ସୀମାନ୍ତରେ ଭୁଶୁଡ଼ିପଡ଼ିଛି ପ୍ରାକ୍‌ଶିକ୍ଷା ବ୍ୟବସ୍ଥା

ନନ୍ଦପୁର,୧୭ା୭ (ଶଙ୍କର ପୂଜାରୀ): କୋରାପୁଟ ଜିଲା ଆନ୍ଧ୍ର ସୀମାନ୍ତରେ ପ୍ରାକ୍‌ଶିକ୍ଷା ବ୍ୟବସ୍ଥା ଭୁଶୁଡିପଡିଛି। ଓଡ଼ିଆ ଭାଷାଠାରୁ କ୍ରମଃଶ ଦୂରେଇ ଯାଉଛନ୍ତି ସୀମାନ୍ତବାସୀ। ଦୁର୍ବଳ ଭିତ୍ତିଭୂମି ସାଙ୍ଗକୁ ଛାତ୍ରୀଛାତ୍ର ଅଭାବ, ଶ୍ରେଣୀ ଅନୁପାତରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଭାବ, ଖାଦ୍ୟପେୟ, ପ୍ରୋତ୍ସାହନ, ଖେଳ ପଡିଆ, ପାନୀୟଜଳ ଓ ଶୌଚାଳୟ ଆଦିରେ ଫରକ ହେତୁ ସୀମାନ୍ତବାସୀଙ୍କ ତେଲୁଗୁ ଶିକ୍ଷା ପ୍ରତି ଆଗ୍ରହ ବଢୁଛି। ଓଡ଼ିଶାରେ ପଞ୍ଚାୟତ ପିଛା ଗୋଟିଏ ଆବାସିକ ବିଦ୍ୟାଳୟ ଖୋଲିବା କଷ୍ଟ ହେଉଥିବା ବେଳେ ସୀମାନ୍ତରେ ଆନ୍ଧ୍ର ଗୋଟିଏ ଗ୍ରାମରେ ୧୦ଟି ଆବାସିକ ବିଦ୍ୟାଳୟ ଖୋଲି ପ୍ରଥମରୁ ଦାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପିଲାଙ୍କୁ ତେଲୁଗୁ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା କରିଛି। ଏଥିରୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଦୁର୍ଗମ ଅଞ୍ଚଳରେ ପ୍ରାକ୍‌ଶିକ୍ଷା ବ୍ୟବସ୍ଥା କେତେ ସୁଦୃଢ ଓ ଶକ୍ତିଶାଳୀ ହୋଇ ରହିଛି ତାହା ସ୍ପଷ୍ଟ ହେଉଛି।
ନନ୍ଦପୁର ବ୍ଲକ ସୀମାନ୍ତରେ ୭ ପଞ୍ଚାୟତ ଗୋଲୁର, ପାନ୍ଥଲୁଙ୍ଗ, ବିଲାପୁଟ, ଚାଟୁଆ, ଖିନବର, ପରଜାବଡପଡ଼ା ଓ ନନ୍ଦକା ପଞ୍ଚାୟତ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି। ସୀମା ଆରପଟେ ଥିବା ଆନ୍ଧ୍ରର ପ୍ରାକ୍‌ଶିକ୍ଷା ବ୍ୟବସ୍ଥା ଠିକ୍‌ ଥିବା ବେଳେ ଓଡ଼ିଶା ସରକାରଙ୍କ ୭ ପଞ୍ଚାୟତରେ ଥିବା ୬୮ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୨୯୨୮ ଜଣ ୦ରୁ ୬ ବର୍ଷ ପିଲାଙ୍କ ପ୍ରାକ୍‌ଶିକ୍ଷା ଓ ପୋଷଣ କାର୍ଯ୍ୟକ୍ରମ ଗ୍ରାମ ବାହାରେ ଚାଲିଛି। ଶିକ୍ଷାବିଭାଗ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରୀଙ୍କ ପାଇଁ ୫୨ଟି ଓ ମଙ୍ଗଳ ବିଭାଗର ମାତ୍ର ୩ଟି ବିଦ୍ୟାଳୟରେ ୩୦୫୫ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ଏଥିପାଇଁ ୧୪୯ ଶିକ୍ଷୟିତ୍ରୀ ଶିକ୍ଷକ ଥିବା ବେଳେ କୌଣସି ବିଦ୍ୟାଳୟରେ ଶ୍ରେଣୀ ଅନୁପାତରେ ଶ୍ରେଣୀଗୃହ ଓ ଶିକ୍ଷକ ନାହାନ୍ତି। ପାନୀୟ ଜଳ,ଶୌଚାଳୟ, ସୁରକ୍ଷା ପାଚେରି, ଖେଳ ପଡିଆ ବିଦ୍ୟୁତ୍‌ ସଂଯୋଗ ଆଦି ନାହିଁ। ଓଡ଼ିଶା ଅଙ୍ଗନୱାଡ଼ି କେନ୍ଦ୍ରରେ ସପ୍ତାହକୁ ଦୁଇ ଦିନ ହିସାବରେ ମାସକୁ ୮ଟି ଅଣ୍ଡା ପିଲାଙ୍କୁ ମିଳୁଥିବା ବେଳେ ଆନ୍ଧ୍ର ତା’ର ଅଙ୍ଗନଓ୍ବାଡି କେନ୍ଦ୍ରରେ ପ୍ରତ୍ୟେହ ପିଲାଙ୍କୁ ଗୋଟିଏ ଲେଖାଏ ଅଣ୍ଡା ଓ ୨୦୦ ମିଲି ଗ୍ରାମ କ୍ଷୀର ଦେବା ବ୍ୟବସ୍ଥା କରିଛି।
ଆନ୍ଧ୍ର ସରକାରଙ୍କ ବିଦ୍ୟାଳୟରେ ଶ୍ରେଣୀ ଅନୁପାତରେ ଶିକ୍ଷକ, ବିଦ୍ୟାଳୟ ନ ଥିଲେ ଗ୍ରାମପିଛା ବର୍ଷିକିଆ ଶିକ୍ଷକ ନିଯୁକ୍ତି, ପିଲାଙ୍କ ନାମଲେଖା ମାତ୍ରେ ମା’ଙ୍କ ବ୍ୟାଙ୍କ ଖାତାରେ ଆମ୍ମାଭୋଡି ଯୋଜନାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ୧୫ ହଜାର ଟଙ୍କା ଓ ଭାସତି ଦେଭେନା ଯୋଜନାରେ ବାର୍ଷିକ ୨୦ ହଜାର ଟଙ୍କା ପ୍ରଥମରୁ ଦ୍ୱାଦଶ ଶ୍ରେଣୀଯାଏ ପ୍ରଦାନ କରୁଛି। ଏନେଇ ନନ୍ଦପୁର ବିଇଓ ଭବାନୀ ନନ୍ଦନ ପଟ୍ଟନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ ପରିଡ଼ା ଓ ସିଡିପିଓ ମିନତିବାଳା ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସୀମାନ୍ତ ୭ ପଞ୍ଚାୟତ ସହ ବ୍ଲକ ଅଧୀନରେ ଥିବା ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକର ଦୂରବସ୍ଥା ସମ୍ପର୍କରେ ବ୍ଲକ, ଜିଲା ଓ ରାଜ୍ୟ ପ୍ରଶାସନକୁ ଅବଗତ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri