭିଜିଆଇଆର୍‌ରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ନଭେମ୍ବରରେ ଏକ ଭର୍ଚୁଆଲ ଗ୍ଲୋବାଲ ଇନ୍‌ଭେଷ୍ଟର ରାଉଣ୍ଡଟେବୁଲ (ଭିଜିଆଇଆର୍‌)ରେ ଅଧ୍ୟକ୍ଷତା କରିବେ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏବଂ ଜାତୀୟ ନିବେଶ ଓ ଭିତ୍ତିଭୂମି ପାଣ୍ଠି ପକ୍ଷରୁ ଏହା ଆୟୋଜନ କରାଯାଉଛି। ଏଥିରେ ବିଶ୍ୱର ଅଗ୍ରଣୀ ସଂସ୍ଥାଗତ ନିବେଶକ, ଭାରତୀୟ ବ୍ୟବସାୟିକ ନେତୃବର୍ଗ ଏବଂ ଭାରତ ସରକାର ଓ ଆର୍ଥିକ ବଜାର ନିୟନ୍ତ୍ରକମାନଙ୍କର ସର୍ବୋଚ୍ଚ ନୀତି ନିର୍ଦ୍ଧାରକମାନେ ଅଂଶ ଗ୍ରହଣ କରି ବିଶେଷ ଆଲୋଚନାରେ ସମ୍ମିଳିତ ହେବେ। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ, ଆର୍‌ବିଆଇ ଗଭର୍ନର ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।

Share