ପୋଲିସ ପିଟିଲା, ଭୁଲ୍‌ ମଗାଇଲା

ପୁରୀ ଅଫିସ,୧।୫: ପୁରୀ ମୋଚିସାହି କୋଭିଡ୍‌ ଟେଷ୍ଟିଂ ସେଣ୍ଟରରେ ହେଉଥିବା ଅନିୟମିତତାକୁ ବିରୋଧ କରିବାରୁ ଶୁକ୍ରବାର ଜଣେ ବଙ୍ଗୀୟ ଯୁବକଙ୍କୁ ପୋଲିସ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ସମ୍ପୃକ୍ତ ଯୁବକ ଅମ୍ରିତ୍‌ ରୟଙ୍କୁ ପୋଲିସ ମାଡ଼ ମାରିବା ସହ ଭୁଲ ମଗାଇଛି। ଏହି ଘଟଣାର କିଛି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଅନ୍ୟପକ୍ଷେ ସମ୍ପୃକ୍ତ ଯୁବକଙ୍କ ବିଶୃଙ୍ଖଳିତ ଆଚରଣ ନେଇ ପୋଲିସ ବାରଣ କରିବାରୁ ସେ ଖରାପ ବ୍ୟବହାର ଦେଖାଇଥିଲେ। ପରେ ଥାନାରେ ସେ ଭୁଲ ମାନିଥିବା ଟାଉନ ଥାନା ପକ୍ଷରୁ କୁହାଯାଇଛି।
ପଶ୍ଚିମବଙ୍ଗର ଅମ୍ରିତଙ୍କ ଅଭିଯୋଗ ଅନୁଯାୟୀ, ସେ ପୁରୀ ସହରରେ ରହିବା ସହ ଏଠାକରେ ଏକ ଅଫିସରେ କାର୍ଯ୍ୟ କରନ୍ତି। ଶୁକ୍ରବାର ସେ କୋଭିଡ୍‌ ଟେଷ୍ଟ ପାଇଁ ପୁରୀ ମୋଚିସାହି କୋଭିଡ୍‌ ଟେଷ୍ଟିଂ ସେଣ୍ଟରକୁ ଯାଇଥିଲେ। ସେଠାରେ ସେ ଧାଡ଼ିରେ ଛିଡ଼ା ହୋଇଥିବାବେଳେ କେତେଜଣ ବ୍ୟକ୍ତି ଧାଡ଼ି ଭାଙ୍ଗି ଟେଷ୍ଟିଂ କରାଉଥିବା ଦେଖିବାକୁ ପାଇଥିଲେ। ଏପରି କି ସାମାଜିକ ଦୂରତା ରହି ନ ଥିଲା। ଏ ନେଇ ସେଠାରେ ଥିବା ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ପୋଲିସ ନ ଶୁଣିବାରୁ ଅମ୍ରିତ ଭିଡିଓ ରେକର୍ଡିଂ କରୁଥିଲେ। ଏହା ଦେଖି ଜଣେ ମହିଳା ପୋଲିସ କର୍ମଚାରୀ କ୍ଷୁବ୍ଧ ହୋଇ ତାଙ୍କୁ ମାଡ଼ ମାରିବା ସହ ଧକ୍କା ଦେଇ ଟେଷ୍ଟିଂ ସେଣ୍ଟରରୁ ବିଦା କରିଦେଇଥିଲେ। ପରେ ପିସିଆର ଭ୍ୟାନ୍‌ରେ ତାଙ୍କୁ ଟାଉନ ଥାନାକୁ ନିଆଯାଇଥିଲା। ତେବେ ପୋଲିସ ଘଟଣା ବୁଝିବା ପରିବର୍ତ୍ତେ ସମ୍ପୃକ୍ତ ମହିଳା ପୋଲିସ କର୍ମଚାରୀଙ୍କୁ ଡକାଇ ତାଙ୍କୁ ଭୁଲ ମାଗିବାକୁ ବାଧ୍ୟ କରିଥିଲା। ନଚେତ ମାମଲା ରୁଜୁ କରାଯିବ ବୋଲି ଧମକ ଦେଇଥିଲା। ଫଳରେ ଅମ୍ରିତ ନିରୁପାୟ ହୋଇ ଭୁଲ ମାଗି ଥାନାରୁ ଫେରିଥିଲେ। ଭିଡିଓ ହୋଇଥିବା ପୋଲିସ ଆକ୍ରମଣର କିଛି ଅଂଶ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ମହିଳା ପୋଲିସ କର୍ମଚାରୀ ଜଣକ ଅମ୍ରିତଙ୍କ ଶାର୍ଟ ଧରିଥିବାର ଦୃଶ୍ୟ ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏଭଳି ଅଭିଯୋଗକୁ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାଶ ଖଣ୍ଡନ କରିଛନ୍ତି। ଆଇଆଇସି କହିଛନ୍ତି, ସମ୍ପୃକ୍ତ ଯୁବକ ଧାଡ଼ି ଭାଙ୍ଗି ବିଶୃଙ୍ଖଳିତ ଆଚରଣ ଦେଖାଉଥିଲେ। ପୋଲିସ ତାଙ୍କୁ ବାରଣ କରିବାରୁ ସେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ। ପରେ ଥାନାରେ ସେ ଭୁଲ କରିଥିବା ଲିଖିତ ଭାବେ ସ୍ବୀକାର କରି ଚାଲିଯାଇଛନ୍ତି। ଅପରପକ୍ଷେ ଶୁକ୍ରବାର ମୋଚିସାହି କଲ୍ୟାଣମଣ୍ଡପରେ କୋଭିଡ୍‌ ଟେଷ୍ଟ ପାଇଁ ଭିଡ଼ ଜମିଥିଲା। ସେଠାରେ ଥିବା ପୋଲିସ କର୍ମଚାରୀ ନୀରବଦ୍ରଷ୍ଟା ସାଜିଥିଲେ। ଧାଡ଼ିରେ ଲୋକେ ଦୀର୍ଘ ସମୟ ଅପେକ୍ଷା କରିଥିବା ବେଳେ ଚିହ୍ନାଜଣାଙ୍କୁ ପ୍ରାଥମିକତା ଦିଆଯାଇ ଟେଷ୍ଟିଂ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ତେବେ ଶେଷରେ କିଟ୍‌ ନ ଥିବା କହି ଲୋକଙ୍କୁ ଫେରାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri