ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ

ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକାଳୀ ପୀଠ। ପ୍ରତିବର୍ଷ କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ସହ ମା’ଙ୍କର ସପ୍ତମାତୃକା ବେଶ ହୋଇଥାଏ। ଚଳିତବର୍ଷ ସୋମବାରଠାରୁ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ପୂଜା ପାଇବେ। ଏଥିସହ ପୀଠରେ ଆରମ୍ଭ ହେବ ବିଶ୍ୱଶାନ୍ତି ମହାଯଜ୍ଞ। ମା’ ଭଦ୍ରକାଳୀ ସପ୍ତଦିବସ ମଧ୍ୟରେ ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ବତୀ ଏବଂ ମହାଲକ୍ଷ୍ମୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେବେ।
ଏଥିପାଇଁ ମନ୍ଦିରର ସିଂହଦ୍ୱାରଠାରୁ ଯଜ୍ଞମଣ୍ଡପ ଓ ମା’ଙ୍କର ପୂଜାମଣ୍ଡପ ସୁସଜ୍ଜିତ କରାଯାଇଥିବା ବେଳେ ଏହା ବେଶ୍‌ ଆକର୍ଷଣୀୟ ହୋଇଛି। ମହାଯଜ୍ଞ ନିମନ୍ତେ ଆଲୋକ ସଜ୍ଜା, ତୋରଣ, ପାନୀୟ ଜଳ, ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତା, ପୂଜା ରୀତିନୀତି ଓ ସମୟ ନିର୍ଘଣ୍ଟ ତଥା ପୂର୍ଣ୍ଣାହୁତି ଅବସରରେ ଭକ୍ତମାନଙ୍କ ନିମନ୍ତେ ପହୁଡ଼ ଭୋଗ ସମ୍ପନ୍ନ କରିବା ପାଇଁ ମନ୍ଦିର ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୦୨୬ରେ ମହାଯଜ୍ଞକୁ ୨୫ବର୍ଷ ପୂରଣ ହେଉଥିବାରୁ ମା’ଙ୍କର ସୁନାବେଶ ଅନୁଷ୍ଠିତ ହେବ। ଏବେଠାରୁ ଭକ୍ତମାନେ ଦାନ କରିପାରିବେ ବୋଲି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନେକ ଜନଶ୍ରୁତି ଓ କିମ୍ବଦନ୍ତୀ ଏହି ପୀଠର ମହିମାକୁ ବହୁଗୁଣିତ କରିଛି। କିମ୍ବଦନ୍ତୀ ଅନୁଯାୟୀ ମୟୂରଭଞ୍ଜ ଜିଲାର ମେଘାସନ ପର୍ବତରେ ତାପସ ଋଷି ମା’ଙ୍କୁ ପୂଜାର୍ଚ୍ଚନା କରୁଥିଲେ। ତାଙ୍କର ଦେହାନ୍ତ ପରେ ତାଙ୍କ ଶିଷ୍ୟ ଭଦ୍ରନାଥଙ୍କୁ ମା’ ଭଦ୍ରକାଳୀ ସ୍ବପ୍ନାଦେଶ କରି କହିବା ପରେ ସେ ମା’ଙ୍କୁ ଏଠାରେ ପ୍ରତିଷ୍ଠା କରିଥିଲେ। ପରେ ସ୍ଥାନୀୟ ରାଜା ମନ୍ଦିର ନିର୍ମାଣ କରିବା ସହ ପୂଜାର୍ଚ୍ଚନା କରିବା ପାଇଁ ସେବାୟତମାନଙ୍କୁ ନିୟୋଜିତ କରିଥିଲେ।
– ସନାତନ ରାଉତ, ଭଦ୍ରକ

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ଟଳିପଡିଲେ ସମ୍ବାରୁ, ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ

ଦେବଗଡ,୬।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ତିଲେଇବଣି ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବଡଛାପଲ ଗ୍ରାମର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ଅଂଶୁଘାତ…

ହଠାତ୍‌ ଘରେ ପଶିଲେ ଦୁର୍ବୃତ୍ତ: ବେକରେ ଭୁଜାଲି ଲଗାଇ ଲୁଟିନେଲେ ଅଳଙ୍କାର ସହ ନଗଦ ଟଙ୍କା

ଆଳି, ୬।୬(ବନମାଳୀ ସେନାପତି): ବନ୍ଧୁକ ମୁନରେ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା l ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଲେ ମହିଳା, ଉଠିଲା ଝଡ଼; କଡ଼ା ଜବାବ ଦେଲେ…

ନୂଆଦିଲ୍ଲୀ,୬।୬: ବ୍ରିଟେନର ୟୁନିଭର୍ସିଟି ଅଫ ଲଣ୍ଡନର ବିର୍କବେକ କଲେଜରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଏକ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ କିଛି…

ଇସ୍କନ୍‌ର ଅଦିନିଆ ରଥଯାତ୍ରା: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ):ବାରମ୍ବାର ବାରଣ ଏବଂ ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ୍‌। ବିଦେଶରେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା…

ପଶ୍ଚିମବଙ୍ଗରେ ଟିଏମସି ସଂକଟ ବଢ଼ିଲା, କଂଗ୍ରେସ ଶିବିରରେ ଖୁସିର ଲହରୀ,ଜାଣନ୍ତୁ କାହିଁକି

କୋଲକାତା,୬।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରାଜୟ ପରେ, ଟିଏମସି ଭାଙ୍ଗିଯାଇଛି। ମମତା ବାନାର୍ଜୀଙ୍କ ସମ୍ମୁଖରେ ଦଳକୁ ଏକ ରଖିବାର ଚ୍ୟାଲେଞ୍ଜ ରହିଛି, ଯେତେବେଳେ ନେତାମାନେ ଦଳ ଛାଡି…

ଭାରତ ପାଇଁ ଖୁସିଖବର: ରୁଷିଆ ଯୋଗାଇବ…

ସେଣ୍ଟ ପିଟର୍ସବର୍ଗ,୬ା୬ (ପି.ଟି.): ଭାରତକୁ ୫ମ ପିଢ଼ି ଯୁଦ୍ଧବିମାନ ସୁଖୋଇ ଏସ୍‌ୟୁ-୫୭ ଯୋଗାଇଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରସ୍ତାବ ଦେଇଛନ୍ତି। ଏହି ଯୁଦ୍ଧବିମାନ ଭାରତରେ…

ପରିବେଶ ସୌନ୍ଦର୍ଯ୍ୟ ବଢାଇବାକୁ ପ୍ରୟାସ: କେସିଙ୍ଗା ଏନଏସି ପକ୍ଷରୁ…

କେସିଙ୍ଗା,୬।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଡୁମେର ମୁଣ୍ଡାସ୍ଥିତ ଏମସିସି କାର୍ଯ୍ୟାଳୟ ପରିସରରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri