Posted inଖେଳ

ତୃତୀୟ, ଚତୁର୍ଥ ଟେଷ୍ଟ ଭେନ୍ୟୁ ଅଦଳବଦଳ ସମ୍ଭାବନା

ଆଡିଲେଡ୍‌,୨୧।୧୨(ପି.ଟି.): ସିଡ୍‌ନୀରେ କୋଭିଡ୍‌-୧୯ ମହାମାରୀ ପ୍ରକୋପ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବୃଦ୍ଧି ଘଟିଛି। ଫଳରେ ତୃତୀୟ ଓ ଚତୁର୍ଥ ଟେଷ୍ଟର ଭେନ୍ୟୁରେ ଅଦଳବଦଳ କରିବାକୁ ଅଷ୍ଟ୍ରେଲିଆ ବିଚାର କରୁଛି। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ତୃତୀୟ ଓ ବ୍ରିସ୍‌ବେନର ଗାବା ଷ୍ଟାଡିୟମରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଯଥାକ୍ରମେ ଜାନୁୟାରୀ ୭ ଓ ୧୫ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେବେ କୋଭିଡ୍‌-୧୯ କାରଣରୁ ଚତୁର୍ଥ ଟେଷ୍ଟ ସିଡ୍‌ନୀରେ ଓ ତୃତୀୟ ଟେଷ୍ଟ ବ୍ରିସ୍‌ବେନ୍‌ରେ ଆୟୋଜନ କରିବାକୁ ସିଏ ବିଚାର କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସିଡ୍‌ନୀରେ ତୃତୀୟ ଟେଷ୍ଟ ଆୟୋଜନକୁ ଆମେ ପ୍ରାଥମିକତା ଦେବୁ ଓ ଏ ନେଇ ଆମେ ଆଶାବାଦୀ ଅଛୁ ବୋଲି ସିଏ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ହୋକ୍‌ଲି କହିଛନ୍ତି।
ସିଡ୍‌ନୀରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ସିଏ ତା’ର ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଏଠାରେ କରୋନା ମାମଲା ୭୧କୁ ବୃଦ୍ଧି ପାଇଛି। ଅବଶ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ ନ୍ୟୁ ସାଉଥ୍‌ଓ୍ବେଲ୍ସ ସରକାର କେତେକ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ବିଭିନ୍ନ କଟକଣା ଜାରି କରିଛନ୍ତି। କାର୍ଯ୍ୟସୂଚୀରେ ଆମେ କୌଣସି ପରିବର୍ତ୍ତନ କରିନାହୁଁ ହୋକ୍‌ଲି କହିଛନ୍ତି। ଜାନୁୟାରୀ ୨୬ରେ ମେଲବୋର୍ନରେ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହେବ। ସିଡ୍‌ନୀରେ କରୋନାର ବର୍ଦ୍ଧିତ ମାମଲା ପ୍ରସାରଣକାରୀ ସଂସ୍ଥାଗୁଡିକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଇଶାନ କିଷାନଙ୍କୁ ବଡ ଦାୟିତ୍ୱ ଦେଲା ସନରାଇଜର୍ସ ହାଇଦ୍ରାବାଦ, କମିନ୍ସଙ୍କ ଅନୁପସ୍ଥିତିରେ…

ହାଇଦ୍ରାବାଦ,୧୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ସିଜନ ଆରମ୍ଭ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ (SRH) ଏକ ବଡ଼ ଘୋଷଣା କରିଛି। ଦଳର ନିୟମିତ ଅଧିନାୟକ ପ୍ୟାଟ୍…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri