ପିଲାଦିନ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଖୁବ୍‌ ଶ୍ରୀଘ୍ର ଅଭିଷେକଙ୍କ ସହ ଆସିବେ ନଜର

ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ସେହି ତାରକାଙ୍କ ମଧ୍ୟରୁ ଜଣେ ଯିଏ, ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି। ଇଲିଆନା ସୋସିଆଲ ମିଡିଆରେ ନିଜର ବାସ୍ତବ ଜୀବନ ସମ୍ବନ୍ଧୀୟ ଜିନିଷଗୁଡିକ ଶେୟା କରିଥାନ୍ତି। ନିକଟରେ ସେ ପ୍ରଶଂସକଙ୍କ ପାଇଁ ନିଜର ଏକ ଫ୍ଲାସବ୍ୟାକ ଫଟୋ ଶେୟାର କରିଛନ୍ତି।

ଏହି ଫଟୋଟି ଇଲିଆନାଙ୍କ ପିଲାଦିନର। ଏଥିରେ କୁନି ଇଲିଆନା ଧଳା ରଙ୍ଗର ପୋଷାକ ପିନ୍ଧି ହସୁଥିବା ନଜର ଆସୁଛନ୍ତି। ଫଟୋରେ ସେ କେତେକ ଝିଅଙ୍କ ମଧ୍ୟରେ ସେ ବସିଛନ୍ତି। ସେ ଏଥିରେ ଟିକିଏ ରାଜକୁମାରୀ ପରି ଦେଖାଯାଉଛନ୍ତି।

ତାଙ୍କ ଏହି ଫଟୋ ପ୍ରଶଂସକଙ୍କ ପାଇଁ ଉପହାରଠାରୁ କମ ନୁହେଁ । ପ୍ରାୟ ଅଢ଼େଇ ଲକ୍ଷ ଲୋକ କିଛି ଘଣ୍ଟା ମଧ୍ୟରେ ଫଟୋକୁ ଲାଇକ୍‌ ଏବଂ ଶେୟାର କରିଛନ୍ତି।

କମେଣ୍ଟ ବକ୍ସରେ, ୟୁଜରର୍ସମାନେ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଉପଭୋକ୍ତା ପ୍ରଶଂସା ଲେଖିଛନ୍ତି – ତୁମେ ଜଣେ ପରୀ ଦେଖାଯାଉଛ। ତେବେ ଇଲିଆନା ବର୍ତ୍ତମାନ ଆମେରିକାର ଟେକ୍ସାସ ସହରରେ ଅଛନ୍ତି । ତାଙ୍କୁ ଖୁବ ଶୀଘ୍ର ଅଭିଷେକ ବଚ୍ଚନଙ୍କ ସହ ବିଗ ବୁଲ୍‌ ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳିବ।

https://www.instagram.com/ileana_official/?utm_source=ig_embed

Share