Posted inଜାତୀୟ

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ ରାଜ୍ୟରେ ଏହା ତୃତୀୟ ହାଜତ ମୃତ୍ୟୁ ହୋଇଥିବାରୁ ବିରୋଧୀ ଏହାକୁ ସରକାର ପ୍ରାୟୋଜିତ ହତ୍ୟା ବୋଲି ସମାଲୋଚନା କରିଛନ୍ତି।
ତ୍ରିପୁରା ଜିଲା ସାବ୍‌ରୁମ ବାସିନ୍ଦା ବାଦଲ ତ୍ରିପୁରାଙ୍କୁ ରବର ଶିଟ୍‌ ଚୋରି ଅଭିଯୋଗରେ ସୋମବାର ପୋଲିସ ଗିରଫ କରିଥିଲା। ଏହାର ଦିନକ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ବାଦଲ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଚିକିତ୍ସା ପରେ ବାଦଲଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। କିନ୍ତୁ ହସ୍ପିଟାଲରୁ ଘରକୁ ଫେରିବା ମାତ୍ରେ ସେ ଆଖି ବୁଜିଦେଇଥିଲେ। ହାଜତ ନିର୍ଯାତନା ଯୋଗୁ ବାଦଲଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସାଉଥ୍‌ ତ୍ରିପୁରା ଏସ୍‌ପି ଅଶୋକ ସିହ୍ନା କହିଛନ୍ତି, ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକ୍ରମେ ମନୁବାଜାର ଥାନାର ସବ୍‌-ଇନ୍‌ସ୍ପେକ୍ଟର ପ୍ରେମଜିତ୍‌ ରାୟ ଓ କନ୍‌ଷ୍ଟେବଲ ରାଜକୁମାର ତ୍ରିପୁରାଙ୍କ ସମେତ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ପ୍ରେମଜିତ୍‌ ଓ ରାଜକୁମାରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ସମସ୍ତ ୫ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟ ୩ ଅଧିକାରୀ ହେଲେ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ଥାଇଲାଚ୍‌ ମୋଗ, ରେଙ୍ଗୁ ମୋଗ୍‌ ଏବଂ ଶ୍ୟାମଳ ଦାସ। ୫ ଅଭିଯୁକ୍ତଙ୍କୁ ସାବ୍‌ରୁମ୍‌ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ୩ ଦିନଆ ପୋଲିସ ହାଜତକୁ ପଠାଇଦେଇଛନ୍ତି।
ସହ ଅନ୍ୟ ଜଣେ ଆଦିବାସୀ ଚିରଞ୍ଜିତ ତ୍ରିପୁରା(୩୮)ଙ୍କୁ ଅକ୍ଟେବାର ୧୩ରେ (ରବିବାର) ରବର ଶିଟ୍‌ ଚୋରି ଅଭିଯୋଗରେ ପୋଲିସ ଅଟକ ରଖିଥିଲା। ଉଭୟଙ୍କ ବିରୋଧରେ କୌଣସି ମାମଲା ରୁଜୁ ନ କରି ଦିନକ ପରେ ଦୁହିଁଙ୍କୁ ଛାଡ଼ିଦେଇଥିଲା। ଏହାର ଦିନକ ପରେ ମଦ ପିଇ ହୋହଲ୍ଲା କରିବା ଅଭିଯୋଗରେ ବାଦଲ ଓ ଚିରଞ୍ଜିତଙ୍କୁ ପୋଲିସ ପୁଣି ଗିରଫ କରି ଥାନାକୁ ନେଇଥିଲା। ବାଦଲ ଅସୁସ୍ଥ ହୋଇପଡ଼ିବାରୁ ପ୍ରଥମେ ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବାରୁ ତାଙ୍କୁ ଶାନ୍ତିର ବାଜାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସେଠାରୁ ଡିସ୍‌ଚାର୍ଜ ହେବା ପରେ ବାଦଲ ନିଜ ଘରକୁ ଫେରିଥିଲେ। ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ବାଦଲଙ୍କ ଆଖି ସମେତ ଶରୀରର ବିଭିନ୍ନ ଭାଗରେ କ୍ଷତ ରହିଥିବାରୁ ପରିବାର ଏହାକୁ ହାଜତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ମହିଳା ଓ ପୁରୁଷମାନେ ମନୁବାଜାର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଅଗରତାଲା-ସାବ୍‌ରୁମ ଜାତୀୟ ରାଜପଥକୁ ଅବରୋଧ କରିବାରୁ ଟ୍ରାଫିକ୍‌ ଜାମ ହୋଇଯାଇଛି। ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ କ୍ଷତିପୂରଣ ସହ ପୋଲିସ ଅଧିକାରୀମାନଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି।
ତ୍ରିପୁରା ବିଧାନସଭାର ବିରୋଧୀ ଦଳ ନେତା ଜିତେନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟିଛି। ଜିତେନ୍ଦ୍ର ଏହାକୁ ସରକାର ପ୍ରାୟୋଜିତ ହତ୍ୟା ରୂପେ ଅଭିହିତ କରିବା ସହ ରାଜ୍ୟର ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ଗତ ୨ ମାସ ଭିତରେ ରାଜ୍ୟରେ ଏହା ତୃତୀୟ ହାଜତ ମୃତ୍ୟୁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଲୋକଙ୍କ ପ୍ରତି ପୋଲିସର ବ୍ୟବହାର ଦିନକୁ ଦିନ କ୍ରୂର ହେବାରେ ଲାଗିଛି ବୋଲି ଜିତେନ୍ଦ୍ର କହିଛନ୍ତି। ବାଦଲ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ଏବେ ବାଦଲଙ୍କ ବୃଦ୍ଧ ପିତାଙ୍କ ମୁଣ୍ଡରେ ତାଙ୍କ ସ୍ତ୍ରୀ ଓ ୩ ଝିଅଙ୍କ ବୋଝ। ତେଣୁ ସେ ପରିବାର କିପରି ଚଳାଇବେ ବୋଲି ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri