ପୋଲିସ ମାଡ଼ରେ ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିଲା

ଆନନ୍ଦପୁର,୧୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ମାଡ଼ରେ ଟ୍ରାକ୍ଟର ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିବା ଘଟଣା ଚର୍ଚ୍ଚାକୁ ଆସିଛି। ଟ୍ରାକ୍ଟର ଡ୍ରାଇଭର ପାର୍ଥ ପୂର୍ତ୍ତି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର ହୋଇଛନ୍ତି। ପାର୍ଥ ଚଲାଉଥିବା ଟ୍ରାକ୍ଟରକୁ ପୋଲିସ ବାଲି ଚୋରି ଅଭିଯୋଗରେ ଜବତ କରିଥିବା ସୂଚନା ମିଳିଛି। ଡ୍ରାଇଭର ପାର୍ଥଙ୍କ କହିବା ଅନୁଯାୟୀ, ସେ ଛକରେ ଚା’ ପିଇବାକୁ ଛିଡ଼ା ହୋଇଥିବା ବେଳେ ଜଣେ ପୋଲିସ ବାବୁ ତାଙ୍କୁ ପାଇପ୍‌ରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଫଳରେ ତାଙ୍କ ଗୋଡ଼ ଭାଙ୍ଗିବା ସହିତ ସେ ଗୁରୁତର ହୋଇଥିଲେ।

ଘଟଣା ସମ୍ପର୍କରେ ଥାନା ଆନନ୍ଦପୁର ଅଧିକାରୀ ଦେବକୀ ନାଇକଙ୍କୁ ପଚାରାଯିବାରୁ, ପୋଲିସ ବାଡ଼ାଇବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ। ବାଲି ଚୋରା ଚାଲାଣ ହେଉଥିବା ପଦ୍ମପୁର ଘାଟ ନିକଟକୁ ବାଇକ୍‌ ଯୋଗେ ପୋଲିସ ଯାଉଥିବା ସମୟରେ ସମ୍ପୃକ୍ତ ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟର ଛାଡ଼ି ଡେଇଁପଡ଼ିଥିଲେ। ଫଳରେ ତାଙ୍କ ଗୋଡ଼ ଭାଙ୍ଗିଥିଲା। ଥାନା ଗାଡ଼ି ନେଇ ଯିବା ବେଳେ ବାଲି ଚୋରା ଚାଲାଣକୁ ରୋକି ହେଉ ନ ଥିବାରୁ ପୋଲିସ ବାଇକ୍‌ ଯୋଗେ ଘଟଣାସ୍ଥଳକୁ ଆସିଥିଲା। ଜିପିଏସ୍‌ ମାଧ୍ୟମରେ ଯାଞ୍ଚ କରାଗଲେ ଘଟଣା ସ୍ପଷ୍ଟ ହୋଇପାରିବ। ତେବେ ପୋଲିସ ବାଡ଼ାଇବା କଥା ମିଛ ବୋଲି ଥାନାଧିକାରୀ କହିବା ସହିତ ଓଲଟି ଗୁରୁତର ଟ୍ରାକ୍ଟର ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri