କାର୍ତ୍ତିକେଶ୍ୱର ଭସାଣି ବେଳେ ବାଣ ବିସ୍ଫୋରଣ ଘଟଣା : ବିସ୍ଫୋରଣସ୍ଥଳକୁ ଜଗିଛି ପୋଲିସ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୫ା୧୧(ସ୍ବ.ପ୍ର.): କାର୍ତ୍ତିକେଶ୍ୱର ମେଢ଼ ଆଗରେ ଡିଜେ ବାଜୁଥିଲା। ଶ୍ରଦ୍ଧାଳୁ ତାଳ ଦେଇ ନାଚୁଥିଲେ। ସିରିଜ ବାଣରେ ନିଆଁ ଲାଗିଲା। ଆଖି ପିଛୁଳାକେ ଗୋଟିଏ ପରେ ଗୋଟିଏ ବାଣ ଫୁଟି ଚାଲିଥିବା ବେଳେ ଏଥିରୁ ବିସ୍ଫୋରିତ ନିଅଁା ଝୁଲ ନିକଟରେ ଥିବା ଗଚ୍ଛିତ ବାଣ ଉପରେ ପଡିଥିଲା। ପରେ ଅଗ୍ନିପିଣ୍ଡୁଳା ପରି ଚାରିଆଡେ ଖେଳାଇ ହୋଇଯାଇଥିଲା। ମାତ୍ର କେଇ ସେକେଣ୍ଡ ମଧ୍ୟରେ ଦର୍ଶକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା। ଶତାଧିକ ଲୋକ ଗୁରୁତର ହେଲେ। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ କାର୍ତ୍ତିକେଶ୍ୱର ମେଢ଼ ଭସାଣି ବୁଧବାର ସନ୍ଧ୍ୟାର ବାଣ ବିସ୍ଫୋରଣ ଆଖି ପିଛୁଳାକେ ସବୁ ଖୁସିରେ ଭଟ୍ଟା ପକାଇ ଦେଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଗୁରୁବାର କହିଛନ୍ତି। ବାଣ ବିସ୍ଫୋରଣ ସ୍ଥଳରେ ପଡିଥିବା ଚପଲ, ଭାଙ୍ଗି ଯାଇଥିବା ମଣ୍ଡପ ସବୁ କିଛିକୁ ବୟାନ କରୁଛି। ଏତେ ବଡ଼ କ୍ଷତିକୁ କେହି ସହଜରେ ହଜମ କରି ପାରୁନାହାନ୍ତି। ଅପରପକ୍ଷରେ ଘଟଣାସ୍ଥଳରେ ଜିଲା ପୋଲିସ ତଦନ୍ତ ଆରମ୍ଭ କରିଛି। କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏହାର ନେତୃତ୍ୱ ନେଇଛନ୍ତି। ସେହିପରି ଏସ୍‌ସିବିରେ ଥିବା ୩୬ ଜଣ ଗୁରୁତରଙ୍କ ସମ୍ପର୍କରେ ଜିଲା ପ୍ରଶାସନର ତଦନ୍ତ ରିପୋର୍ଟ ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇଙ୍କୁ ଦିଆଯାଇଛି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା, କଂଗ୍ରେସର ଜିଲା ସଭାପତି ଅଂଶୁମାନ ମହାନ୍ତି, ଭାଜପା ଜିଲା ସଭାପତି କିଶୋର ଚନ୍ଦ୍ର ପରିଡା, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡି ନେତା କିଶୋର ଚନ୍ଦ୍ର ତରାଇ, ରାଜେଶ ଦାସ, ଯୁବନେତା ରାଜେଶ ପଣ୍ଡା, ସାମାଜିକ କର୍ମୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲରେ ପହଞ୍ଚତ୍ ସହଯୋଗ କରିଛନ୍ତି।
ଏ ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀ ଖମଳ ଗଁାର ରବୀନ୍ଦ୍ର କୁମାର ମଲ୍ଲିକ, ମେଳକସାହିର କାହ୍ନୁଚରଣ ଦାଶ, ରମେଶ ଚନ୍ଦ୍ର ଲେଙ୍କାଙ୍କ କହିବାନୁଯାୟୀ, ବଜାରର ୪ ମେଢ଼ ଓ ନିକଟସ୍ଥ ଅଞ୍ଚଳର ୪ ମେଢ଼ ଭସାଣି ପୂର୍ବରୁ ବାଲିଆଠାରେ ମେଳଣ ହୁଏ। ପ୍ରସେଶନରେ ନାଚ, ଗୀତ ସହ ବାଣ ପ୍ରତିଯୋଗିତା ହୁଏ। ତେବେ କିଛିବର୍ଷ ପୂର୍ବରୁ ବାଣ ନିଆଁରେ ଘରପୋଡି ଯିବାରୁ ଏହା ବନ୍ଦ ରହିଥିଲା। କରୋନା ସଂକ୍ରମଣ ପରେ ଏହା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଉତ୍ସବ ହୋଇଥିବାରୁ ଏଥର ଜାକଜମକରେ ଭସାଣି ଉତ୍ସବ ଚାଲିଥିଲା। ଏସ୍‌ପି ମଡକର ସମ୍ବିତ ସମ୍ପଦ କହିଛନ୍ତି, ଭସାଣି ଉତ୍ସବ ପ୍ରସେଶନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା। ତେବେ ଡିଜେ ଓ ବାଣ ପ୍ରତିଯୋଗିତା ପାଇଁ ବାରଣ କରାଯାଇଥିଲା। ଏପରି କି ଭସାଣି ଉତ୍ସବ ଆରମ୍ଭରୁ ସ୍ଥାନୀୟ ପୋଲିସ ମେଳଣ କର୍ତ୍ତୃପକ୍ଷଙ୍କୁ ସଚେତନ କରାଇଥିଲେ। ଏହି ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି ସମ୍ପଦ କହିଛନ୍ତି। ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଅଧିକାଂଶ ଗୁରୁତରଙ୍କୁ ବୁଧବାର ରାତିରେ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଥିମଧ୍ୟରୁ ୩ ଜଣ ଅଧିକ ଗୁରୁତରଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ମୋଟ ୩୬ଜଣ ସେଠାରେ ଏବେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରାଯାଇ ଆର୍‌ଡିସିଙ୍କୁ ରିପୋର୍ଟ ଦିଆଯାଇଛି। ଏଥିସହ ରେଡ୍‌କ୍ରସରୁ କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ଅନୁଦାନ ବ୍ୟବସ୍ଥା ହୋଇଛି। ଏ ନେଇ ସଦର ଥାନା ପୋଲିସ ନିଜ ଆଡୁ କାର୍ତ୍ତିକେଶ୍ୱର ପୂଜା କମିଟିର ୨ ଜଣକର୍ମକର୍ତ୍ତାଙ୍କ ନାମରେ ମାମଲା ରୁଜୁ କରିବା ସହ ୮ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri