ଖେଳ ପଡିଆ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ:ଲୋକେ ହେଉଛନ୍ତି ହଟହଟା

ଦାରିଙ୍ଗବାଡି,୧୩।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ଏକମାତ୍ର ଖେଳ ପଡିଆ ଏବେ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ। ଦୈନିକ ଉକ୍ତ ପଡିଆରେ କୁଢ଼କୁଢ଼ ଖାଲି ବୋତଲ, ପ୍ଲାଷ୍ଟିକ ଦେଖି ଖେଳ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

ପ୍ରକାଶ ଯେ, ଦାରିଙ୍ଗବାଡି ରେ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ବସ ବାସ କରୁଥିବାବେଳେ ପଡୋଶୀ ଗ୍ରୀନବାଡି ପଞ୍ଚାୟତବାସୀ ମଧ୍ୟ ପ୍ରାତଃ ଭ୍ରମଣରେ ଏହି ପଡିଆକୁ ଆସି ବ୍ୟାୟାମ,ଯୋଗାଭ୍ୟାସ ସହ ଖେଳକୁଦ କରିଥାନ୍ତି। ସେହପରି ବିଦ୍ୟାଳୟ, କଲେଜର ଛାତ୍ରୀଛାତ୍ରମାନେ ମଧ୍ୟ ଏହି ଖେଳ ପଡିଆ ଉପରେ ନିର୍ଭର କରୁଛନ୍ତି। ହେଲେ ଅସାମାଜିକ ଲୋକ ଉକ୍ତ ପଡିଆକୁ ନଷ୍ଟ କରିଦେଉଛନ୍ତି। ସେମାନଙ୍କୁ ପୋଲିସ ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଆକଟ କରାଯାଉନାହିଁ। ଫଳରେ ଦିନ ରାତି ପଡିଆ ଓ ତାର ଆଖ ପାଖ ଅଞ୍ଚଳରେ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଥାନା ପଛ ପାଖ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏହି ଖେଳ ପଡିଆଟି ରହିଥିବାବେଳେ ପଡିଆକୁ ଲାଗିକି ଆଇଟିଆଇ ଶିକ୍ଷାନୁଷ୍ଠାନ ଓ ଡ.ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ସେଠାକାର ଛାତ୍ରୀଛାତ୍ରମାନେ ଏହି ଖେଳ ପଡିଆ ଉପରେ ନିର୍ଭର କରୁଥିବା ବେଳେ ଭଙ୍ଗା ଓ ଖାଲି ମଦ ବୋତଲ ସହ କୁଢ଼ କୁଢ଼ ଅଳିଆ ଆବର୍ଜନା ଯୋଗୁ ଛାତ୍ରୀଛାତ୍ରମାନେ ଖେଳକୁଦ କରିପାରୁନାହାନ୍ତି।

ପଡିଆ ଉପରେ ନିର୍ଭର କରୁଥିବା ଲୋକ ଦୈନିକ ସଫେଇ କରୁଥିଲେ ମଧ୍ୟ ପୁଣି ପ୍ରାତଃ ଭ୍ରମଣରେ ଆସିବା ବେଳେ ସେ ସମାନ ଅବସ୍ଥା ହୋଇଥାଉଛି ବୋଲି ଅଭିଯୋଗ ହୋଇଛି।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଛାତ୍ରୀଛାତ୍ରମାନେ ନିବେଦନ କରିଛନ୍ତି। ସେହିପରି ଦାରିଙ୍ଗବାଡିକୁ ଆସୁଥିବା ଓ ରାତ୍ରିଯାପନ କରୁଥିବା ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମାନେ ପ୍ରାତଃ ଭ୍ରମଣରେ ଉକ୍ତ ପଡିଆକୁ ଯାଉଥିବା ବେଳେ ପଡିଆର ଏଭଳି ଅବସ୍ଥା ଦେଖି ନାକ ଟେକୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri