ଆଜି ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୧୦।୧୧(ବ୍ୟୁରୋ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲୀରୁ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୧୦ଟା ୫୦ ମିନିଟ୍‌ରେ ପହଞ୍ଚତ୍ବେ। ସେଠାରୁ ସିଧା ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହି ଗସ୍ତ ପାଇଁ ପୂର୍ବାହ୍ନ ୧୦ଟା ୩୦ରୁ ରାଷ୍ଟ୍ରପତିଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ପୁରୀରେ ପ୍ରାୟ ୪ଘଣ୍ଟା ଅତିବାହିତ କରିବାକୁ ଥିବାରୁ ଶ୍ରୀମନ୍ଦିର, ରାଜଭବନ, ତାଳବଣିଆ ହେଲିପ୍ୟାଡ୍‌ଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ସକାଳ ପ୍ରାୟ ୧୧ଟା ୪୦ରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରି ମଧ୍ୟାହ୍ନ ୧୨ଟାରେ ସିଂହଦ୍ୱାର ନିକଟରେ ପହଞ୍ଚତ୍ିବେ। ସେଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ ସ୍ବାଗତ କରିବେ। ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍‌ ବିତାଇବା ସହ ଠାକୁରଙ୍କୁ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ କରିବେ। ଏହାପରେ ରାଷ୍ଟ୍ରପତି ପୁରୀ ରାଜଭବନକୁ ଫେରି ମହାପ୍ରସାଦ ସେବନ କରିବେ। ଅପରାହ୍ନ ୩ଟାରେ ରାଷ୍ଟ୍ରପତି ରାଜଭବନରୁ ବାହାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ୬ଟି ସ୍ଥାନରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। କଳ୍ପନା ଛକସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି, ରାଜଭବନରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଛକରେ ଉତ୍କଳମଣି ଗୋପବନ୍ଧୁ ଦାସ, ପାୱାର ହାଉସ ଛକସ୍ଥିତ ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ, ନାଲକୋ ଛକରେ କବି ଗଙ୍ଗାଧର ମେହେର ଓ ଉତ୍କଳ ହସ୍ପିଟାଲ ନିକଟ ଶହୀଦ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ ପ୍ରାଥମିକ…

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri