ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇ ରାଜନୀତିରେ ଯୋଗ ଦେଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଆଜି ବଲିଉଡ୍‌ ଅଭିନେତ୍ରୀ ରିମି ସେନଙ୍କ ଜନ୍ମଦିନ। ଯିଏ ହଙ୍ଗାମା ଏବଂ ଧୁମ ଭଳି ହିଟ୍‌ ଫିଲ୍ମରେ କାମ କରିଛନ୍ତି। ରିମି ୨୧ ସେପ୍ଟେମ୍ବର ୧୯୮୧ରେ ପଶ୍ଚିମବଙ୍ଗର କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ବିଦ୍ୟା ଭାରତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରିମି ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ। ସେ କୋଲକାତା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରିମିଙ୍କ ଜନ୍ମଦିନ ଅବସରରେ ତାଙ୍କ ଫିଲ୍ମ କ୍ୟାରିୟର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣନ୍ତୁ କିଛି କଥା।

ରିମି ହଙ୍ଗାମା, ଧୁମ୍‌, ଗୋଲମାଲ ସମେତ ଅନେକ ଫିଲ୍ମରେ କାମ କରିଛନ୍ତି । ପ୍ରାୟ ପ୍ରତ୍ୟେକ ଫିଲରେ, ହିରୋମାନେ ତାଙ୍କୁ ବିବାହ କରିବା ପାଇଁ ପରସ୍ପର ସହିତ ଝଗଡ଼ା କରୁଥିବା ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଗୁଡ଼ିକରେ ଦିନେ ହିଟ୍‌ ହୋଇଥିବା ରିମି ଭିନୟରୁ ନିଜକୁ ଦୂରେଇ ରଖିଛନ୍ତି। ୩୯ ବର୍ଷର ରିମି ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ଏବେ ତାଙ୍କ ସମ୍ପକର୍ରେ କୌଣସି ଖବର ନାହିଁ।

ରିମି ପିଲାଦିନରୁ ଫିଲ୍ମରେ କାମ ଆରମ୍ଭ କରିଥିଲେ। ବିଜ୍ଞାପନ ଏବଂ ମଡେଲିଂ ଦୁନିଆରେ ରିମି ନିଜ ନାଁ ତିଆରି କରିଥିଲେ। ବଲିଉଡରେ ତାଙ୍କର ଏଣ୍ଟ୍ରି କମେଡି ଫିଲ୍ମ ହଙ୍ଗାମା ଥିଲା । ଚଳଚ୍ଚିତ୍ରଟି ହିଟ୍‌ ହୋଇଥିଲା। ଫିଲ୍ମ ଫେୟାରରେ ରିମି ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ। ରିମିଙ୍କ କ୍ୟାରିୟର ଏଠାରୁ ଆରମ୍ଭ ହୋଇଥିଲା।

ଏହା ପରେ ତାଙ୍କ ଆଗରେ ଚଳଚ୍ଚିତ୍ରର ଲମ୍ବା ଲାଇନ୍‌ ଲାଗିଥିଲା। ସେ ହିନ୍ଦୀ ଚଳଚ୍ଚିତ୍ର ସହିତ ବଙ୍ଗାଳୀ ଏବଂ ତେଲୁଗୁ ଚଳଚ୍ଚିତ୍ର କରିବା ଆରମ୍ଭ କଲେ।

ଶେଷଥର ତାଙ୍କୁ ବିଗ୍‌ବସ୍‌ରେ ଦେଖିବାକୁ ମିଳିଥିଲା। ବିଗ୍‌ବସ୍‌ରେ ରିମି ତାଙ୍କ ପ୍ରକୃତି ହେତୁ ଚର୍ଚ୍ଚାରେ ରହିଥିଲେ। ଏହି ଶୋ ପରେ ମଧ୍ୟ ରିମିଙ୍କ କ୍ୟାରିୟର ଆଗକୁ ବଢ଼ି ପାରିଲା ନାହିଁ ଏବଂ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ। ୨୦୧୭ ସେ ରେ ଭାଜପାରେ ଯୋଗ ଦେଇଥିଲେ। ତେବେ ରାଜନୀତିରେ ମଧ୍ୟ ରିମି ସକ୍ରିୟ ନୁହଁନ୍ତି। ରିମି ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଫିଲ୍ମରେ କାମ କରିବା ସମୟରେ ବିରକ୍ତ ହୋଇଥିଲେ। ତେଣୁ ସେ ନିର୍ଦ୍ଦେଶନା ଏବଂ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri