Posted inଜାତୀୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଭାସୀ ଜରିଆରେ ପିଏମ୍ ଜନମନ୍ ଯୋଜନା ଅଧିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଜନମନ ଯୋଜନାର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଭାବ ବିନିମୟ କରିଛନ୍ତି।

ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସୁରକ୍ଷିତ ଘର, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ସଡକ ଏବଂ ଟେଲି ଯୋଗାଯୋଗ ସଂଯୋଗ ସହିତ ଜୀବିକାର ସୁଯୋଗ ଯୋଗାଇଦେବା ଲାଗି ଏହି ଯୋଜନାରେ ପଦକ୍ଷେପ ନିଆଯାଉଛି। ୯ଟି ମନ୍ତ୍ରଣାଳୟ ଜରିଆରେ ଏହି ଯୋଜନାରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ବଜେଟ୍‌‌ରେ ବ୍ୟବସ୍ଥା ରହିଛି। ବିଶେଷ କରି ଦୁର୍ବଳ ଜନଜାତି ଗୋଷ୍ଠୀର ସାମାଜିକ– ଅର୍ଥନୈତିକ ସ୍ଥିତି ସୁଧାରିବା ପାଇଁ ସରକାର ଏହି ଯୋଜନାରେ ଲକ୍ଷ୍ୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ସମୟରେ ଦେବଗଡ଼ ଜିଲ୍ଲା ବାର୍କୋଟ୍ ବ୍ଲକ୍ ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ କହିଛନ୍ତି, ଦେଶରେ ବିଶେଷ କରି ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ୨୪ଲକ୍ଷ ପାଉଡି ଭୂୟାଁ ଆଦିମ ଜନଜାତି ବସବାସ କରୁଛନ୍ତି। ତେଣୁ ଏହି ସମ୍ପ୍ରଦାୟର ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ନଭେମ୍ବର ମାସ ୧୫ତାରିଖ ଜନଜାତି ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ-ପିଏମ୍ ଜନମନ୍ ଶୁଭାରମ୍ଭ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

ତାରିକ ରହମାନ ଆସିବା ପରେ ସୁଧୁରୁଛି ସମ୍ପର୍କ.., ବାଂଲାଦେଶ ପୁଣି ଭାରତ ପାଇଁ ଆରମ୍ଭ କରିବ ଏହି ସେବା, ତାରିଖ ଆସିଲା ସାମ୍ନାକୁ!

ନୂଆଦିଲ୍ଲୀ/ଢାକା,୨୨।୨: ନୂତନ ସରକାର ଗଠନ ହେବା ସହିତ, ବାଂଲାଦେଶ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର…

Video: ରାଜସ୍ଥାନରେ ଘୋଡ଼ା ଉପରେ ବ୍ଲିଙ୍କିଟ ଡେଲିଭରି! ବୃଦ୍ଧ ଡେଲିଭରି ବୟଙ୍କ ଭିଡିଓ ଭାଇରାଲ, ଲୋକେ କହିଲେ ଏଠି ଯୁବକଙ୍କୁ ମିଳୁନି…

ଜୟପୁର,୨୨।୨: ରାଜସ୍ଥାନରେ, ଯେଉଁଠାରେ ଘୋଡ଼ା ଏବଂ ଓଟଙ୍କୁ ପରମ୍ପରା, ଗର୍ବ ଏବଂ ବୀରତ୍ୱର ପ୍ରତୀକ ଭାବରେ ବିବେଚନା କରାଯାଏ, ସେଠାରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହା…

‘କଂଗ୍ରେସ ପ୍ରଥମରୁ ଉଲଗ୍ନ,’ କାହିଁକି କଂଗ୍ରେସ ନେତାଙ୍କୁ ଏମିତି ସମାଲୋଚନା କଲେ ମୋଦି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନକୁ ନେଇ କଂଗ୍ରେସ ଦଳ…

ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ, ମନ୍ କି ବାତ୍‌ରେ ଚାଷଶୈଳୀର…

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୧ ତମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହି ସମୟରେ ସେ ଓଡ଼ିଶାର ଯୁବ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

ଏହି ହୋଟେଲରେ ରୁଟି ଖାଉଥିଲେ ସାବଧାନ! ଛେପ ପକାଇ କରୁଥିଲେ, ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ,୨୨।୨: ଛେପ ପକାଇ ରୁଟି ପ୍ରସ୍ତୁତ କରିବାର ଏକ ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରପ୍ରଦେଶ ଆଲିଗଡ ରୋରାୱାର ପୋଲିସ ଷ୍ଟେସନ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri