Posted inଖେଳ

ବ୍ରିସ୍‌ବେନ୍‌ରେ ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ଅଭ୍ୟାସ

ବ୍ରିସ୍‌ବେନ୍‌,୧୪।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ କ୍ରିକେଟ ଦଳ ବୁଧବାର ବ୍ରିସ୍‌ବେନ୍‌ରେ ଅଭ୍ୟାସ କରିଛି। ସ୍ଥାନୀୟ ଗାବା ଗ୍ରାଉଣ୍ଡରେ ଦଳର ପ୍ରଥମ ଟ୍ରେନିଂ ସେସନରେ ଭାରତୀୟ ଖେଳାଳିମାନେ ବେଶ୍‌ ଝାଳ ବୁହାଇଥିଲେ। ଚଳିତ ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତ ୧୧ଜଣ ଫିଟ୍‌ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ବୋଲି ଆଶା ରଖିଛି।
ଆବଡୋମିନାଲ ଷ୍ଟ୍ରେନ୍‌ କାରଣରୁ ଏହି ଟେଷ୍ଟରୁ ବାଦ୍‌ ପଡିସାରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ ଦଳ ସହ ରହି ଟ୍ରେନିଂ ସେସନରେ ଭାଗ ନେଇଥିଲେ। ସେହିପରି ଏଥିରେ ନିଜର ଟ୍ରେନିଂ କିଟ୍‌ ସହ ରୋହିତ ଶର୍ମା, ଶୁବମନ ଗିଲ୍‌, ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଅଭ୍ୟାସ କରି ନ ଥିଲେ ମଧ୍ୟ ବୁମ୍‌ରା ବୋଲିଂ କୋଚ୍‌ ଭରତ ଅରୁଣଙ୍କ ସହ ଆଲୋଚନା କରୁଥିବାର ଦେଖାଯାଇଥିଲା।
ସିଡ୍‌ନୀ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିବା ପରେ ଖେଳାଳିମାନେ ପୁଣି ଥରେ ଏକାଠି ହୋଇଛନ୍ତି। ଗାବାରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ଟୁଇଟର ହ୍ୟାଣ୍ଡଲ୍‌ରେ ସୂଚନା ଦେଇଛି। ନେଟ୍ସରେ ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ବୋଲିଂ କରୁଥିବାର ଦେଖାଯାଇଥିଲା। ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡିଥିବା ବେଳେ ତାଙ୍କ ସ୍ଥାନରେ କୁଲଦୀପ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି ଦ୍ରୁତ ବୋଲଣ ଶାର୍ଦ୍ଦୁଳ ଠାକୁର ଓ ଅଲ୍‌ରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ମଧ୍ୟ ଟ୍ରେନିଂରେ ସାମିଲ ହୋଇଥିଲେ। ବୁମ୍‌ରାଙ୍କ ସ୍ଥାନରେ ଶାର୍ଦ୍ଦୁଳ କିମ୍ବା ଟି. ନଟରାଜନ ଚତୁର୍ଥ ଟେଷ୍ଟ ପାଇଁ ଦଳରେ ସାମିଲ ହେବେ। ଫଳରେ ନବଦୀପ ସଇନି ଓ ମହମ୍ମଦ ସିରାଜଙ୍କ ସମେତ ଭାରତୀୟ ବୋଲିଂ ବିଭାଗକୁ ନୂଆ ରୂପରେ ଦେଖିବାକୁ ମିଳିବ। ସିଡ୍‌ନୀ ଟେଷ୍ଟ ଖେଳିବା ଅବସରରେ ବୁମ୍‌ରା ଆବଡୋମିନାଲ ଷ୍ଟ୍ରେନ୍‌ର ଶିକାର ହୋଇଥିଲେ। ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଟ୍ରେନିଂ ପ୍ରକ୍ରିୟା ଉପରେ ନଜର ରଖିଥିଲେ ଓ ଦଳକୁ ସମ୍ବୋଧିତ କରିଥିଲେ। ବାକି ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ମଧ୍ୟ ଶାସ୍ତ୍ରୀ ଆଲୋଚନା କରିଥିଲେ। ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର, ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର ଓ ଭରତଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବାର୍ତ୍ତାଳାପ କରିଥିଲେ।
ଚଳିତ ଅଷ୍ଟ୍ରେଲିଆ ସିରିଜରେ ଭାରତ ଇଞ୍ଜୁରି ନେଇ ସାଂଘାତିକ ସମସ୍ୟାରେ ପଡିଛି। ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଦ୍ରୁତ ବୋଲିର ଈଶାନ୍ତ ଶର୍ମା ଓ ଭୁବନେଶ୍ୱର କୁମାର ଦଳରୁ ବାଦ୍‌ ପଡିସାରିଥିଲେ। ପ୍ରଥମ ଟେଷ୍ଟ ପରେ ମହମ୍ମଦ ସାମି ସିରିଜରେ ଖେଳିପାରି ନ ଥିଲେ। ସେହିପରି ସମକାରଣ ଯୋଗୁ ଉମେଶ ଯାଦବ ମଧ୍ୟ ଶେଷ ଦୁଇଟି ଟେଷ୍ଟରୁ ବାଦ୍‌ ପଡିଥିଲେ। ସିଡ୍‌ନୀ ଟେଷ୍ଟର ହିରୋ ରବିଚନ୍ଦ୍ରନ ଅଶ୍ୱିନ ଓ ହନୁମା ବିହାରୀ ଆହତ ହୋଇଛନ୍ତି। ଏମାନେ ଅନ୍ତିମ ଟେଷ୍ଟ ଖେଳିବା ନେଇ ଆଶଙ୍କା ରହିଛି। ତୃତୀୟ ଟେଷ୍ଟ ୯୭ ରନର ସାହସିକ ତଥା ଦ୍ରୁତ ଇନିଂସ ଖେଳିଥିବା ରିଷଭ ପନ୍ତ ମଧ୍ୟ କହୁଣିରେ ଆଘାତ ପାଇଥିଲେ। ଦ୍ୱିତୀୟ ଇନିଂସରେ ଉଇକେଟ କିପିଂ କରିପାରି ନ ଥିଲେ ମଧ୍ୟ ସେ ବ୍ୟାଟିଂକରି ଏହି ଐତିହାସିକ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri