କାର୍ତ୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣ ଘଟଣା : ବିସ୍ଫୋରଣସ୍ଥଳକୁ ଜଗିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୫ା୧୧(ସ୍ବ.ପ୍ର.): କାର୍ତ୍ତିକେଶ୍ୱର ମେଢ଼ ଆଗରେ ଡିଜେ ବାଜୁଥିଲା। ଶ୍ରଦ୍ଧାଳୁ ତାଳ ଦେଇ ନାଚୁଥିଲେ। ସିରିଜ ବାଣରେ ନିଆଁ ଲାଗିଲା। ଆଖି ପିଛୁଳାକେ ଗୋଟିଏ ପରେ ଗୋଟିଏ ବାଣ ଫୁଟି ଚାଲିଥିବା ବେଳେ ଏଥିରୁ ବିସ୍ଫୋରିତ ନିଅଁା ଝୁଲ ନିକଟରେ ଥିବା ଗଚ୍ଛିତ ବାଣ ଉପରେ ପଡିଥିଲା। ପରେ ଅଗ୍ନିପିଣ୍ଡୁଳା ପରି ଚାରିଆଡେ ଖେଳାଇ ହୋଇଯାଇଥିଲା। ମାତ୍ର କେଇ ସେକେଣ୍ଡ ମଧ୍ୟରେ ଦର୍ଶକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା। ଶତାଧିକ ଲୋକ ଗୁରୁତର ହେଲେ। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ବୁଧବାର ସନ୍ଧ୍ୟାର ବାଣ ବିସ୍ଫୋରଣ ଆଖି ପିଛୁଳାକେ ସବୁ ଖୁସିରେ ଭଟ୍ଟା ପକାଇ ଦେଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଗୁରୁବାର କହିଛନ୍ତି। ବାଣ ବିସ୍ଫୋରଣ ସ୍ଥଳରେ ପଡିଥିବା ଚପଲ, ଭାଙ୍ଗି ଯାଇଥିବା ମଣ୍ଡପ ସବୁ କିଛିକୁ ବୟାନ କରୁଛି। ଏତେ ବଡ଼ କ୍ଷତିକୁ କେହି ସହଜରେ ହଜମ କରି ପାରୁନାହାନ୍ତି। ଅପରପକ୍ଷରେ ଘଟଣାସ୍ଥଳରେ ଜିଲା ପୋଲିସ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏହାର ନେତୃତ୍ୱ ନେଇଛନ୍ତି। ସେହିପରି ଏସ୍‌ସିବିରେ ଥିବା ୩୬ ଜଣ ଗୁରୁତରଙ୍କ ସମ୍ପର୍କରେ ଜିଲା ପ୍ରଶାସନର ତଦନ୍ତ ରିପୋର୍ଟ ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଦିଆଯାଇଛି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା, କଂଗ୍ରେସର ଜିଲା ସଭାପତି ଅଂଶୁମାନ ମହାନ୍ତି, ଭାଜପା ଜିଲା ସଭାପତି କିଶୋର ଚନ୍ଦ୍ର ପରିଡା, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡି ନେତା କିଶୋର ଚନ୍ଦ୍ର ତରାଇ, ରାଜେଶ ଦାସ, ଯୁବନେତା ରାଜେଶ ପଣ୍ଡା, ସାମାଜିକ କର୍ମୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲରେ ପହଞ୍ଚତ୍ ସହଯୋଗ କରିଛନ୍ତି।
ଏ ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀ ଖମଳ ଗଁାର ରବୀନ୍ଦ୍ର କୁମାର ମଲ୍ଲିକ, ମେଳକସାହିର କାହ୍ନୁଚରଣ ଦାଶ, ରମେଶ ଚନ୍ଦ୍ର ଲେଙ୍କାଙ୍କ କହିବାନୁଯାୟୀ, ବଜାରର ୪ ମେଢ଼ ଓ ନିକଟସ୍ଥ ଅଞ୍ଚଳର ୪ ମେଢ଼ ଭସାଣି ପୂର୍ବରୁ ବାଲିଆଠାରେ ମେଳଣ ହୁଏ। ପ୍ରସେଶନରେ ନାଚ, ଗୀତ ସହ ବାଣ ପ୍ରତିଯୋଗିତା ହୁଏ। ତେବେ କିଛିବର୍ଷ ପୂର୍ବରୁ ବାଣ ନିଆଁରେ ଘରପୋଡି ଯିବାରୁ ଏହା ବନ୍ଦ ରହିଥିଲା। କରୋନା ସଂକ୍ରମଣ ପରେ ଏହା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଉତ୍ସବ ହୋଇଥିବାରୁ ଏଥର ଜାକଜମକରେ ଭସାଣି ଉତ୍ସବ ଚାଲିଥିଲା। ଏସ୍‌ପି ମଡକର ସମ୍ବିତ ସମ୍ପଦ କହିଛନ୍ତି, ଭସାଣି ଉତ୍ସବ ପ୍ରସେଶନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା। ତେବେ ଡିଜେ ଓ ବାଣ ପ୍ରତିଯୋଗିତା ପାଇଁ ବାରଣ କରାଯାଇଥିଲା। ଏପରି କି ଭସାଣି ଉତ୍ସବ ଆରମ୍ଭରୁ ସ୍ଥାନୀୟ ପୋଲିସ ମେଳଣ କର୍ତ୍ତୃପକ୍ଷଙ୍କୁ ସଚେତନ କରାଇଥିଲେ। ଏହି ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି ସମ୍ପଦ କହିଛନ୍ତି। ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଅଧିକାଂଶ ଗୁରୁତରଙ୍କୁ ବୁଧବାର ରାତିରେ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଥିମଧ୍ୟରୁ ୩ ଜଣ ଅଧିକ ଗୁରୁତରଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ମୋଟ ୩୬ଜଣ ସେଠାରେ ଏବେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରାଯାଇ ଆର୍‌ଡିସିଙ୍କୁ ରିପୋର୍ଟ ଦିଆଯାଇଛି। ଏଥିସହ ରେଡ୍‌କ୍ରସରୁ କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ଅନୁଦାନ ବ୍ୟବସ୍ଥା ହୋଇଛି। ଏ ନେଇ ସଦର ଥାନା ପୋଲିସ ନିଜ ଆଡୁ କାର୍ତ୍ତିକେଶ୍ୱର ପୂଜା କମିଟିର ୨ ଜଣକର୍ମକର୍ତ୍ତାଙ୍କ ନାମରେ ମାମଲା ରୁଜୁ କରିବା ସହ ୮ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri