ରିଲିଜ୍ ହେଲା ‘ଦ ପାୱାର’ର ଟ୍ରେଲର

ମୁମ୍ବାଇ: ଆଜିକାଲି ବଲିଉଡ୍‌ର କିଛି ବଡ ବଡ ଫିଲ୍ମକୁ ନେଇ ଚର୍ଚ୍ଚା ଯୋର ଧରିଛି । କିଛିର ଶୁଟିଂ ଜାରି ରହିଛି ତ ଆଉ କିଛି ରିଲିଜ୍ ଅପେକ୍ଷାରେ ରହିଛି । ଇତିମଧ୍ୟରେ ଜଣାଶୁଣା ଅଭିନେତା ବିଦ୍ୟୁତ ଜାମୱାଲା ଓ ଶ୍ରୁତି ହାସନଙ୍କ ଅଭିନୀତ ଫିଲ୍ମ ‘ଦ ପାୱାର’ର ଟ୍ରେଲର ରିଲିଜ୍ ହୋଇଛି ଯାହା ଜବରଦସ୍ତ ଚର୍ଚ୍ଚା ସାଉଁଟିଛି । ବିଦ୍ୟୁତଙ୍କ ପୂର୍ବ ଫିଲ୍ମ ଭଳି ଏଥିରେ ବି ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିିଛି । ଟ୍ରେଲର ଆରମ୍ଭରେ ବିଦ୍ୟୁତ ଓ ଶ୍ରୁତିଙ୍କର ରୋମାନ୍ସ ଦେଖାଯାଇଛି । ଏଥିରେ ଶ୍ରୁତିଙ୍କର ଅନ୍ଦାଜ ବି ଦେଖିବା ଭଳି ହୋଇଛି । ମଙ୍ଗଳବାର ରିଲିଜ୍ ହୋଇଥିବା ଏହି ଟ୍ରେଲରର ଅବଧି ରହିଛି ୨ ମିନିଟ୍ ୩୮ ସେକେଣ୍ଡ । ରୋମାନ୍ସ ଓ ଆକ୍ସନରେ ଭରପୁର ରହିଛି ଟ୍ରେଲର । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମହେଶ ମାଞ୍ଜେରେକର ଏହାର କାହାଣୀ ୯୦ ଦଶକର ବ୍ୟାକ୍ ଗ୍ରାଉଣ୍ଡରେ ନିର୍ମାଣ କରାଯାଇଛି । ଶ୍ରୁତି ଓ ବୁଦ୍ୟୁତଙ୍କ ବ୍ୟତୀତ ଏଥିରେ ପ୍ରତିକ ବାବର ବି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଏହା ୧୪ଜାନୁୟାରୀ ଜି୫ରେ ରିଲିଜ୍ ହେବ ବୋଲି ଜଣାପଡିଛି । ଏହା ହିନ୍ଦୀ ସହ ତାମିଲ, ତେଲୁଗୁ ଓ କନ୍ନଡ ଭାଷାରେ ବି ରିଲିଜ୍ କରାଯିବ ।

Share