ଜଗନ୍ନାଥଙ୍କୁ ଜଗନ୍ନାଥ ଅଡ଼ୁଆ

ରାୟଗଡ଼ା,୨।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ରାଜନୀତି ଦୁଇ ଜଗନ୍ନାଥଙ୍କୁ ନେଇ ଚଳଚଞ୍ଚଳ ହୋଇଯାଇଛି। ଜଣେ ଜଗନ୍ନାଥ ସାରକା ଓ ଆଉ ଜଣେ ଜଗନ୍ନାଥ ନୁଣ୍ଡୃକା। ଉଭୟ ବିଜେଡିରେ ରହିଆସିଥିବା ବେଳେ ଶୁକ୍ରବାର ଜଗନ୍ନାଥ ନୁଣ୍ଡୃକା ଭୁବନେଶ୍ୱରରେ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଫଳରେ କଥା ଉଠିଲାଣି ଆସନ୍ତା ନିର୍ବାଚନରେ ଦୁଇ ଜଗନ୍ନାଥ ମୁହଁାମୁହିଁ ହୋଇପାରନ୍ତି। ଜଗନ୍ନାଥ ସାରକା ଆଇନମନ୍ତ୍ରୀ ଥିବା ବେଳେ ସେ ପୁଣି ବିଜେଡି ଟିକେଟ ପାଇ ଲଢ଼ିବା ଆଶାରେ ରହିଛନ୍ତି। ନୁଣ୍ଡୃକାଙ୍କ ବିଜେଡି ଟିକେଟ ପାଇବା ଆଶା ମଉଳି ଗଲା ପରେ ସେ ଭାଜପାକୁ ଆପଣେଇ ନେଇଛନ୍ତି। ଆଲୋଚନା ହେଉଛି, ବିଜେଡିରେ ଥିବା ନୁଣ୍ଡୃକାଙ୍କ ସମର୍ଥକଙ୍କ ସହ ଭାଜପାର ଭୋଟ ମିଶିଗଲେ ତାହା ସାରକାଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବା ଥୟ।
ଜିଲାର ଶିକ୍ଷିତ ତଥା ଟାଣୁଆ ବିଜେଡି ନେତା ଜଗନ୍ନାଥ ନୁଣ୍ଡୃକା। ଦୀର୍ଘ ଦିନରୁ ବିଜେଡିରେ ରହି ଅଞ୍ଚଳ ପାଇଁ କାମ କରିବା ସହିତ ଦଳକୁ ସେ ମଜଭୁତ କରିଥିଲେ। ଏଭଳିକି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୁନିଗୁଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରି ପଞ୍ଚାୟତ ସମିତିକୁ ବିଜେଡି କବଳକୁ ଆଣିଥିଲେ।
ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଜଗନ୍ନାଥ ନୁଣ୍ଡୃକାଙ୍କ ସହ ପୂର୍ବତନ ସମିତି ସଭ୍ୟ ରବି ନୁଣ୍ଡୃକା, ତେଲେଙ୍ଗାପଦର ଅଞ୍ଚଳର ବିଜେଡି ନେତା ବେଣୁଧର ଗାରେକା, ପାତ୍ରଗୁଡ଼ା ଅଞ୍ଚଳର ଶୁକଦେବ ବେହେରାଙ୍କ ସହ ଅନେକ ନେତା ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ଉପସଭାପତି ବିରଞ୍ଚତ୍ ନାରାୟଣ ତ୍ରିପାଠୀ, ଲେଖାଶ୍ରୀ ସାମନ୍ତସିଂହାର, କୋରାପୁଟ ଜିଲା ସଭାପତି ସୁମନ୍ତ ପ୍ରଧାନ, କୋରାପୁଟ ଲୋକ ସଭା ସଂଯୋଜକ ତ୍ରିନାଥ ପଣ୍ଡା, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା, ପୂର୍ବତନ ଜିଲା ସଭାପତି ଶିବଶଙ୍କର ଉଲାକା, ପୂର୍ବତନ ଜିଲା ଓବିସି ମୋର୍ଚ୍ଚା ସଭାପତି ରୁଦ୍ର ପ୍ରସାଦ ମୁଗଲି, ମଣ୍ଡଳ ସଭାପତି ପରମେଶ୍ୱର ରାଓଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନୁଣ୍ଡୃକା ଭାଜପାରେ ମିଶିଛନ୍ତି।
ନୁଣ୍ଡୃକା ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଥିଲେ ା
ବର୍ତ୍ତମାନ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦରେ ଅଛନ୍ତି। ତାଙ୍କ ପନତ୍ୀ ଦୁଃଖିନୀ ନୁଣ୍ଡୃକା ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷା ରହିଛନ୍ତି। ବିଷମକଟକ ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରାର୍ଥିତ୍ୱ ପାଇଁ ବିଜେଡି ଦଳୀୟ ନେତୃମଣ୍ଡଳୀଙ୍କୁ ଅବଗତ କରାଇଥିଲେ। କିନ୍ତୁ ମନ୍ତ୍ରୀ ସାରକା ଆଗାମୀ ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇବା ନିଶ୍ଚିତ କାରଣରୁ ନୁଣ୍ଡୃକାଙ୍କ ପାଇଁ ଟିକେଟ ପାଇବାରେ ଅନିଶ୍ଚିତତା ଦେଖାଦେଇଥିଲା।
ଫଳରେ ସେ ବିଜେଡ଼ି ଛାଡି ଭାଜପାରେ ସାମିଲ ହୋଇଛନ୍ତି। ନୁଣ୍ଡୃକା କହିଛନ୍ତି ଯେ, ଦଳରେ ଦୀର୍ଘ ବର୍ଷ ନିଃସ୍ବାର୍ଥପର ଭାବେ କାମ କରିଛନ୍ତି। କିନ୍ତୁ ଆଗକୁ ବଢ଼ିବା ସୁଯୋଗ ମିଳିଲାନି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଭାଜପାରେ ଯୋଗ ଦେଇଛନ୍ତି।
ବିଜେଡି ସଭାପତି ସୁଧୀର ଦାସଙ୍କ ନିଜ ନିର୍ବାଚନମଣ୍ଡଳୀ ବିଷମକଟକ ହୋଇଥିବା ବେଳେ ନୁଣ୍ଡୃକାଙ୍କ ଏଭଳି ଦଳ ଛାଡ଼ି ଭାଜପାରେ ଯୋଗଦେବା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଆଗାମୀ ଦିନରେ ଏହା ଜିଲା ବିଜେଡି ନେତାଙ୍କ ପାଇଁ ଶକ୍ତ ଧକ୍କା ବୋଲି ସାଧାରଣରେ ଆଲୋଚନା ହେଲାଣି। ତେବେ ୨ ଜଗନ୍ନାଥଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଲେ, ଏହାର ଫାଇଦା କଂଗ୍ରେସ ନିଶ୍ଚୟ ଉଠାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri