Posted inଖେଳ

ଅନ୍ତଜାର୍ତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ଏହି ଖେଳାଳି

ଇଂଲଣ୍ଡ,୮ା୯: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ରବିବାର ଅବସର ଘୋଷଣା କରିଛନ୍ତି ମୋଏନ ଅଲି। ସେ ଇଂଲଣ୍ଡ କ୍ରିକେଟ ଟିମ୍‌ର ଜଣେ ଦକ୍ଷ ଅଲ୍‌ରାଉଣ୍ଡର। ୧୦ ବର୍ଷର ଅନ୍ତର୍ଜାତୀୟ କ୍ୟାରିଅରରେ ସେ ୨୯୮ଟି ମ୍ୟାଚ୍‌ ଖେଳିଛନ୍ତି। ତେବେ ସେ ଫ୍ରାଞ୍ଚାଇଜ୍‌ କ୍ରିକେଟ୍‌ ଖେଳ ଜାରି ରଖିବେ ବୋଲି କହିଛନ୍ତି।

ମୋଏନଙ୍କ ଅବସର ଇଂଲଣ୍ଡ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି। ସେ ୬୮ଟି ଟେଷ୍ଟ ମ୍ୟାଚ୍‌ ବ୍ୟତୀତ ୧୩୮ଟି ଓଡିଆଇ ଏବଂ ୯୨ ଟି-୨୦ ଖେଳିଥିଲେ। ଏହି ତିନୋଟି ଫର୍ମାଟ୍‌ରେ ମୋଏନ ଯଥାକ୍ରମେ ୨୦୪, ୧୧୧ ଏବଂ ୫୧ଟି ଓ୍ବିକେଟ୍‌ ହାସଲ କରିଥିଲେ। ଏହା ବ୍ୟତୀତ ମୋଏନଙ୍କ ଟେଷ୍ଟ ଫର୍ମାଟ୍‌ରେ ୩୦୯୪ ରନ୍‌ ସଂଗ୍ରହ କରିଛନ୍ତି। ଯେତେବେଳେ କି ଏହି ଅଲ୍‌ରାଉଣ୍ଡର ଓଡିଆଇ ଫର୍ମାଟ୍‌ରେ ୨୩୫୫ ରନ୍‌ ସ୍କୋର କରିଥିଲେ। ଏହି ସମୟରେ ମୋଏନ ଟି-୨୦ ଫର୍ମାଟ୍‌ରେ ୧୨୨୯ ରନ୍‌ ସ୍କୋର କରିଥିଲେ।

ମୋଏନ ଅବସର ନେବା ସମୟରେ କହିଛନ୍ତି, ମୁଁ କିଛି ଦିନ ରହି ପୁଣି ଇଂଲଣ୍ଡ ପାଇଁ ଖେଳିବାକୁ ଚେଷ୍ଟା କରିପାରିବି, କିନ୍ତୁ ମୁଁ ଜାଣେ ଯେ, ତାହା କରିବି ନାହିଁ। ମୁଁ ଭାବୁନାହିଁ କାରଣ ଏହା ଭଲ ନୁହେଁ।
ତଥାପି ଭାବୁଛି ମୁଁ ଖେଳିପାରେ। ବାସ୍ତବରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳିବାକୁ ପଡ଼ିବ, କିନ୍ତୁ ଏହାପୂର୍ବରୁ ମୋଏନଙ୍କ ଅବସର ଝଟ୍‌କା ଇଂଲଣ୍ଡ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି।

ମୋଏନ ତାଙ୍କ ସ୍ପିନ୍‌ ସହିତ ସାରା ବିଶ୍ୱର ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଉଥିଲେ। ବିଶେଷକରି ଭାରତୀୟ ଭେଟେରାନ୍‌ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ମୋଏନ ପ୍ରତିବନ୍ଧକ ଥିଲେ। ମୋଏନ ସମସ୍ତ ତିନୋଟି ଫର୍ମାଟରେ ବିରାଟଙ୍କୁ ବହୁତ ଅସୁବିଧାରେ ପକାଉଥିଲେ। ଏହି ତିନୋଟି ଫର୍ମାଟରେ ବିରାଟଙ୍କୁ ୧୦ଥର ନିଜର ଶିକାର କରିଥିଲେ। ଯେଉଁଥିରେ ସେ ଟେଷ୍ଟ୍‌ ଫର୍ମାଟ୍‌ରେ ସର୍ବାଧିକ ୧୦ ପ୍ୟାଭିଲିୟନ ଫେରିବାକୁ ରାସ୍ତା ଦେଖାଇଥିଲେ। ଏହା ବ୍ୟତୀତ ମୋଏନ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଏସିଆନ ଫୁଟବଲ କନଫେଡେରେଶନର ବଡ଼ ଘୋଷଣା: ଇରାନ ଫିଫା ବିଶ୍ୱକପ୍‌ ଖେଳିବ

କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ମିଳିଲା ଅନୁମତି : ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍‌ ମ୍ୟାଚ୍‌

ବେଙ୍ଗାଲୁରୁ,୧୬ା୩: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଘରୋଇ ମ୍ୟାଚ୍‌ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri