Posted inUncategorized

ସଭାପତି ବଦଳିବା ନିଶ୍ଚିତ, ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର,୧୦ା୫(ବ୍ୟୁରୋ):ଓଡ଼ିଶା କଂଗ୍ରେସର ୧୮ ଜଣ ନେତାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପୃଥକ୍‌ ପୃଥକ୍‌ ଭାବେ ଭେଟି ଆଲୋଚନା କରିଛନ୍ତି। ରାହୁଲ ଆଲୋଚନା ବେଳେ ଭିନ୍ନ ଭିନ୍ନ ଭାବେ ଆଲୋଚନା କରିବେ ନା ସମସ୍ତେ ଏକାଠି ବସିବେ ବୋଲି ପଚାରିଥିବା ବେଳେ ପ୍ରଥମ ପ୍ରସ୍ତାବ ଉପରେ ସମସ୍ତେ ରାଜି ହୋଇଥିଲେ। ଏହାପରେ ଜଣ ଜଣ କରି ରାହୁଲ ସମସ୍ତଙ୍କ ସହ ୩ରୁ ୪ ମିନିଟ୍‌ ଲେଖାଏ କଥା ହୋଇଥିବା ଜଣାପଡିଛି। ରାହୁଲ ପ୍ରାୟ ସମସ୍ତଙ୍କୁ ଓଡ଼ିଶାରେ କଂଗ୍ରେସ କିପରି ସୁଦୃଢ଼ ହେବ ଏବଂ କାହାକୁ ସଭାପତି କଲେ ଭଲ ହେବ ବୋଲି ପଚାରିଛନ୍ତି। ସବୁ ନେତା ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିଜ ନିଜର ପ୍ରସ୍ତାବ ରଖିଥିବା ଜଣାପଡିଛି। ଆଉ କେତେଜଣ ନେତାଙ୍କୁ ରାହୁଲ କୁଆଡେ ଦାୟିତ୍ୱ ନେବା ଲାଗି ପ୍ରସ୍ତାବ ଦେଇଥିବା କଥା ଶୁଣିବାକୁ ମିଳିଛି। ତେବେ ସମସ୍ତଙ୍କ ସହ ହୋଇଥିବା ଆଲୋଚନା ପରେ ଯାହା ଜଣାପଡୁଛି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦରେ ନିଶ୍ଚୟ ପରିବର୍ତ୍ତନ ହେବ। ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟ କଂଗ୍ରେସ ସଭାପତି ପଦରେ ପରିବର୍ତ୍ତନର ଆବଶ୍ୟକତା ଅଛି। ୨ ବର୍ଷ ତଳୁ ସେ ଇସ୍ତଫା ଦେଇଥିବା ବେଳେ ମଝିରେ ୩ଥର ଚିଠି ଲେଖିଛନ୍ତି। ସେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଦେଖା କରି ଏକଥା ଜଣାଇଥିଲେ। ଖୁସିର ବିଷୟ ଏଆଇସିସି ସଭାପତି ପରିବର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି। ତାଙ୍କୁ ଏହି ଦାୟିତ୍ୱ ତୁଲାଇବାକୁ କୁହାଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟଗତ କାରଣରୁ ରହିବାକୁ ମନା କରିଦେଇଥିବା ନିରଞ୍ଜନ କହିଛନ୍ତି।
ଅନ୍ୟପଟେ ବିଧାୟକମାନେ ଦୀର୍ଘଦିନ ହେଲା ସଭାପତି ପରିବର୍ତ୍ତନ ସହ ବିଧାୟକ ଦଳ ନେତା ପଦବୀରେ ମଧ୍ୟ ନୂଆ କାହାକୁ ଦାୟିତ୍ୱ ଦେବାକୁ କହିଥିଲେ। ଏହାପରେ ବିରୋଧୀ ଦଳ ନେତା ପଦରୁ ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇସାରିଛନ୍ତି। ତେଣୁ ସବୁ ବିଧାୟକ କୌଣସି ଜଣେ ବିଧାୟକଙ୍କୁ ପିସିସି ସଭାପତି ଦାୟିତ୍ୱ ଦେବା ଲାଗି ରାହୁଲଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡିଛି। କେତେଜଣ ବିଧାୟକ ମହମ୍ମଦ ମୋକିମଙ୍କ ନାଁ କହିଥିବା ବେଳେ ଆଉ କେତେଜଣ ବାହିନୀପତିଙ୍କୁ କରାଯାଉ ବୋଲି କହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ରାହୁଲ ସମସ୍ତଙ୍କୁ ଆସି ଆଗ ପଚାରିଲେ ଏକାଠି କଥା ହେବା ନା ଅଲଗା ଅଲଗା ହେଲେ ଭଲ ହେବ। ତା’ପରେ ସମସ୍ତଙ୍କୁ ପାଖାପାଖି ୫ ମିନିଟ୍‌ ଲେଖାଏ ସମୟ ଦେଲେ। ସେ ଯାହାଙ୍କୁ ଦାୟିତ୍ୱ ଦେବେ ତାଙ୍କ କଥା ମାନି କାମ କରିବୁ ଏବଂ ଯୁବକମାନଙ୍କୁ ଅଧିକ ସୁଯୋଗ ଦେବାକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟରେ ସଙ୍ଗଠନ ସଜାଡି ପାରିଲା ଭଳିଆ ନେତାଙ୍କୁ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଦେଇଥିବା ସୁର କହିଛନ୍ତି। ଶେଷରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାରଙ୍କ ସମେତ ରୁଦ୍ର ରାଜୁଙ୍କୁ ମିଶାଇ ମୋଟ ୧୯ ଜଣ ନେତାଙ୍କ ସହ ରାହୁଲ ଫଟୋ ଉଠାଇଛନ୍ତି।
ରାହୁଲ ଓଡ଼ିଶା ନେତାଙ୍କୁ ପିସିସି ସଭାପତି ପରିବର୍ତ୍ତନ ନେଇ ଏକ ପ୍ରକାର ସ୍ପଷ୍ଟ କରିସାରିଥିବା ବେଳେ ବ୍ରଜରାଜନଗର ଉପନିର୍ବାଚନକୁ ସମସ୍ତଙ୍କ ଅପେକ୍ଷା ରହିଛି। ଏହି ଉପନିର୍ବାଚନ ପରେ ସଭାପତି ପଦରେ ପରିବର୍ତ୍ତନ କରାଯାଇପାରେ ବୋଲି କେତେଜଣ ନେତା ଆକଳନ କରିଛନ୍ତି। ତେବେ ଶରତ ପଟ୍ଟନାୟକ ଏବଂ ଭକ୍ତ ଦାସଙ୍କ ନାଁ ଉପରେ ମୋହର ବାଜିପାରେ ବୋଲି ମଧ୍ୟ କେତେକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ସମସ୍ତଙ୍କ ମତାମତ ନିଆସରିଥିବା ବେଳେ ଦୁଇ ଦିନ ମଧ୍ୟରେ ଘୋଷଣା ହୋଇପାରେ ବୋଲି ଆଉ କେତେଜଣ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri