ବନ୍ୟାପାଣି ପଚି ପୌରାଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି

ପଟ୍ଟାମୁଣ୍ଡାଇ,୧୩।୯(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ନିକଟରେ ବନ୍ୟା ଆସିବା ଯୋଗୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୦ଟି ୱାର୍ଡ ପ୍ରଭାବିତ ହୋଇଥିଲା। ବନ୍ୟା ଛାଡ଼ିଯିବା ପରେ ବିଭିନ୍ନ ଚାଷ ଜମି ଖାଲଖମା ଓ ପୋଖରୀଗୁଡିକରେ ପଶି ଥିବା ବନ୍ୟା ପାଣି ଏବେ ପଚିବା ଆରମ୍ଭ କରିଛି। ଫଳରେ ଏଠାରେ ମଶାଙ୍କ ବଂଶ ବୃଦ୍ଧି ପାଇଛି। ଫଳରେ ଲୋକେ ଡେଙ୍ଗୁ ବ୍ୟାପିବା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି।
ବୁଦ୍ଧିଜୀବୀ ବାବାଜୀ ଖଣ୍ଡାଇ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା ଗ୍ରାମର ୮ ନଂ. ୱାର୍ଡ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁ ବାଲିପଡ଼ା ଗ୍ରାମଟି ଜଳମଗ୍ନ ହୋଇପଡ଼ିଥିଲା। ବନ୍ୟା ଜଳରେ ଗାଁ ଚାଷ ଜମି ଖାଲ ଖମା ଓ ପୋଖରୀଗୁଡ଼ିକ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ବାଲିପଡ଼ା ପୂଜା ପଡ଼ିଆ ସମେତ ଏହାର ଚତୁଃପାର୍ଶ୍ୱରେ ଥିବା ପୋଖରୀ ଓ ଖାଲଗୁଡ଼ିକ ମଧ୍ୟ ବୁଡ଼ି ଯାଇଥିଲା। ବନ୍ୟା ଛାଡ଼ିଯିବା ପରେ ବିଭିନ୍ନ ଅଞ୍ଚଳରେ ପଶି ଥିବା ବନ୍ୟା ପାଣି ଏବେ ପଚିବା ଆରମ୍ଭ କରିଛି। ଫଳରେ ଦୁର୍ଗନ୍ଧରେ ପୂଜା ପଡ଼ିଆ ନିକଟରେ ଯାତାୟାତ ସମ୍ଭବ ହେଉନାହିଁ। ମଶା କାମୁଡ଼ିବା ଯୋଗୁ ବହୁ ଲୋକ ଜ୍ୱରରେ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଫଳରେ ଡେଙ୍ଗୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ସାମାଜିକ କର୍ମୀ ଆଲୋକ ଧଳ କୁହନ୍ତି, ଦିନରେ ଘର ଭିତରେ ମଶା କାମୁଡ଼ିବା ସହ ସନ୍ଧ୍ୟା ହେଲେ ଘରୁ ବାହାରି ହେଉନାହିଁ। ପୌର କର୍ତ୍ତୃପକ୍ଷ ମଶା ଧୂଆଁ କିମ୍ବା ମଶା ତେଲ ପକାଉ ନ ଥିବାରୁ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିବାରେ ଲାଗିଛି। ପ୍ରତିକାର ନ କଲେ ଭୁବନେଶ୍ୱର, କଟକ ଭଳି ଏଠାରେ ଡେଙ୍ଗୁ ବ୍ୟାପିଯିବ। ଏ ଦିଗରେ ପୌର କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣରେ ସୃଷ୍ଟି ହୋଇଥିବା ଆସନ୍ତୋଷ ଉଗ୍ରରୂପ ଧାରଣ କରିଛି। ପୌରାଞ୍ଚଳବାସୀ ମଶା ମରା ଅଭିଯାନ ସହ ବିପର୍ଯ୍ୟସ୍ତ ପରିମଳ ସ୍ଥିତି ସୁଧାରିବାକୁ କର୍ତ୍ତୃପକ୍ଷଙ୍କ ଅଭିଯୋଗ କରିଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି। ବୃକ୍ଷ ସାଥୀ ବିଭୂତି ମହାପାତ୍ର କୁହନ୍ତି, ପୌର ପରିଷଦ ଅନ୍ତର୍ଗତ କଷଣଅଣ୍ଟା, ତଳବାଲିପଡ଼ା, ନୂଆଗାଁ, ତନୁପୁର, ଷଣ୍ଢପଲ୍ଲୀ ଗ୍ରାମର ୧, ୨, ୩, ୪, ୫, ୬, ୭, ୮ ଓ ୯ ନଂ. ୱାର୍ଡରେ ବନ୍ୟାଜଳ ମାଡ଼ରେ ଗୁରୁତର ପରିସ୍ଥିତି ଦେଖାଦେଇଛି। ବନ୍ୟାପାଣିରେ ଛୋଟଛୋଟ ଗଛରେ ଦଳ ଅନା ବନା ଅଳିଆ ଲାଗି ଗଛ ଗୁଡ଼ିକ ପଚି ମରି ଗଲାଣି। ଏବେ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଛି। ଏ ଦିଗରେ ପୌର କର୍ତ୍ତୃପକ୍ଷ ଅବିଳମ୍ବେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଡେଙ୍ଗୁ ଭଳି ମହାମାରି ବ୍ୟାପିବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ପଚାରିବାରେ ପୌରାଞ୍ଚଳରେ ମଶା ଉପଦ୍ରବ ବୃଦ୍ଧି ଘଟଣା ଆମ ଦୃଷ୍ଟିକୁ ଆସିଛି। ଏ ଦିଗରେ ପୌର ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri