ପୁନରାବୃତ୍ତିର ଶକ୍ତି

ଗ୍ରୀକ୍‌ ପୁରାଣ କଥାରେ ଆମେ ସିସିଫସ୍‌ଙ୍କ କାହାଣୀ ଶୁଣିଛୁ। ଦେବତାମାନେ ତାଙ୍କୁ ଦଣ୍ଡିତ କରିଥିଲେ ଯେଉଁଥିରେ ସେ ଦିନସାରା ପାହାଡ଼ ଉପରକୁ ଏକ ପଥରକୁ ଗଡ଼ାଇ ଗଡ଼ାଇ ନେଉଥିଲେ ଓ ସେହି ପଥର ରାତିରେ ପୁନର୍ବାର ତଳକୁଗଡ଼ି ଆସୁଥିଲା। ତା’ପରଦିନ ପୁଣି ପାହାଡ଼ ଉପରକୁ ପଥରକୁ ନେବାପରେ ପୂର୍ବଭଳି ତାହା ତଳକୁ ଗଡ଼ି ଆସୁଥିଲା। ଏହିପରି ଭାବେ ସେ ଉକ୍ତ କାର୍ଯ୍ୟ ବାରମ୍ବାର କରିବାକୁ ଅନନ୍ତକାଳ ପାଇଁ ଅଭିଶପ୍ତ ରହିଥିଲେ। ଗ୍ରୀକ୍‌ ପୁରାଣ ଅନୁଯାୟୀ ଏହା ହେଉଛି ନର୍କ ବା ତାର୍‌ତାରୁସ। ଏହା ବି ଆଧୁନିକ ମାନସିକତାରେ ପ୍ରତିଫଳିତ ହେଉଛି, ଯେଉଁଠାରେ ସିସିଫସ୍‌ଙ୍କ ଭଳି ବାରମ୍ବାର କରାଯାଉଥିବା କାର୍ଯ୍ୟକଳାପକୁ ସବୁଠୁ ଖରାପ ଦଣ୍ଡ (ନର୍କ)ଭାବେ ଦେଖାଯାଇଛି। ଫଳସ୍ବରୂପ ଏଠାରେ କୌଣସି କାର୍ଯ୍ୟର ପୁନରାବୃତ୍ତି ବଦଳରେ ସମସ୍ତେ ସୃଜନଶୀଳତା, ନୂତନତ୍ୱ ଏବଂ ସ୍ବାଧୀନତା ଚାହୁଁଛନ୍ତି ଓ ସେସବୁକୁୁ ସେମାନେ ଆନନ୍ଦର ବିଷୟ ବା ସ୍ବର୍ଗସମ ମଣୁଛନ୍ତି। ଏଣୁ ଦେବତାଙ୍କ ଉକ୍ତ ସ୍ବର୍ଗ ( ପୃଥିବୀ) ଏଭଳି ଏକ ସ୍ଥାନ ହୋଇଯାଇଛି, ଯେଉଁଠି ଜଣେ କ୍ରୀତଦାସ ବିରୋଧରେ ଯାହା ଚାହୁଁଛି ତାହା କରିପାରୁଛି । ସିସିଫସ୍‌ଙ୍କ କାର୍ଯ୍ୟ ଭଳି ଜଣେ କ୍ରୀତଦାସ ମଧ୍ୟ ସମାନ କାର୍ଯ୍ୟକୁ ବାରମ୍ବାର କରିବାକୁ ବାଧ୍ୟ ହେଉଛି, ଯାହା ଏକ ଅଭିଶପ୍ତ ଜୀବନ (ନର୍କ)କୁ ସୂଚିତ କରୁଛି। ଏଭଳି ମାନସିକତା ପୁଞ୍ଜିବାଦ ଓ ସାମ୍ୟବାଦରେ ବି ରହିଆସିଛି। ଗ୍ରୀକ୍‌ ପୁରାଣ ପ୍ରେରିତ ବିଚାରଧାରାଗୁଡ଼ିକ ବିଶେଷକରି ଉନଂବିଶ ଶତାବ୍ଦୀରେ ଲୋକପ୍ରିୟ ହୋଇଥିଲା। ବିଶେଷ ଅଧିକାର ସମ୍ପନ୍ନ ତଥା ସର୍ବଶକ୍ତିମାନଙ୍କ ଦ୍ୱାରା ସିସିଫସ୍‌ ଦଣ୍ଡିତ ହୋଇଥିଲେ। ବର୍ତ୍ତମାନ ସମସ୍ତେ ସ୍ବାଧୀନତା ପାଇଁ ଅତ୍ୟଧିକ ଲାଳାୟିତ ଅଛନ୍ତି। ପୁରୁଣା ପଥକୁ ଖାରଜ କରିଦେବା ସହ ଏକ ନୂଆ ଓ ରୋମାଞ୍ଚକର ବୈଶ୍ୱିକ ବ୍ୟବସ୍ଥା ଚାହୁଁଛନ୍ତି। ସବୁଠୁ ଭଲ ପୁରୁଣା ଦିନକୁ ନ ଫେରି ଏକ ନୂଆ ପଥ ସୃଷ୍ଟି କରିଛନ୍ତି।
ରବିବାରରେ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ଏବଂ ଶୁକ୍ରବାର ଦିନ ମସ୍‌ଜିଦରେ ସାମୂହିକ ନମାଜ ପାଠର ପୁନରାବୃତ୍ତି ହୋଇଚାଲିଛି। ଧର୍ମ ବିଶ୍ୱାସୀମାନେ ବିଶ୍ୱର ଅନ୍ତ ଓ ଜଜମେଣ୍ଟ ଡେ (ନ୍ୟାୟ ଦିବସ)ର ପ୍ରତୀକ୍ଷାରେ ରହିଛନ୍ତି। ଈଶ୍ୱରଙ୍କୁ ମାନିବା ଓ ତାଙ୍କ ନିୟମ ପାଳନ କରିବା ଉଚିତ ଏବଂ ତାଙ୍କ ସମ୍ପର୍କରେ ଲୋକମାନଙ୍କୁ ସ୍ମରଣ କରାଇବା ଲାଗି ଏଭଳି ପ୍ରାର୍ଥନା ଓ ନମାଜ ବାରମ୍ବାର କରାଯାଉଛି। ଏଠାରେ ଏଭଳି ପୁନରାବୃତ୍ତିର ଲକ୍ଷ୍ୟ ହେଉଛି ଗୋଟିଏ ବିଚାରଧାରା ପ୍ରତି ରହିଥିବା ସମର୍ଥନକୁ ସୁରକ୍ଷିତ ରଖିବା, ତା’ବନ୍ଧନରେ ବାନ୍ଧି ହୋଇଯିିବା। ହିନ୍ଦୁ , ବୌଦ୍ଧ ଓ ଜୈନ ଧର୍ମରେ ପରମ୍ପରାକୁ ବାରମ୍ବାର ପାଳନ କରିବାରେ ମଧ୍ୟ ଏକ ଅଲଗା ଉଦ୍ଦେଶ୍ୟ ନିହିତ ରହିଛି।
ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମରେ ପୁନର୍ଜନ୍ମ ବିଚାର ଅଛି। ଏସବୁ ଧର୍ମ କହେ ଯେ, ତୁମେ ସମାନ ପ୍ରକାର ଜୀବନ ବାରମ୍ବାର ଜିଇ ପାରିବ କିମ୍ବା ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇପାରିବ। ତୁମେ କିଏ, କେଉଁଠୁ ଆସିଛ ଏଭଳି ଅନ୍ତର୍ଦୃଷ୍ଟି ବିନା ଯଦି ଜିଇବ ଏବଂ ବିଶ୍ୱ ତୁମ ଇଚ୍ଛା ଅନୁଯାୟୀ ଚାଲିବ ବୋଲି ଯଦି ବିଶ୍ୱାସ କରିବ ତେବେ ତୁମେ ଯାହା ନ କରିବା କଥା କରିବ। ଜନ୍ମ ମୃତ୍ୟୁ ବନ୍ଧନରେ ଛନ୍ଦି ହୋଇଯିବ। ତୁମ ଇଚ୍ଛାରେ ବିଶ୍ୱ ନିୟନ୍ତ୍ରିତ ହେଉ ନାହିଁ ବୋଲି ଯେତେବେଳେ ଜାଣିବ ସେତେବେଳେ ତୁମେ ଅନ୍ତର୍ଦୃଷ୍ଟିର ଅଧିକାରୀ ଓ ସ୍ବାଧୀନ ହୋଇଯିବ, ଅର୍ଥାତ୍‌ ପୁନର୍ଜନ୍ମରୁ ମୁକ୍ତ ହୋଇଯିବ। ଅନ୍ତର୍ଦୃ୍‌ଷ୍ଟି ପ୍ରାପ୍ତିର ଉପାୟ ରହିଛି। ଏ କ୍ଷେତ୍ରରେ ପୁନରାବୃତ୍ତିର ଶକ୍ତି ଭିନ୍ନ। ଈଶ୍ୱରଙ୍କ ନାମ ଓ ମନ୍ତ୍ର ବାରମ୍ବାର ଜପ କରିବା କିମ୍ବା ପ୍ରତିଦିନ, ସାପ୍ତାହିକ, ପନ୍ଦରଦିନିଆ, ମାସିକିଆ, ୪ ମାସିଆ ଓ ବାର୍ଷିକ ଧର୍ମୀୟ କର୍ମ କିମ୍ବା ପରମ୍ପରାର ପୁନରାବୃତ୍ତି ଦ୍ୱାରା ଅନ୍ତଦୃଷ୍ଟି ବିକଶିତ ହୋଇଯିବ। କିନ୍ତୁ ଖୁବ୍‌ ସଚେତନତାର ସହ ଏସବୁ କରିବାକୁ ହେବ।
ଗୋଟିଏ ତାଳରେ ବାରମ୍ବାର କ୍ଷୀରକୁ ଗୋଳାଇଲେ ଲହୁଣୀ ଅଲଗା ବାହାରି ଆସିବ। ତୁମେ ଶସ୍ୟକୁ ବାରମ୍ବାର ପେଷିଲେ ସେଥିରୁ ଅଟା କିମ୍ବା ଚୂନା ପ୍ରସ୍ତୁତ ହୋଇଯିବ। ଗୋଟିଏ କାର୍ଯ୍ୟକୁ ତୁମେ ବାରମ୍ବାର ସମ୍ପାଦନ କଲେ ତୁମ ଦକ୍ଷତା ସ୍ତର ଉନ୍ନତ ହୋଇଯିବ। ଆରମ୍ଭରୁ ଗୋଟିଏ ବିଷୟରେ ଅନଭିଜ୍ଞ ଥିଲେ ବି ସେହି ବିଷୟକୁ ବାରମ୍ବାର କରିଚାଲିଲେ ସେ ସମ୍ପର୍କରେ ସବିଶେଷ ଜାଣିବା ସହ ସେଥିରେ ଥିବା ସୂକ୍ଷ୍ମ ପାର୍ଥକ୍ୟ ଦେଖିବା ଆରମ୍ଭ କରିବ। ସେ ବିଷୟରେ ତୁମର ପ୍ରାରମ୍ଭିକ ଜ୍ଞାନ ତୁଳନାରେ ଯଥେଷ୍ଠ ବିକାଶ ହେବ। ନିଷ୍ଠାପର ଭାବେ ରାମାୟଣକୁ ଗୁରୁତ୍ୱ ଦେଇ ବାରମ୍ବାର ସ୍ବାଧ୍ୟାୟ କଲେ ସେଥିରେ ନିହିତ ସୂକ୍ଷ୍ମ ଅର୍ଥ ପାଇପାରିବ ଓ ସେଗୁଡ଼ିକୁ ବୁଝିବା ବି ଆରମ୍ଭ କରିବ। ଅନ୍ୟପକ୍ଷରେ ଆରତିର ମଧ୍ୟ ମହତ୍ତ୍ୱ ଅଛି। ତୁମେ ଯଦି ଅନ୍ତର୍ଦୃଷ୍ଟି ଲାଭ କରିନାହଁ ତେବେ ବାରମ୍ବାର ଆରତି ଶୁଣିଲେ କିମ୍ବା ଆରତି ସମୟରେ ଉପସ୍ଥିତ ରହିଲେ ତୁମେ ତାହା ପ୍ରାପ୍ତ ହେବ। ପୁନରାବୃତ୍ତି କହିଲେ କେବଳ ଧର୍ମୀୟ ସମର୍ଥନକୁ ବୁଝାଏ ନାହିଁ କି ବନ୍ଧନରେ ବାନ୍ଧି ହେବାକୁ ସୂଚିତ କରେ ନାହିଁ ବରଂ ଏହା ଜ୍ଞାନୋଦୟ କରେ, ମନରେ ସଚେତନ ଭାବ ପ୍ରଜ୍ୱଳିତ କରିଥାଏ। ଏହା ଦ୍ୱାରା ତୁମେ ଏମିତି ଜିନିଷ ଦେଖିବ ବା ଜ୍ଞାନ ଲାଭ କରିବ ଯାହା କେହି କେବେ କରି ନ ଥିବେ।
ମନ୍ଦିରରେ ହେଉଥିବା ପୂଜା, କର୍ମକାଣ୍ଡ କିମ୍ବା ଧର୍ମୀୟ ଉତ୍ସବ ମାସ , ବର୍ଷ ଅନୁୂଯାୟୀ ବାରମ୍ବାର ପାଳନ କରାଯାଏ। ଏପରିକି ବହୁ ପରମ୍ପରା ରହିଛି ଯାହାର ୮ ବର୍ଷରେ କିମ୍ବା ୧୨ ବର୍ଷରେ ପୁନରାବୃତ୍ତି ହୋଇଥାଏ। ଏହି ଉତ୍ସବ ବା ପରମ୍ପରାଗୁଡ଼ିକର ପୁନରାବୃତ୍ତି ଏକ ବ୍ୟବସ୍ଥିତ, ଶୃଙ୍ଖଳିତ ତଥା ସାତ୍ତ୍ୱିକ ଭାବନା ସୃଷ୍ଟି କରେ। ଧରିତ୍ରୀରେ ଅନେକ ସ୍ଥିତିରେ ପରିବର୍ତ୍ତନ ଘଟେ। ଉକ୍ତ ପରିବର୍ତ୍ତନର ମଧ୍ୟ ସମୟକ୍ରମରେ ପୁନରାବୃତ୍ତି ଘଟିଥାଏ। ସମୟଚକ୍ରରେ ଋତୁ ପରିବର୍ତ୍ତନ ଘଟୁଛି, ଜୁଆରରେ ବି ପରିବର୍ତ୍ତନ ହେଉଛି। ଏହା ତିଥି, ମାସ କିମ୍ବା ବର୍ଷ ଅନୁଯାୟୀ ଚକ୍ରୀୟ ଧାରାରେ ପରିବର୍ତ୍ତନ ହୋଇ ଆସୁଛି। ଏହି ଧାରାରୁ ଗୋଟିଏ ସ୍ଥିତି ବଦଳିଗଲେ ବା ହଟିଗଲେ ପୂରା ଚକ୍ରଟି ଭାଙ୍ଗି ସର୍ପିଳ ପାଲଟିଯିବ। ଅର୍ଥାତ୍‌ ସବୁ କିଛି ବନ୍ଧନ ମୁକ୍ତ ହୋଇଯିବ, ଆଧ୍ୟାମିତ୍କ ଜ୍ଞାନ ପ୍ରାପ୍ତି ଘଟିବ। ଏଣୁ ବିଷ୍ଣୁ ଭଗବାନ୍‌ ବନ୍ଧନ ଓ ମୁକ୍ତି ବା ମୋକ୍ଷର ବିକଳ୍ପ ସଙ୍କେତ ହସ୍ତରେ ଧାରଣ କରିଛନ୍ତି। ଧାରଣ କରିଥିବା ଚକ୍ର ପୁନରାବୃତ୍ତି( ଜନ୍ମ-ମୃତ୍ୟୁ ବନ୍ଧନ)କୁ ସୂଚାଉଥିବାବେଳେ ସର୍ପିଳ ଶଙ୍ଖ ମୁକ୍ତିର ପ୍ରତିନିଧିତ୍ୱ କରୁଛି।
ଏହି ବିଶ୍ୱ ଏବେ ନୂତନତ୍ୱ ଏବଂ ଉଦ୍ଭାବନକୁ ନେଇ ଖୁସି ହେଉଛି। ବିଶ୍ୱାସ କରୁଛି ଯେ, ଅତୀତକୁ ବାଦ୍‌ ଦେଇ ଏକ ଉତ୍ତମ ବିଶ୍ୱ ସୃଷ୍ଟି କରିଛି। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅତୀତକୁ ବାରମ୍ବାର ପୁନଃ ଅବଲୋକନ କରି ପୁନରାବୃତ୍ତିର ଶକ୍ତିକୁ ଗ୍ରହଣ କରିବା ଦରକାର।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri