Posted inଜାତୀୟ

ଆଦିବାସୀଙ୍କୁ ପିଟି ମାରିଦେଲା ପୋଲିସ

ଅଗରତାଲା,୧୯ା୧୦:ତ୍ରିପୁରାରେ ହାଜତ ନିର୍ଯାତନାରେ ଜଣେ ୩୪ ବର୍ଷୀୟ ଆଦିବାସୀଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ୨ ମାସ ମଧ୍ୟରେ ରାଜ୍ୟରେ ଏହା ତୃତୀୟ ହାଜତ ମୃତ୍ୟୁ ହୋଇଥିବାରୁ ବିରୋଧୀ ଏହାକୁ ସରକାର ପ୍ରାୟୋଜିତ ହତ୍ୟା ବୋଲି ସମାଲୋଚନା କରିଛନ୍ତି।
ତ୍ରିପୁରା ଜିଲା ସାବ୍‌ରୁମ ବାସିନ୍ଦା ବାଦଲ ତ୍ରିପୁରାଙ୍କୁ ରବର ଶିଟ୍‌ ଚୋରି ଅଭିଯୋଗରେ ସୋମବାର ପୋଲିସ ଗିରଫ କରିଥିଲା। ଏହାର ଦିନକ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ବାଦଲ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଚିକିତ୍ସା ପରେ ବାଦଲଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା। କିନ୍ତୁ ହସ୍ପିଟାଲରୁ ଘରକୁ ଫେରିବା ମାତ୍ରେ ସେ ଆଖି ବୁଜିଦେଇଥିଲେ। ହାଜତ ନିର୍ଯାତନା ଯୋଗୁ ବାଦଲଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସାଉଥ୍‌ ତ୍ରିପୁରା ଏସ୍‌ପି ଅଶୋକ ସିହ୍ନା କହିଛନ୍ତି, ମୃତକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକ୍ରମେ ମନୁବାଜାର ଥାନାର ସବ୍‌-ଇନ୍‌ସ୍ପେକ୍ଟର ପ୍ରେମଜିତ୍‌ ରାୟ ଓ କନ୍‌ଷ୍ଟେବଲ ରାଜକୁମାର ତ୍ରିପୁରାଙ୍କ ସମେତ ୫ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ପ୍ରେମଜିତ୍‌ ଓ ରାଜକୁମାରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ସମସ୍ତ ୫ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟ ୩ ଅଧିକାରୀ ହେଲେ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ଥାଇଲାଚ୍‌ ମୋଗ, ରେଙ୍ଗୁ ମୋଗ୍‌ ଏବଂ ଶ୍ୟାମଳ ଦାସ। ୫ ଅଭିଯୁକ୍ତଙ୍କୁ ସାବ୍‌ରୁମ୍‌ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ୩ ଦିନଆ ପୋଲିସ ହାଜତକୁ ପଠାଇଦେଇଛନ୍ତି।
ସହ ଅନ୍ୟ ଜଣେ ଆଦିବାସୀ ଚିରଞ୍ଜିତ ତ୍ରିପୁରା(୩୮)ଙ୍କୁ ଅକ୍ଟେବାର ୧୩ରେ (ରବିବାର) ରବର ଶିଟ୍‌ ଚୋରି ଅଭିଯୋଗରେ ପୋଲିସ ଅଟକ ରଖିଥିଲା। ଉଭୟଙ୍କ ବିରୋଧରେ କୌଣସି ମାମଲା ରୁଜୁ ନ କରି ଦିନକ ପରେ ଦୁହିଁଙ୍କୁ ଛାଡ଼ିଦେଇଥିଲା। ଏହାର ଦିନକ ପରେ ମଦ ପିଇ ହୋହଲ୍ଲା କରିବା ଅଭିଯୋଗରେ ବାଦଲ ଓ ଚିରଞ୍ଜିତଙ୍କୁ ପୋଲିସ ପୁଣି ଗିରଫ କରି ଥାନାକୁ ନେଇଥିଲା। ବାଦଲ ଅସୁସ୍ଥ ହୋଇପଡ଼ିବାରୁ ପ୍ରଥମେ ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବାରୁ ତାଙ୍କୁ ଶାନ୍ତିର ବାଜାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସେଠାରୁ ଡିସ୍‌ଚାର୍ଜ ହେବା ପରେ ବାଦଲ ନିଜ ଘରକୁ ଫେରିଥିଲେ। ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ବାଦଲଙ୍କ ଆଖି ସମେତ ଶରୀରର ବିଭିନ୍ନ ଭାଗରେ କ୍ଷତ ରହିଥିବାରୁ ପରିବାର ଏହାକୁ ହାଜତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ମହିଳା ଓ ପୁରୁଷମାନେ ମନୁବାଜାର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଅଗରତାଲା-ସାବ୍‌ରୁମ ଜାତୀୟ ରାଜପଥକୁ ଅବରୋଧ କରିବାରୁ ଟ୍ରାଫିକ୍‌ ଜାମ ହୋଇଯାଇଛି। ମୃତକଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ କ୍ଷତିପୂରଣ ସହ ପୋଲିସ ଅଧିକାରୀମାନଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି।
ତ୍ରିପୁରା ବିଧାନସଭାର ବିରୋଧୀ ଦଳ ନେତା ଜିତେନ୍ଦ୍ର ଚୌଧୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟିଛି। ଜିତେନ୍ଦ୍ର ଏହାକୁ ସରକାର ପ୍ରାୟୋଜିତ ହତ୍ୟା ରୂପେ ଅଭିହିତ କରିବା ସହ ରାଜ୍ୟର ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ଗତ ୨ ମାସ ଭିତରେ ରାଜ୍ୟରେ ଏହା ତୃତୀୟ ହାଜତ ମୃତ୍ୟୁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଲୋକଙ୍କ ପ୍ରତି ପୋଲିସର ବ୍ୟବହାର ଦିନକୁ ଦିନ କ୍ରୂର ହେବାରେ ଲାଗିଛି ବୋଲି ଜିତେନ୍ଦ୍ର କହିଛନ୍ତି। ବାଦଲ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ଏବେ ବାଦଲଙ୍କ ବୃଦ୍ଧ ପିତାଙ୍କ ମୁଣ୍ଡରେ ତାଙ୍କ ସ୍ତ୍ରୀ ଓ ୩ ଝିଅଙ୍କ ବୋଝ। ତେଣୁ ସେ ପରିବାର କିପରି ଚଳାଇବେ ବୋଲି ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?