ଜଗନ୍ନାଥଙ୍କୁ ଜଗନ୍ନାଥ ଅଡ଼ୁଆ

ରାୟଗଡ଼ା,୨।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ରାଜନୀତି ଦୁଇ ଜଗନ୍ନାଥଙ୍କୁ ନେଇ ଚଳଚଞ୍ଚଳ ହୋଇଯାଇଛି। ଜଣେ ଜଗନ୍ନାଥ ସାରକା ଓ ଆଉ ଜଣେ ଜଗନ୍ନାଥ ନୁଣ୍ଡୃକା। ଉଭୟ ବିଜେଡିରେ ରହିଆସିଥିବା ବେଳେ ଶୁକ୍ରବାର ଜଗନ୍ନାଥ ନୁଣ୍ଡୃକା ଭୁବନେଶ୍ୱରରେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଫଳରେ କଥା ଉଠିଲାଣି ଆସନ୍ତା ନିର୍ବାଚନରେ ଦୁଇ ଜଗନ୍ନାଥ ମୁହଁାମୁହିଁ ହୋଇପାରନ୍ତି। ଜଗନ୍ନାଥ ସାରକା ଆଇନମନ୍ତ୍ରୀ ଥିବା ବେଳେ ସେ ପୁଣି ବିଜେଡି ଟିକେଟ ପାଇ ଲଢ଼ିବା ଆଶାରେ ରହିଛନ୍ତି। ନୁଣ୍ଡୃକାଙ୍କ ବିଜେଡି ଟିକେଟ ପାଇବା ଆଶା ମଉଳି ଗଲା ପରେ ସେ ଭାଜପାକୁ ଆପଣେଇ ନେଇଛନ୍ତି। ଆଲୋଚନା ହେଉଛି, ବିଜେଡିରେ ଥିବା ନୁଣ୍ଡୃକାଙ୍କ ସମର୍ଥକଙ୍କ ସହ ଭାଜପାର ଭୋଟ ମିଶିଗଲେ ତାହା ସାରକାଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବା ଥୟ।
ଜିଲାର ଶିକ୍ଷିତ ତଥା ଟାଣୁଆ ବିଜେଡି ନେତା ଜଗନ୍ନାଥ ନୁଣ୍ଡୃକା। ଦୀର୍ଘ ଦିନରୁ ବିଜେଡିରେ ରହି ଅଞ୍ଚଳ ପାଇଁ କାମ କରିବା ସହିତ ଦଳକୁ ସେ ମଜଭୁତ କରିଥିଲେ। ଏଭଳିକି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୁନିଗୁଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରି ପଞ୍ଚାୟତ ସମିତିକୁ ବିଜେଡି କବଳକୁ ଆଣିଥିଲେ।
ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଜଗନ୍ନାଥ ନୁଣ୍ଡୃକାଙ୍କ ସହ ପୂର୍ବତନ ସମିତି ସଭ୍ୟ ରବି ନୁଣ୍ଡୃକା, ତେଲେଙ୍ଗାପଦର ଅଞ୍ଚଳର ବିଜେଡି ନେତା ବେଣୁଧର ଗାରେକା, ପାତ୍ରଗୁଡ଼ା ଅଞ୍ଚଳର ଶୁକଦେବ ବେହେରାଙ୍କ ସହ ଅନେକ ନେତା ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ଉପସଭାପତି ବିରଞ୍ଚତ୍ ନାରାୟଣ ତ୍ରିପାଠୀ, ଲେଖାଶ୍ରୀ ସାମନ୍ତସିଂହାର, କୋରାପୁଟ ଜିଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ଲୋକ ସଭା ସଂଯୋଜକ ତ୍ରିନାଥ ପଣ୍ଡା, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ପୂର୍ବତନ ଜିଲା ସଭାପତି ଶିବଶଙ୍କର ଉଲାକା, ପୂର୍ବତନ ଜିଲା ଓବିସି ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ମୁଗଲି, ମଣ୍ଡଳ ସଭାପତି ପରମେଶ୍ୱର ରାଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନୁଣ୍ଡୃକା ଭାଜପାରେ ମିଶିଛନ୍ତି।
ନୁଣ୍ଡୃକା ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଥିଲେ ା
ବର୍ତ୍ତମାନ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦରେ ଅଛନ୍ତି। ତାଙ୍କ ପନତ୍ୀ ଦୁଃଖିନୀ ନୁଣ୍ଡୃକା ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷା ରହିଛନ୍ତି। ବିଷମକଟକ ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରାର୍ଥିତ୍ୱ ପାଇଁ ବିଜେଡି ଦଳୀୟ ନେତୃମଣ୍ଡଳୀଙ୍କୁ ଅବଗତ କରାଇଥିଲେ। କିନ୍ତୁ ମନ୍ତ୍ରୀ ସାରକା ଆଗାମୀ ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇବା ନିଶ୍ଚିତ କାରଣରୁ ନୁଣ୍ଡୃକାଙ୍କ ପାଇଁ ଟିକେଟ ପାଇବାରେ ଅନିଶ୍ଚିତତା ଦେଖାଦେଇଥିଲା।
ଫଳରେ ସେ ବିଜେଡ଼ି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ନୁଣ୍ଡୃକା କହିଛନ୍ତି ଯେ, ଦଳରେ ଦୀର୍ଘ ବର୍ଷ ନିଃସ୍ବାର୍ଥପର ଭାବେ କାମ କରିଛନ୍ତି। କିନ୍ତୁ ଆଗକୁ ବଢ଼ିବା ସୁଯୋଗ ମିଳିଲାନି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଭାଜପାରେ ଯୋଗ ଦେଇଛନ୍ତି।
ବିଜେଡି ସଭାପତି ସୁଧୀର ଦାସଙ୍କ ନିଜ ନିର୍ବାଚନମଣ୍ଡଳୀ ବିଷମକଟକ ହୋଇଥିବା ବେଳେ ନୁଣ୍ଡୃକାଙ୍କ ଏଭଳି ଦଳ ଛାଡ଼ି ଭାଜପାରେ ଯୋଗଦେବା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଆଗାମୀ ଦିନରେ ଏହା ଜିଲା ବିଜେଡି ନେତାଙ୍କ ପାଇଁ ଶକ୍ତ ଧକ୍କା ବୋଲି ସାଧାରଣରେ ଆଲୋଚନା ହେଲାଣି। ତେବେ ୨ ଜଗନ୍ନାଥଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଲେ, ଏହାର ଫାଇଦା କଂଗ୍ରେସ ନିଶ୍ଚୟ ଉଠାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri